chhagan bhujabal-fadnavis Photograph: (Sambad.in)
ମୁମ୍ବାଇ: ମହାରାଷ୍ଟ୍ରର ନୂତନ ମହାୟୁତି ସରକାରରେ ଅନ୍ତର୍ଭୁକ୍ତ ନ ହେବା ନେଇ ଅସନ୍ତୁଷ୍ଟ ଥିବା ବରିଷ୍ଠ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଛଗନ ଭୁଜବଳ ସୋମବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ଭୁଜବଳ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ରାଜନୈତିକ ତଥା ସାମାଜିକ ପରିବେଶ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି।
ମୁମ୍ବାଇର ସାଗର ବଙ୍ଗଳାଠାରେ ପ୍ରାୟ ଅଧ ଘଣ୍ଟା ଧରି ତାଙ୍କ ସହ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକ ସମୟରେ ପୂର୍ବତନ ମନ୍ତ୍ରୀ ଭୁଜବଳ ତାଙ୍କ ପୁତୁରା ସମୀର ଭୁଜବଳଙ୍କ ସହ ଥିଲେ। ତେବେ ଫଡନାଭିସ୍ଙ୍କୁ ଭେଟିବା ପରେ ଛଗନ ଭୁଜବଳ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି।
ଅଧିକ ପଢ଼ନ୍ତୁ: ପୂର୍ବୋଦୟ ମିସନ ଓ ଗରିବ କଲ୍ୟାଣର ପ୍ରୟୋଗଶାଳା ହେବ ପାରାଦୀପ: ଧର୍ମେନ୍ଦ୍ର
ମହାରାଷ୍ଟ୍ରର ଅନେକ ପ୍ରାନ୍ତରୁ ଓବିସି ସଂଗଠନର କିଛି ପ୍ରତିନିଧୀ ରବିବାର ଦିନ ଭୁଜବଳଙ୍କୁ ଭେଟିଥିଲେ। ନାସିକ୍ ଜିଲ୍ଲାର ୟୱଲା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଏନସିପି ନେତା ଶନିବାର ନାଗପୁରରେ ଅନୁଷ୍ଠିତ ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନରେ ଯୋଗ ଦେଇ ନ ଥିଲେ। ସେ ଅଧିବେଶନର ପ୍ରଥମ ଦିନ ନାସିକ୍ ଯାଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ, ମହୁୟୁତିର ୩୯ ଜଣ ବିଧାୟକ ନୂତନ ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ।
ଅଧିକ ପଢ଼ନ୍ତୁ: ସହଜରେ ଅପରାଧ କରିବାରେ ୟୁପି ଏକ ନମ୍ବର: ଡକାୟତି ନେଇ ଅଖିଳେଶଙ୍କ କଟାକ୍ଷ
Follow Us