indigo Photograph: (sambad.in)
ନୂଆଦିଲ୍ଲୀ: ଇଣ୍ଡିଗୋ ସଙ୍କଟରେ ଆସୁଛି ସୁଧାର । ଧିରେଧିରେ ସୁଧୁରୁଛି ଇଣ୍ଡିଗୋ ବିମାନ ସେବାର ସ୍ଥିତି । ବିମାନ ଚଳାଚଳ ଏବଂ ତାକୁ ନେଇ ଉପୁଜିଥିବା ସ୍ଥିତି ଏବେ ସ୍ଥିର ଥିବା ନେଇ କହିଛନ୍ତି ଇଣ୍ଡିଗୋର ସିଇଓ ପିଟର ଏଲବର୍ସ ।
ଆହୁରି ପଢନ୍ତୁ- Fire In Indonesia's Seven-Storey Building: ଜାକର୍ତାରେ ୭ମହଲା କୋଠାରେ ନିଆଁ ଲାଗି ୨୦ଜଣଙ୍କ ମୃତ୍ୟୁ
ଇଣ୍ଡିଗୋର ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରି ପିଟର କହିଛନ୍ତି, ‘ଇଣ୍ଡିଗୋ ପୁଣି ଥରେ ନିଜ ଗୋଡ଼ରେ ଠିଆ ହୋଇଛି । ଉଡାଣକୁ ନେଇ ଆମର ସମସ୍ତ ଅପରେସନ ସ୍ଥିର ଅଛି । ଲକ୍ଷ ଲକ୍ଷ ଗ୍ରାହକ ସେମାନଙ୍କର ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ପାଇ ସାରିଛନ୍ତି । ଏଥିସହ ଏହି ଟଙ୍କା ଫେରସ୍ତ କାମ ଆମେ ପ୍ରତିଦିନ କରୁଛୁ। ବିମାନବନ୍ଦରରେ ଫସି ରହିଥିବା ଅଧିକାଂଶ ବ୍ୟାଗ ସବୁକୁ ଗ୍ରାହକଙ୍କ ଘରେ ପହଞ୍ଚାଇ ଦିଆଯାଇଛି । ଆମେ ଗ୍ରାହକଙ୍କ ସମସ୍ତ ଆବଶ୍ୟକତାକୁ ପୂରଣ କରିବାକୁ ଚେଷ୍ଟା ଚଳାଇଛୁ । ଗତକାଲି ଠାରୁ ଆମେ ଆମର ୧୩୮ଟି ଗନ୍ତବ୍ୟସ୍ଥଳକୁ ଉଡ଼ାଣ ଆରମ୍ଭ କରିଛୁ। ସରକାରଙ୍କ ସହିତ ପୂର୍ଣ୍ଣ ସହଯୋଗରେ କାମ କରୁଛୁ ।
ଆହୁରି ପଢନ୍ତୁ- Murder: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଇଣ୍ଡିଗୋର ପକ୍ଷଚ୍ଛେଦନ
ସେପଟେ ଇଣ୍ଡିଗୋର ଫ୍ଲାଇଟ୍ ଅଚଳାବସ୍ଥା ମଧ୍ୟରେ ଏହି କମ୍ପାନି ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କଠୋର ଆଭିମୁଖ୍ୟ ଗ୍ରହଣ କରି ଇଣ୍ଡିଗୋକୁ ଏହାର ଉଡ଼ାଣ ସୂଚୀ ୫% ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ଅର୍ଥ ହେଉଛି ଇଣ୍ଡିଗୋର ଦୈନିକ ମୋଟ ଉଡ଼ାଣ (Flight)ର ୫% ଅନ୍ୟ ବିମାନ କମ୍ପାନୀଗୁଡ଼ିକୁ ଆବଣ୍ଟିତ କରାଯାଇପାରିବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ଯାତ୍ରୀମାନେ ଆଶ୍ବସ୍ତ ହେବାର ସମ୍ଭାବନା ରହିଛି ।
ଇଣ୍ଡିଗୋ ଦୈନିକ ପ୍ରାୟ ୨୩୦୦ ଟି ଫ୍ଲାଇଟ (ଉଡ଼ାଣ ସଂଖ୍ୟା) ଚଳାଚଳ କରେ । ଏହାର ୫% ହିସାବର ପ୍ରାୟ ୧୧୦ରୁ ୧୧୫ଟି ଫ୍ଲାଇଟ୍ ଅନ୍ୟ ବିମାନସେବା କମ୍ପାନିମାନେ ପାଇବେ । ଏହା ଦ୍ବାରା ଅନ୍ୟ କମ୍ପାନିମାନେ ଉପକୃତ ହେବା ସହ ଇଣ୍ଡିଗୋ ଉପରୁ ବୋଝ ହ୍ରାସ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଆସିବା ପରେ ଇଣ୍ଡିଗୋର ସେୟାର ମୂଲ୍ୟ ହ୍ରାସ ପାଇଥିବାବେଳେ ସ୍ପାଇସଜେଟର ମୂଲ୍ୟ ବୃଦ୍ଧି ପାଇଛି ।
Follow Us