କଂଗ୍ରେସ ନେତାଙ୍କୁ ହତ୍ୟା ଧମକ: ୫୦ ଲକ୍ଷ ନଦେଲେ ଭୋଗିବ ପରିଣାମ

ନାଗପୁର ଆଉ ନେତାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ନୁହେଁ। ନାଗପୁରରେ ଜଣେ ଅଜଣା ବ୍ୟକ୍ତି ଫୋନ୍ ଯୋଗେ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ଅତୁଲ ଲୋଣ୍ଡେଙ୍କୁ ହତ୍ୟା ଧମକ ଦେଇଛନ୍ତି...

Death threat to Congress leader: Will face consequences if Rs 50 lakh is not paid

Death threat to Congress leader: Will face consequences if Rs 50 lakh is not paid Photograph: (sambad.in)

ନାଗପୁର: ନାଗପୁର ଆଉ ନେତାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ନୁହେଁ। ନାଗପୁରରେ ଜଣେ ଅଜଣା ବ୍ୟକ୍ତି ଫୋନ୍ ଯୋଗେ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ଅତୁଲ ଲୋଣ୍ଡେଙ୍କୁ ହତ୍ୟା ଧମକ ଦେଇଛନ୍ତି। ଅଜଣା ବ୍ୟକ୍ତି ଫୋନ୍ ଯୋଗେ ମୁଖପାତ୍ର ଅତୁଲ ଲୋଣ୍ଡେଙ୍କଠାରୁ ୫୦ ଲକ୍ଷ ଟଙ୍କା  ଦାବି କରିଛନ୍ତି। ଟଙ୍କା ନଦେଲେ ପରିଣାମ ଭୋଗିବାକୁ ଚେତାବନୀ ଦେଇଛନ୍ତି। ଏହି ମାମଲାରେ ନନ୍ଦନବନ ପୁଲିସ ଏକ ମାମଲା ରୁଜୁ କରିଛି।

ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ, ଲୋଣ୍ଡେ ଏକ ଜାତୀୟ ନ୍ୟୁଜ ଚ୍ୟାନେଲରେ ଏକ ବିତର୍କରେ ତାଙ୍କ ଦଳର ଭୂମିକା ବୁଝାଉଥିଲେ। ବିତର୍କ ଶେଷ ହେବାର କିଛି ସମୟ ପରେ, ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରିଥିଲେ।

ଫୋନ୍ ରିସିଭ୍ କରିବା ପରେ, ଅନ୍ୟ ପାର୍ଶ୍ୱରେ ଥିବା ବ୍ୟକ୍ତି ଲୋଣ୍ଡେଙ୍କୁ ଗାଳି ଦେଇ କହିଥିଲେ, ଟିଭିରେ ଅଧିକ କଥା ହୁଅ ନାହିଁ। ନାଗପୁର ବେଶି ଦୂର ନୁହେଁ। ମୁଁ ସେଠାକୁ ଯାଇ ତୁମକୁ ଶେଷ କରିଦେବି।


ସେ ଭାବିଥିଲେ ଯେ,  ନିଶ୍ଚୟ କୌଣସି ପାଗଳ ବ୍ୟକ୍ତି ଏଭଳି କରିଥିହେବ। ଲୋଣ୍ଡେ କଲ୍ କାଟିଦେଇଥିଲେ। ଏହା ପରେ ତୁରନ୍ତ ଆଉ ଏକ କଲ୍ ଆସିଥିଲା। ଏଥର ଲୋଣ୍ଡେକୁ ପୁଣି ଥରେ ଧମକ ଦିଆଯାଇଥିଲା ଏବଂ କଲ୍ ବିଚ୍ଛିନ୍ନ ନକରିବାକୁ ପରାମର୍ଶ ଦିଆଯାଇଥିଲା। ତାଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ଟଙ୍କା ନେବା ପାଇଁ ସେ ପୁଣି ଥରେ କଲ୍ କରି ତାଙ୍କୁ ଜଣାଇବେ ବୋଲି କହିଥିଲେ। ଏଥିରେ ବିରକ୍ତ ହୋଇ ଅତୁଲ ଲୋଣ୍ଡେ କଲ୍ ବିଚ୍ଛିନ୍ନ କରି ସେହି ନମ୍ବରକୁ ବ୍ଲକ୍ କରିଦେଇଥିଲେ। ଏହା ପରେ ହ୍ୱାଟ୍ସଆପରେ କଲ୍ ଆସିବା ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ପ୍ରକୃତିର କୋପ: ୪୮ ଘଣ୍ଟାରେ ୩୪୦ ମୃତ୍ୟୁ, ଧ୍ୱଂସାବଶେଷ ତଳୁ ଜୀବନ ଖୋଜା

ସେ ହ୍ୱାଟ୍ସଆପ ନମ୍ବରକୁ  ମଧ୍ୟ ବ୍ଲକ୍ କରିଥିବାରୁ। ତାଙ୍କ ପାଖକୁ ମେସେଜ ପଠାଯାଇଥିଲା। କଂଗ୍ରେସ ମୁଖପାତ୍ର ଅତୁଲ ଲୋଣ୍ଡେ ମେସେଜର ସ୍କ୍ରିନସଟ୍ ନେଇ ନନ୍ଦନବନ ପୁଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିବାକୁ ଯାଇଥିଲେ। ଲୋଣ୍ଡେଙ୍କ ଅଭିଯୋଗ ଉପରେ, ପୁଲିସ ବିଭିନ୍ନ ଧାରା ଅନୁଯାୟୀ ଚାନ୍ଦା ଆଦାୟ ଏବଂ ହତ୍ୟା ଧମକ ମାମଲା ରୁଜୁ କରିଛି।

କୁହାଯାଉଛି ଯେ, ଲୋଣ୍ଡେଙ୍କୁ ଯେଉଁ ନମ୍ବରରୁ ଫୋନ୍ କରାଯାଇଥିଲା ତାହା ପାନିପତର ଜଣେ ବ୍ୟକ୍ତିଙ୍କ ନାମରେ ପଞ୍ଜିକୃତ। ଖୁବ୍ ଶୀଘ୍ର ପୁଲିସ ଦଳ ତଦନ୍ତ ପାଇଁ ପାନିପତ ଯାଇପାରନ୍ତି। କୁହାଯାଉଛି ଯେ, ଏହା ପୂର୍ବରୁ ମଧ୍ୟ ଲୋଣ୍ଡେଙ୍କୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା।

ଅଧିକ ପଢ଼ନ୍ତୁ:ଇତିହାସର ସତ୍ୟ ଲୁଚାଅ ନାହିଁ: ଏନସିଇଆରଟି ପାଠ୍ୟପୁସ୍ତକରେ ସଂଶୋଧନକୁ ନେଇ ଆରଏସଏସ-ବିଜେପିକୁ ଟାର୍ଗେଟ କଲେ ଓୱାଇସି

Maharashtra | Nagpur | congress | death threat | ransom | atul-londhe | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe