Communal politics in West Bengal: ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ରାଜନୀତି: ବାରୁଦ ଗଦାରେ ମୁର୍ଶିଦାବାଦ

Advertisment

ପଶ୍ଚିମବଙ୍ଗର ସାମ୍ପ୍ରଦାୟିକ ସମ୍ବେଦନଶୀଳ ମୁର୍ଶିଦାବାଦରେ ଆଜି ତୀବ୍ର ଉତ୍ତେଜନା  ଦେଖିବାକୁ ମିଳିଛି।  କଡ଼ା ସୁରକ୍ଷା ମଧ୍ୟରେ ନିଲମ୍ବିତ ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ କବୀର ବାବ୍ରି ମସଜିଦ ଶୈଳୀରେ ଏକ ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା....

ପଶ୍ଚିମବଙ୍ଗର ସାମ୍ପ୍ରଦାୟିକ ସମ୍ବେଦନଶୀଳ ମୁର୍ଶିଦାବାଦରେ ଆଜି ତୀବ୍ର ଉତ୍ତେଜନା  ଦେଖିବାକୁ ମିଳିଛି।  କଡ଼ା ସୁରକ୍ଷା ମଧ୍ୟରେ ନିଲମ୍ବିତ ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ କବୀର ବାବ୍ରି ମସଜିଦ ଶୈଳୀରେ ଏକ ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା....

dgdgdzvzvc

ମୁର୍ଶିଦାବାଦ: ପଶ୍ଚିମବଙ୍ଗର ସାମ୍ପ୍ରଦାୟିକ ସମ୍ବେଦନଶୀଳ ମୁର୍ଶିଦାବାଦରେ ଆଜି ତୀବ୍ର ଉତ୍ତେଜନା  ଦେଖିବାକୁ ମିଳିଛି।  କଡ଼ା ସୁରକ୍ଷା ମଧ୍ୟରେ ନିଲମ୍ବିତ ତୃଣମୂଳ କଂଗ୍ରେସ ବିଧାୟକ ହୁମାୟୁନ କବୀର ବାବ୍ରି ମସଜିଦ ଶୈଳୀରେ ଏକ ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଏହାକୁ ନେଇ ହଠାତ୍‌ ସାଂପ୍ରଦାୟିକ ଛକାପଂଝା ଆରମ୍ଭ ହୋଇଯାଇଛି। ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ବାବ୍ରି ମସଜିଦ ଭଙ୍ଗା ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଧ୍ୟାହ୍ନରେ କୋରାନ ପାଠ କରାଯାଇଥିଲା, ଏହା ପରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା, ଯେଉଁଥିରେ ସାଉଦି ଆରବର ଦୁଇଜଣ ଧର୍ମଗୁରୁଙ୍କ ସମେତ ହଜାର ହଜାର ଲୋକ ଯୋଗ ଦେଇଥିଲେ। ଘଟଣାସ୍ଥଳରେ ‘ନାରା-ଏ-ତକବୀର୍‌’ ଓ ‘ଆଲ୍ଲାହୁ ଆକବର’ ସ୍ଲୋଗାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଟିଏମ୍‌ସି କର୍ମୀ ସାମିଲ ହେବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବଢ଼ାଇ ଦେଇଛି ଏବଂ ଦଳୀୟ ମହଲରେ ଏହା ଅସନ୍ତୋଷ ବଢ଼ାଇବ ବୋଲି ଆଶଙ୍କା କରାଯାଉଛି।

Indian Railways: ହାଓଡ଼ା-ସିଆଲଦା ସମେତ ପ୍ରମୁଖ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବ ଉତ୍ତର ପୂର୍ବ ରେଳପଥ

ବିରିୟାନି ଭୋଜି, ସାଉଦି ଧର୍ମଗୁରୁ ସାମିଲ
ଇଟା ବୋହିଲେ ସମର୍ଥକ
ଟିଏମ୍‌ସି କର୍ମୀଙ୍କ ଭିଡ଼ ମମତାଙ୍କ ଚିନ୍ତା ବଢ଼ାଇଲା

ଭିଜୁଆଲରେ ଦେଖାଯାଇଛି ଯେ, ବେଲଡାଙ୍ଗାରେ କାର୍ଯ୍ୟକ୍ରମ ପୂର୍ବରୁ ବିଧାୟକଙ୍କ ସମର୍ଥକମାନେ ମୁଣ୍ଡରେ ଇଟା ବୋହିଥିଲେ। କୌଣସି ସାମ୍ପ୍ରଦାୟିକ ହିଂସାକୁ ରୋକିବା ପାଇଁ ବ୍ୟାପକ ପୁଲିସ ଓ କେନ୍ଦ୍ରୀୟ ବାହିନୀ ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଏହା ଏକ ଦୁର୍ଗରେ ପରିଣତ ହୋଇଥିଲା। ୬୭% ମୁସଲମାନ ଜନସଂଖ୍ୟା ଥିବା ମୁର୍ଶିଦାବାଦ ଏବେ  ବାରୁଦଗଦା ଉପରେ ରହିଛି। କିଛି ମାସ ପୂର୍ବରୁ ଏପ୍ରିଲରେ ୱକଫ୍ ବିଲ୍ ବିରୋଧରେ ବିକ୍ଷୋଭ ସମୟରେ ପ୍ରାୟ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନେକ ଆହତ ହୋଇଥିଲେ। ଶନିବାର ଆୟୋଜକମାନେ ରାସ୍ତା ଅବରୋଧକୁ ରୋକିବା ଓ ଜାତୀୟ ରାଜପଥ (ଏନ୍ଏଚ୍-୧୨)କୁ ଚାଲୁ ରଖିବା ପାଇଁ ପ୍ରାୟ ୩,୦୦୦ ସ୍ୱେଚ୍ଛାସେବୀ ନିୟୋଜିତ କରିଥିଲେ। ପ୍ରାୟ ୪୦,୦୦୦ ଅତିଥି ଓ ୨୦,୦୦୦ ବାସିନ୍ଦାଙ୍କ ପାଇଁ ଶାହି ବିରିୟାନି ପ୍ରସ୍ତୁତ କରିବା ପାଇଁ ସାତୋଟି କ୍ୟାଟରିଂ ଏଜେନ୍ସିକୁ ନିଯୁକ୍ତ କରାଯାଇଥିଲା। ନିଲମ୍ବିତ ଟିଏମ୍‌ସି ବିଧାୟକଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ, କେବଳ ଖାଦ୍ୟ ଖର୍ଚ୍ଚ ୩୦ ଲକ୍ଷ ଟଙ୍କା। ମୋଟ ବଜେଟ୍ ୭୦ ଲକ୍ଷରୁ ଅଧିକ ଥିଲା।
ଏହି ବିବାଦୀୟ ପ୍ରକଳ୍ପ ପାଇଁ ଚଳିତ ସପ୍ତାହ ଆରମ୍ଭରେ ଟିଏମ୍‌ସିରୁ ନିଲମ୍ବିତ ହୋଇଥିବା କବୀର ଚଳିତ ମାସ ଆରମ୍ଭରେ ଏହି ସମାରୋହ ଘୋଷଣା କରିଥିଲେ। ଏହି ମାମଲା କଲିକତା ହାଇକୋର୍ଟଙ୍କ ନିକଟରେ ମଧ୍ୟ ପହଞ୍ଚିଥିଲା। କୋର୍ଟ ମସଜିଦ ନିର୍ମାଣରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। କିନ୍ତୁ ଆଇନଶୃଙ୍ଖଳା ପରିସ୍ଥିତିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର

କବୀର ଦାବି କରିଛନ୍ତି ଯେ, ଏହି କାର୍ଯ୍ୟକ୍ରମକୁ ବ୍ୟାହତ କରିବା ପାଇଁ ଷଡ୍‌ଯନ୍ତ୍ର କରାଯାଉଛି। ଶାସକ ତୃଣମୂଳ କଂଗ୍ରେସ ଏହି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ମଧ୍ୟ ମୁର୍ଶିଦାବାଦର ଟିଏମ୍‌ସି କର୍ମୀ ଏଥିରେ ସାମିଲ ହେବା ସାଂପ୍ରଦାୟିକ ରାଜନୀତିକୁ ପଦାରେ ପକାଇ ଦେଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, ଏହି ତଥାକଥିତ ମସଜିଦ ପ୍ରକଳ୍ପ ଏକ ଧାର୍ମିକ ପ୍ରୟାସ ନୁହେଁ ବରଂ ଏକ ରାଜନୈତିକ ପ୍ରୟାସ, ଯାହା ଭାବପ୍ରବଣତାକୁ ଉତ୍ତେଜିତ କରିବା ଏବଂ ଭୋଟ୍ ବ୍ୟାଙ୍କକୁ ମଜଭୁତ କରିବା ପାଇଁ ପରିକଳ୍ପନା କରାଯାଇଛି। ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ୟୁନିଟ୍ ମୁଖ୍ୟ ଦିଲୀପ ଘୋଷ ଅଭିଯୋଗ କରିଛନ୍ତି ଯେ, ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମ୍‌ସି ସାମ୍ପ୍ରଦାୟିକ ଆବେଗକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି ଏବଂ ହୁମାୟୁନ କବୀରଙ୍କୁ ଅସ୍ତ୍ର ଭଳି ବ୍ୟବହାର କରୁଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe