Advertisment

Supreme Court: ପ୍ରତିଷ୍ଠାନକୁ ବଦନାମ ହେବାକୁ ଦେବି ନାହିଁ: ନ୍ୟାୟପାଳିକାରେ ଦୁର୍ନୀତିକୁ ନେଇ କପିଲ ସିବଲଙ୍କୁ ଆଶ୍ବାସନା ଦେଲେ ସିଜେଆଇ ସୂର୍ଯ୍ୟକାନ୍ତ

Advertisment

ବୁଧବାର ଦିନ ସୁପ୍ରିମକୋର୍ଟ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଏନ୍‌ସିଇଆର୍‌ଟି ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର କିଛି ଅଂଶ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ନ୍ୟାୟପାଳିକାରେ ଦୁର୍ନୀତି ବିଷୟକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି

ବୁଧବାର ଦିନ ସୁପ୍ରିମକୋର୍ଟ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଏନ୍‌ସିଇଆର୍‌ଟି ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର କିଛି ଅଂଶ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ନ୍ୟାୟପାଳିକାରେ ଦୁର୍ନୀତି ବିଷୟକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି

Supreme-Court-of-India

ନୂଆଦିଲ୍ଲୀ: ବୁଧବାର ଦିନ ସୁପ୍ରିମକୋର୍ଟ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଏନ୍‌ସିଇଆର୍‌ଟି ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକର କିଛି ଅଂଶ ଉପରେ କଡ଼ା ଆପତ୍ତି ଉଠାଇଛନ୍ତି। ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ନ୍ୟାୟପାଳିକାରେ ଦୁର୍ନୀତି ବିଷୟକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ବରିଷ୍ଠ ଆଇନଜୀବୀ କପିଲ ସିବଲ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ। ପ୍ରଧାନ ବିଚାରପତି କହିଥିଲେ ଯେ, କୋର୍ଟ ଏହି ମାମଲାର ସ୍ୱତଃସ୍ପୃତ ବିଚାର କରିଛନ୍ତି

ରିପୋର୍ଟ ଅନୁଯାୟୀ, ବରିଷ୍ଠ ଆଇନଜୀବୀ କପିଲ ସିବଲ ସିଜେଆଇଙ୍କ ବେଞ୍ଚ୍‌ ସମ୍ମୁଖରେ ଅଭିଯୋଗ କରିଥିଲେ, ଏନସିଇଆରଟି ପକ୍ଷରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନ୍ୟାୟପାଳିକାରେ ଦୁର୍ନୀତି ବିଷୟରେ ପଢ଼ାଯାଉଛି।। ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ। ମୂଁ ବାର ପକ୍ଷରୁ ଏଠାରେ ଉପସ୍ଥିତ ହୋଇଛି। ସିଜେଆଇ ସୂର୍ଯ୍ୟକାନ୍ତ ଉତ୍ତର ଦେଇଥିଲେ, ଦୟାକରି କିଛି ଦିନ ଅପେକ୍ଷା କରନ୍ତୁ। ବାର ଏବଂ ବେଞ୍ଚ ସମସ୍ତେ ଏନେଇ ଚିନ୍ତିତ। ସମସ୍ତ ହାଇକୋର୍ଟ ବିଚାରପତି ଚିନ୍ତିତ। ମୁଁ ଏହି ପ୍ରସଙ୍ଗର ସ୍ୱତଃସ୍ପୃତ ବିଚାର କରିବି। ମୁଁ କାହାକୁ ସଂସ୍ଥାକୁ ବଦନାମ କରିବାକୁ ଦେବି ନାହିଁ। ଆଇନ ନିଜ କାର୍ଯ୍ୟ କରିବ। ଏକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରାଯିବ। ମୁଁ ଅଧିକ କିଛିକହିବି ନାହିଁ।

ଆହୁରି ପଢନ୍ତୁ- GDP growth: ‘ମୋଟ ଘରୋଇ ଉତ୍ପାଦଠାରୁ ମୁଣ୍ଡପିଛା ଆୟ ଅଭିବୃଦ୍ଧି ଅଧିକ ତ୍ବରାନ୍ବିତ’

ଜଷ୍ଟିସ୍ ଜୟମାଲ୍ୟ ବାଗଚି କହିଥିଲେ,ଏହା ସମ୍ବିଧାନର ମୌଳିକ ଢାଞ୍ଚା ଉପରେ ଏକ ସିଧାସଳଖ ଆକ୍ରମଣ। ପୁସ୍ତକଟି ମୌଳିକ ଢାଞ୍ଚାର ବିରୋଧୀ ପରି ମନେ ହେଉଛି । ପୁସ୍ତକରେ ଆମ ସମାଜରେ ନ୍ୟାୟପାଳିକାର ଭୂମିକା ଶୀର୍ଷକ ଅଧ୍ୟାୟରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କରେ ରହିଛି। ସେଥିରେ ବିଚାରପତିଙ୍କ ଅଭାବ, ଜଟିଳ ଆଇନଗତ ପ୍ରକ୍ରିୟା ଏବଂ ଦୁର୍ବଳ ଭିତ୍ତିଭୂମି ନ୍ୟାୟିକ ବ୍ୟବସ୍ଥା ପାଇଁ ଏକ ଚ୍ୟାଲେଞ୍ଜ୍ ଭାବରେ ଉଲ୍ଲେଖ କରାଯାଇଛି।

ଆହୁରି ପଢନ୍ତୁ- New Delhi: ବଦଳିବ ରାଜଧାନୀ ଦିଲ୍ଲୀର ନାମ, ହେବ ଇନ୍ଦ୍ରପ୍ରସ୍ଥ: କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ସାଂସଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe