Train Accident: ଚାଲୁଚାଲୁ ଧାରଣାରେ ଦୁଇ ଭାଗରେ ବିଭକ୍ତ ହୋଇଗଲା ଏକ୍ସପ୍ରେସ ଟ୍ରେନ୍

ପ୍ରାୟ ୨୦୦-୨୫୦ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଲୋକମାନ୍ୟ ତିଲକ ଭାଗଲପୁର ଏକ୍ସପ୍ରେସ୍ ଟ୍ରେନ ଧାରଣାରେ ଦୁଇଭାଗରେ ହେଲା ବିଭକ୍ତ। କପଲିଂ ଭାଙ୍ଗିଯିବା ହେତୁ ଟ୍ରେନ ଦୁଇଭାଗ ହୋଇଯାଇଥିବା ଅନୁମାନ କରାଯାଉଛି।

Untitled-28

chitrakoot-train-accident-lokmanya-tilak-express Photograph: (sambad.in)

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ଚିତ୍ରକୁଟରେ ମୁମ୍ବାଇରୁ ଭାଗଲପୁର ଯାଉଥିବା ଲୋକମାନ୍ୟ ତିଲକ ଭାଗଲପୁର ଏକ୍ସପ୍ରେସ୍ ଟ୍ରେନ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ସୌଭାଗ୍ୟବଶତଃ ଅଳ୍ପକେ ଏକ ବଡ଼ଧରଣର ଦୁର୍ଘଟଣା ଟଳି ଯାଇଥିବା ରେଳ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି।

କପଲିଂ ଭାଙ୍ଗିଯିବା ହେତୁ ଟ୍ରେନ ହେଲା ଦୁଇଭାଗ

ପ୍ରାଥମିକ ତଦନ୍ତରୁ ଏହା ଏକ ଯାନ୍ତ୍ରିକ ତ୍ରୁଟି ସନ୍ଦେହ କରାଯାଉଛି। କପଲିଂ ଭାଙ୍ଗିଯିବା ହେତୁ ଟ୍ରେନ ଦୁଇଭାଗ ହୋଇଯାଇଥିବା ଅନୁମାନ କରାଯାଉଛି। ଟ୍ରେନ ଭିତରେ ପ୍ରାୟ ୨୦୦-୨୫୦ଜଣ ଯାତ୍ରୀ ଥିଲେ।  ଖବର ଲେଖାହେଲା ପର୍ଯ୍ୟନ୍ତ କୌଣସି ଯାତ୍ରୀ ମୃତାହତ କିମ୍ବା ଆହତ ହୋଇଥିବାର ରିପୋର୍ଟ ମିଳିନାହିଁ। 

ଅଧିକପଢ଼ନ୍ତୁ:ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ୪ଜଣ ନେତାଙ୍କୁ ତଡ଼ିଲା ବିଜେପି

ସ୍ଥାନୀୟ ବାସିନ୍ଦା ନିୟମିତ ଟ୍ରାକ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରେଳବାଇ ବୈଷୟିକ ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଚାରି ଘଣ୍ଟାର ପ୍ରୟାସ ପରେ କୋଚ୍ଗୁଡ଼ିକୁ ପୁଣି ସଂଯୋଗ କରିଥିଲେ। ଏହାପରେ ଟ୍ରେନଟି ପୁଣିଥରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଝାନ୍ସି ଡିଭିଜନର ରେଳ ବିଭାଗ କହିଛି ଯେ ତଦନ୍ତ ପାଇଁ ଏକ ଦଳ ଗଠନ କରାଯାଇଛି ଏବଂ ଯଦି କେହି ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଅନେକ ଯାତ୍ରୀ ଦୁର୍ଘଟଣାର ଭିଡିଓ ସେୟାର କରିଛନ୍ତି। ଚିତ୍ରକୁଟରେ ସମ୍ପ୍ରତି ଅନେକ ଟ୍ରେନ୍ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ବାସିନ୍ଦା ରେଳବାଇ ଦ୍ୱାରା ନିୟମିତ ଟ୍ରାକ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି।

ଅଧିକପଢ଼ନ୍ତୁ:ସମୁଦ୍ରରୁ ସୁ ସୁ ଗର୍ଜନ କରି ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା, ଆସନ୍ତାକାଲି ରାତିରେ କରିବ ଲ୍ୟାଣ୍ଡଫଲ୍

train accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe