ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଆଜି ଭାରତ  ପହଞ୍ଚିଛନ୍ତି।  ମୁମ୍ବାଇରେ ଅବତରଣ କରିବାପରେ ମାର୍କ କାର୍ନି ପତ୍ନୀ ଡାଏନା ଫକ୍ସ କାର୍ନିଙ୍କ ସହ ତାଜମହଲ ହୋଟେଲରେ ପହଞ୍ଚିଛନ୍ତି।  ବାଣିଜ୍ୟ, ଶକ୍ତି, ବୈଶୟିକ ଜ୍ଞାନକୌଶଳ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବଂ କାନାଡ଼ା ମଧ୍ୟରେ ନୂଆ ସହଭାଗିତା ସୁଦୃଢ଼ କରିବା ଉଦ୍ଦେଶ୍ୟ ରଖି କାନାଡ଼ା ପ୍ରଧାନମନ୍ତ୍ରୀ  ଏବେ ୪ ଦିନିଆ ଭାରତ ଗସ୍ତରେ ଅଛନ୍ତି। କାନାଡ଼ାରେ ବିନିଯୋଗକୁ ପ୍ରତ୍ସୋହିତ କରିବାପାଇଁ କାର୍ନି ମୁମ୍ବାଇରେ ପ୍ରମୁଖ ବ୍ୟବସାୟୀ ନେତାମାନଙ୍କୁ ଭେଟିବେ।

Advertisment

Culture: ପ୍ରକୃତି ଓ ପରମ୍ପରାର ମହାମିଳନ ‘ବାହା ପର୍ବ’

ଭିତ୍ତିଭୂମି, ସ୍ବଚ୍ଛ ଶକ୍ତି,ଏଆଇ ଏବଂ ଅତ୍ୟାଧୁନିକ ନିର୍ମାଣରେ ବିନିଯୋଗ ସଂକ୍ରାନ୍ତରେ ଆଲୋଚନା ହେବ।  କାର୍ନି ମାର୍ଚ୍ଚ ୧ ତାରିଖରେ ନୂଆଦିଲ୍ଲୀ ପହଞ୍ଚିବେ ଏବଂ ମାର୍ଚ୍ଚ ୨ ତାରିଖରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ।

Annual Functions: ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ୨୬ତମ ବାର୍ଷିକ ଉତ୍ସବ