Bomb Threat to Indigo Flight : ଇଣ୍ଡିଗୋ ବିମାନକୁ ବୋମା ଧମକ

ସାଉଦି ଆରବର ଜେଦାରୁ ଭାରତର ହାଇଦ୍ରାବାଦ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଧମକ ମିଳିବା ପରେ ତାହାକୁ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଛି । ବିମାନକୁ  "୧୯୮୪ ମାଡ୍ରାସ ବିମାନବନ୍ଦର ଶୈଳୀରେ ବିସ୍ଫୋରଣ" କରି ଉଡ଼ାଇଦିଆଯିବ ବୋଲି ଧମକ ମିଳିଥିଲା ।

indigo

Bomb Threat to Indigo flight

Bomb Threat to Indigo Flight ମୁମ୍ବାଇ : ସାଉଦି ଆରବର ଜେଦାରୁ ଭାରତର ହାଇଦ୍ରାବାଦ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଧମକ ମିଳିବା ପରେ ତାହାକୁ ମୁମ୍ବାଇରେ ଜରୁରୀକାଳୀନ ଅବତରଣ କରାଯାଇଛି । ବିମାନକୁ  "୧୯୮୪ ମାଡ୍ରାସ ବିମାନବନ୍ଦର ଶୈଳୀରେ ବିସ୍ଫୋରଣ" କରି ଉଡ଼ାଇଦିଆଯିବ ବୋଲି ଧମକ ମିଳିଥିଲା । ଇଣ୍ଡିଗୋ ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇ ବିମାନବନ୍ଦରରେ ଆବଶ୍ୟକୀୟ ଯାଞ୍ଚ କରାଯାଇଥିଲା ଏବଂ ଯାତ୍ରୀମାନଙ୍କ ଅସୁବିଧାକୁ କମ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଇଥିଲା।

ଆହୁରି ପଢନ୍ତୁ : Migrant laborers crisis: ଦରମା ବିନା ମାଗଣା କାମ: ଏହି ମୁସଲିମ ଦେଶରେ ଫସି ରହିଛନ୍ତି ୪୮ ଭାରତୀୟ ଶ୍ରମିକ

ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଶନିବାର ସକାଳ ପ୍ରାୟ ସାଢ଼େ ୫ଟାରେ ଏକ ଇମେଲ୍ ମିଳିଥିଲା, ଯେଉଁଥିରେ ଇଣ୍ଡିଗୋ ବିମାନ 6E68 ରେ ଏକ "ମାନବ ବୋମା" ଥିବା ଦାବି କରାଯାଇଥିଲା। ଇମେଲରେ  ବିମାନକୁ ହାଇଦ୍ରାବାଦରେ ଅବତରଣ ନକରିବାକୁ ଚେତାବନୀ ଦିଆଯାଇଥିଲା। 

ଆହୁରି ପଢନ୍ତୁ: Stampede At Andhra Temple: ବେଶୀ ଦୂର ନୁହେଁ ମ, ଓଡିଶାରୁ ମାତ୍ର ୧୫ କିଲୋମିଟର ଦୂରତାରେ ଘଟିଛି ଦଳାଚକଟା

୧୯୮୪ ଚେନ୍ନାଇ ଏୟାରପୋର୍ଟ ବିସ୍ଫୋରଣ 

୧୯୮୪ ମସିହାର ଅଗଷ୍ଟ ୨ ତାରିଖରେ ତତକାଳୀନ ମାଦ୍ରାସ (ବର୍ତ୍ତମାନ ଚେନ୍ନାଇ) ବିମାନବନ୍ଦରରେ ଘଟିଥିବା ଏକ ଭୟାବହ ବିସ୍ଫୋରଣରେ ୩୩ ଜଣ ମଣିଷ ମୃତ୍ୟୁ ଓ ୨୦ ରୁ ଅଧିକ ଆହତ ହୋଇଥିଲେ। କୋଲମ୍ବୋ ଯିବାକୁ ଥିବା ଏକ ଏୟାର ଇଣ୍ଡିଆ ବିମାନରେ ଥିବା ଏକ ସୁଟକେସ୍ ମଧ୍ୟରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା । ଏହି ଘଟଣା ପଛରେ ଶ୍ରୀଲଙ୍କାର ଏଲଟିଟିଇ(LTTE)ର ହାତ ଥିବା କୁହାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe