Breathing Delhi's air is equivalent to smoking 14 cigarettes a day! Photograph: (sambad.in)
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ବିଷାକ୍ତ ହେଉଛି। ଏହି ସଙ୍କଟକୁ ଦୂର କରିବା ପାଇଁ ଅନେକ ପ୍ରୟାସ ଚାଲିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଶ୍ୱସ୍ତି ମିଳିନାହିଁ। ଏହି ସମୟରେ, ଏକ ରିପୋର୍ଟ ଆସିଛି ଯାହା ଚିନ୍ତାଜନକ ରହିଛି। AQI.IN ତଥ୍ୟ ଦର୍ଶାଉଛି ଯେ, ଦିଲ୍ଲୀର ବାୟୁମଣ୍ଡଳରେ ନିଶ୍ୱାସ ନେବା ପ୍ରତିଦିନ ୧୪ ସିଗାରେଟ୍ ଟାଣିବା ସହିତ ସମାନ।
ଦେଶର ଅନେକ ପ୍ରମୁଖ ସହରର ବାୟୁ କ୍ରମଶଃ ପ୍ରଦୂଷିତ ହେବାରେ ଲାଗିଛି। AQI.IN ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଯେ, ଦିଲ୍ଲୀର ବାୟୁ ସବୁଠାରୁ ବିପଦପୂର୍ଣ୍ଣ। AQI.IN ତଥ୍ୟ ଅନୁଯାୟୀ, ଜାତୀୟ ରାଜଧାନୀରେ PM2.5 ସ୍ତର କିଛି ଦିନ ଧରି 300 µg/m³ ପାଖାପାଖି ରହିଛି। ଆନ୍ତର୍ଜାତୀୟ ମଡେଲ ଅନୁସାରେ, 22 µg/m³ PM2.5 କୁ ୧ ସିଗାରେଟ୍ ସହିତ ସମାନ ବୋଲି ବିବେଚନା କରାଯାଇଥାଏ।
ଅନ୍ୟ ସହରଗୁଡ଼ିକର ପରିସ୍ଥିତି କ’ଣ?
ରିପୋର୍ଟ ଅନୁସାରେ, ଦେଶର ରାଜଧାନୀରେ ସିଗାରେଟ୍ ଟାଣି ମଧ୍ ଲୋକେ ଦୈନିକ ପ୍ରାୟ ୧୩ ରୁ ୧୪ ସିଗାରେଟ୍ ସମାନ ପ୍ରଦୂଷଣ ଗ୍ରହଣ କରୁଛନ୍ତି। ଅନ୍ୟ ସହରଗୁଡ଼ିକର ପରିସ୍ଥିତି ବିଷୟରେ କହିବାକୁ ଗଲେ, ମୁମ୍ବାଇର ଅବସ୍ଥା ମଧ୍ୟ ଭଲ ନୁହେଁ। ସହରରେ PM2.5 ହାରାହାରି ସ୍ଥିତି 8090 µg/m³। ଏହାର ଅର୍ଥ ହେଉଛି ଏଠାରେ ଜଣେ ବ୍ୟକ୍ତି ଚାରୋଟି ସିଗାରେଟ୍ ସମାନ ପ୍ରଦୂଷଣ ଗ୍ରହଣ କରୁଛନ୍ତି।
ବେଙ୍ଗାଲୁରୁରେ PM2.5 ସ୍ଥିୀତି ହାରାହାରି 50 µg/m³ ରହିଛି। ଯାହା ପ୍ରତିଦିନ ୨ ରୁ ୩ ସିଗାରେଟ୍ ସହିତ ସମାନ। ଚେନ୍ନାଇରେ PM2.5 ସ୍ଥିତି ହାରାହାରି 40 µg/m³ ରହିଛି। ଯାହା ପ୍ରତିଦିନ ୨ ସିଗାରେଟ୍ ସହିତ ସମାନ। ଏକ ଅଧ୍ୟୟନରେ ପ୍ରତିଦିନ 22 µg/m³ର PM2.5 ର ସ୍ଥିତିକୁ ଗୋଟିଏ ସିଗାରେଟ୍ ସହିତ ସମାନ ବୋଲି ବିବେଚନା କରାଯାଇଛି। ଏହା ବାୟୁର ବିଷାକ୍ତ ପରିମାଣ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଉଦ୍ଦିଷ୍ଟ। ଏହି ବାୟୁରେ ଦୀର୍ଘ ସମୟ ଧରି ରହିବା ଦ୍ୱାରା ଫୁସଫୁସ ରୋଗ, ହୃଦ୍ ସମସ୍ୟା ଏବଂ ଜୀବନକାଳ ହ୍ରାସ ପାଇବାର ଆଶଙ୍କା ବୃଦ୍ଧି ପାଇଥାଏଏ।
ରାଜଧାନୀର ବାୟୁ କାହିଁକି ସବୁଠାରୁ ଖରାପ?
- ଅଧିକ ଯାନବାହାନ ଏବଂ ଶିଳ୍ପ ଧୂଆଁ
- ଶୀତଦିନେ, ଧୂଆଁ ଭୂମି ପାଖରେ ଫସିଯାଏ।
- ପଡ଼ୋଶୀ ରାଜ୍ୟରେ ନଡ଼ା ପୋଡ଼ିବା
- ସମୁଦ୍ରଠାରୁ ଦିଲ୍ଲୀର ଦୂରତା
- ମୁମ୍ବାଇ ଏବଂ ଚେନ୍ନାଇର ବାୟୁମଣ୍ଡଳ କାହିଁକି ଭଲ?
- ସମୁଦ୍ର ପବନ ପ୍ରଦୂଷଣ ହ୍ରାସ କରେ। ଆର୍ଦ୍ର ବାୟୁ ଏବଂ ପ୍ରବଳ ପବନ ପ୍ରଦୂଷକମାନଙ୍କୁ ଜମା ହେବାରୁ ରୋକିଥାଏ।
ଦେଶର ସହର ବିଷ ବଳୟରେ
AQI.IN ଅନୁଯାୟୀ, ଦେଶର କୌଣସି ପ୍ରମୁଖ ସହର WHO ର ନିରାପଦ ସୀମା (5 µg/m³) ପାଖରେ ମଧ୍ୟ ନାହିଁ। ଏହାର ଅର୍ଥ ହେଉଛି ପ୍ରତ୍ୟେକ ସହରବାସୀ ପ୍ରତିଦିନ ଗୋଟିଏ ସିଗାରେଟ୍ ସହିତ ସମାନ ବାୟୁରେ ନିଶ୍ୱାସ ନେଉଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ଆହୁରି ପଢ଼ନ୍ତୁ:Yogi Adityanath : ଯୋଗୀଙ୍କ ସୁରକ୍ଷା ବଳୟ ଭେଦକରି ମଞ୍ଚ ଉପରେ ପହଞ୍ଚିଗଲା ମଦ୍ୟପ
Follow Us