Advertisment

Dayanidhi Maran: ଦୟାନିଧି ମାରନଙ୍କ ବିବାଦୀୟ ମନ୍ତବ୍ୟ: ଦକ୍ଷିଣ ଭାରତର ଶିକ୍ଷିତ ଝିଅଙ୍କୁ ଉତ୍ତର ଭାରତରେ ଦାସ କରି ରଖାଯାଏ...

Advertisment

ଯେଉଁ ରାଜ୍ୟମାନେ ଛାତ୍ରମାନଙ୍କୁ କେବଳ ହିନ୍ଦୀ ପଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତି ଓ ଇଂରାଜୀ ଭାଷାକୁ ଦ୍ବିତୀୟ ସ୍ତରର ପ୍ରାଥମିକତା ଦିଅନ୍ତି ସେମାନେ ନିଯୁକ୍ତି ସମ୍ଭାବନାକୁ ସଙ୍କୁଚିତ କରିଦିଅନ୍ତି...

ଯେଉଁ ରାଜ୍ୟମାନେ ଛାତ୍ରମାନଙ୍କୁ କେବଳ ହିନ୍ଦୀ ପଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତି ଓ ଇଂରାଜୀ ଭାଷାକୁ ଦ୍ବିତୀୟ ସ୍ତରର ପ୍ରାଥମିକତା ଦିଅନ୍ତି ସେମାନେ ନିଯୁକ୍ତି ସମ୍ଭାବନାକୁ ସଙ୍କୁଚିତ କରିଦିଅନ୍ତି...

New Project (7)

Dayanidhi Maran Photograph: (sambad.in)

ଚେନ୍ନାଇ: ହିନ୍ଦୀ ଭାଷା ଓ କନ୍ୟା ଶିକ୍ଷାକୁ ନେଇ ଡିଏମ୍‌କେ ସାଂସଦ ଦୟାନିଧି ମାରନ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମାରନ ହିନ୍ଦୀ ଭାଷା ପଢ଼ିବାକୁ ଗୁରୁତ୍ବ ଦିଆଯାଉଥିବା ରାଜ୍ୟମାନଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଯେଉଁ ରାଜ୍ୟମାନେ ଛାତ୍ରମାନଙ୍କୁ କେବଳ ହିନ୍ଦୀ ପଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତି ଓ ଇଂରାଜୀ ଭାଷାକୁ ଦ୍ବିତୀୟ ସ୍ତରର ପ୍ରାଥମିକତା ଦିଅନ୍ତି ସେମାନେ ନିଯୁକ୍ତି ସମ୍ଭାବନାକୁ ସଙ୍କୁଚିତ କରିଦିଅନ୍ତି। ଏଥିପାଇଁ ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କୁ ପଳାୟନ ବୃଦ୍ଧି ପାଉଛି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମାରନ କହିଥିଲେ, କେତେକ ରାଜ୍ୟରେ ଛାତ୍ରମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରାଯାଉଛି ଏବଂ ସେମାନଙ୍କୁ ହିନ୍ଦୀ ପଢ଼ିବାକୁ ବାଧ୍ୟ କରାଯାଉଛି। ସେମାନେ ଆପଣଙ୍କୁ କହିବେ ଇଂରାଜୀ ପଢ଼ ନାହିଁ। ଇଂରାଜୀ ପଢ଼ିଲେ ନଷ୍ଟ ହୋଇଯିବ। ଆପଣମାନଙ୍କୁ ଗୁଲାମ କରି ରଖାଯିବ। ସାଂସଦଙ୍କ ମନ୍ତବ୍ୟ ପରେ ପୁଣିଥରେ ହିନ୍ଦୀଭାଷାକୁ ନେଇ ବିବାଦ ଦେଖାଯାଇଛି। 

ମାରନ କହିଛନ୍ତି, ତାମିଲନାଡ଼ୁରେ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଥିବାରୁ ରାଜ୍ୟର ଆର୍ଥିକ ବିକାଶ ହେଉଛି। ତାମିଲନାଡ଼ୁ‌ରେ ଉଚ୍ଚଶିକ୍ଷିତ ଲୋକଥିବାରୁ ବିଶ୍ବସ୍ତରୀୟ କମ୍ପାନି ଏଠାକୁ ଆସୁଛନ୍ତି। ଶିକ୍ଷାକୁ କେବଳ ହିନ୍ଦୀ ମାଧ୍ୟମରେ ସୀମିତ ରଖିଲେ ବେରୋଜଗାର ବୃଦ୍ଧି ପାଇବ। ତାମିଲନାଡ଼ୁର ଦ୍ରାବିଡ଼ ମଡେଲ ପୁଅମାନଙ୍କ ପରି ଝିଅମାନଙ୍କୁ ମଧ୍ୟ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥାଏ। ଏହାଦ୍ବାରା ରାଜ୍ୟରେ ସାକ୍ଷରତା ହାର ବୃଦ୍ଧି ସହିତ ମହିଳା କର୍ମଜୀବୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଇଂରାଜୀ ଶିକ୍ଷାକୁ ହତୋତ୍ସାହିତ କରିବା ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭାବନା ଓ ସୁଯୋଗ ସୀମିତ ହୋଇଯାଏ, ଭାଷା ଆଧାରିତ ପ୍ରତିବନ୍ଧ ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ବାଧା ସୃଷ୍ଟି କରିଥାଏ ବୋଲି ମାରନ କହିଛନ୍ତି। 

ଆହୁରି ପଢନ୍ତୁ- Karnataka Politics: କର୍ଣ୍ଣାଟକରେ 'ଚୌକି' ନାଟକ: ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ନେଇ ଜାରି ରହିଛି ଦ୍ୱନ୍ଦ୍ୱ, ରାହୁଲଙ୍କୁ ସ୍ପଷ୍ଟୀକରଣ ମାଗିଲେ ସିଦ୍ଦରମୈୟା...

ତେବେ ବିଜେପି ଏହାର ପାଲଟା ଜବାବ ଦେଇ କହିଛି ଯେ, ଡିଏମ୍‌କେ ସାଂସଦଙ୍କ ମଧ୍ୟରେ ସାଧାରଣ ଜ୍ଞାନର ଅଭାବ ରହିଛି। ସେ ଦେଶ ତଥା ହିନ୍ଦୀ ଭାଷାଭାଷି ଲୋକଙ୍କୁ କ୍ଷମା ମାଗିବା ଉଚିତ। ହିନ୍ଦୀ ଭାଷାଭାଷି ଲୋକଙ୍କୁ ଅପାଠୁଆ ତଥା ଅସଭ୍ୟ କହିବା ଯୋଗୁ ସେ କ୍ଷମା ମାଗିବା କଥା ବୋଲି ବିଜେପି ନେତା ତିରୁପତି ନାରାୟଣନ୍‌ କହିଛନ୍ତି। ମାରନଙ୍କ ସପକ୍ଷରେ ଡିଏମ୍‌କେ ନେତା ଟିକେଏସ୍‌ ଏଲାନଗୋଭନ ମତ ଦେଇ କହିଛନ୍ତି , ଉତ୍ତର ଭାରତର ମହିଳାଙ୍କ ପାଇଁ ଲଢ଼ିବାକୁ କେହି ନାହାନ୍ତି। ଏହା ରାଜ୍ୟରେ କେଉଁ ଦଳ ଶାସନ କରୁଛି ତାହା ଉପରେ ନିର୍ଭର କରେ। ବର୍ତ୍ତମାନ କଂଗ୍ରେସ ମହିଳାଙ୍କୁ ସଶକ୍ତ କରୁଛି। ଯେଉଁଠି ବି କଂଗ୍ରେସ ଶାସିତ ରାଜ୍ୟ ଅଛି ସେମାନେ ନାରୀ ଶିକ୍ଷା ପାଇଁ ବହୁତ କିଛି କରୁଛନ୍ତି। ତାମିଲନାଡ଼ୁରେ ଆମେ ମହିଳାଙ୍କ ସଶକ୍ତିକରଣ ପାଇଁ ଲଢ଼ୁଛୁ।

ଆହୁରି ପଢନ୍ତୁ- Silver Price: ରୁପା ଦର ୩ ଲକ୍ଷ ଉପରେ, ୫ ଦିନରେ ବଢ଼ିଲା ୩୯ହଜାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe