Advertisment

Defence: ୭୯ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତିକୁ ସ୍ବୀକୃତି

Advertisment

କେନ୍ଦ୍ର ସରକାର ସୋମବାର ୭୯ ହକାର କୋଟି ଟଙ୍କାର ଏକ ପ୍ରମୁଖ  ପ୍ରତିରକ୍ଷା ଚୁୁକ୍ତିକୁ ସ୍ବୀକୃତି ପ୍ରଦାନ କରିଛନ୍ତି।  ସଶସ୍ତ୍ରବାହିନୀର ଯୁଦ୍ଧ ଦକ୍ଷତାକୁ ଅଧିକ ସୁଦୃଢ଼ କରିବାକୁ କ୍ଷେପଣାସ୍ତ୍ର...

Updated On

କେନ୍ଦ୍ର ସରକାର ସୋମବାର ୭୯ ହକାର କୋଟି ଟଙ୍କାର ଏକ ପ୍ରମୁଖ  ପ୍ରତିରକ୍ଷା ଚୁୁକ୍ତିକୁ ସ୍ବୀକୃତି ପ୍ରଦାନ କରିଛନ୍ତି।  ସଶସ୍ତ୍ରବାହିନୀର ଯୁଦ୍ଧ ଦକ୍ଷତାକୁ ଅଧିକ ସୁଦୃଢ଼ କରିବାକୁ କ୍ଷେପଣାସ୍ତ୍ର...

ଅଦ୍ୟତନ ହୋଇଛି
Untitled-9

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସୋମବାର ୭୯ ହକାର କୋଟି ଟଙ୍କାର ଏକ ପ୍ରମୁଖ  ପ୍ରତିରକ୍ଷା ଚୁୁକ୍ତିକୁ ସ୍ବୀକୃତି ପ୍ରଦାନ କରିଛନ୍ତି।  ସଶସ୍ତ୍ରବାହିନୀର ଯୁଦ୍ଧ ଦକ୍ଷତାକୁ ଅଧିକ ସୁଦୃଢ଼ କରିବାକୁ କ୍ଷେପଣାସ୍ତ୍ର, ରକେଟ୍‌, ରାଡାର ସିଷ୍ଟମ୍‌ ଏବଂ ଡ୍ରୋନ୍‌ କିଣିବା ପାଇଁ ସରକାର ଏହି ଚୁକ୍ତିକୁ ଅନୁମୋଦନ କରିଛନ୍ତି।  ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ପ୍ରତିରକ୍ଷା ସାମଗ୍ରୀ କ୍ରୟ ପରିଷଦ‌ରେ ଏହି ସ୍ବୀକୃତି ଦିଆଯାଇଛି।  ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ଜାରି  ବିବୃତି ଅନୁଯାୟୀ  ଆର୍ଟିଲେରି ରେଜିମେଣ୍ଟ୍‌  ପାଇଁ ଲଏଟର ମୁନିସନ ସିଷ୍ଟମ୍‌, ହାଲୁକା ରାଡାର, ପିନାକା ମଲ୍ଟିପଲ ଲଞ୍ଚ ରକେଟ୍‌ ସିଷ୍ଟମ (ଏମଆରଏଲଏସ) ପାଇଁ ଲଙ୍ଗ ରେଞ୍ଜ ଗାଇଡେଡ୍‌ ରକେଟ୍‌ ଆମୁନିସନ ଏବଂ ଇଣ୍ଟିଗ୍ରେଟେଡ ଡ୍ରୋନ ଡିଟେକସନ୍‌ ଓ ଇଣ୍ଟରଡିକ୍ସନ ସିଷ୍ଟମ ଏମ୍‌କେ-୨ କ୍ରୟ ପାଇଁ ସ୍ବୀକୃତି ପ୍ରଦାନ କରାଯାଇଛି।

Silver: ଦିନକରେ ରୁପା ୨୧ହଜାର କମିଲା

Aviation industry: ବିମାନ ଶିଳ୍ପ: ୧୮ହଜାର କୋଟି କ୍ଷତି ଆଶଙ୍କା

 ବୈଠକ ପରେ ରାଜନାଥ ସିଂହ କହିଛନ୍ତି,  ଏହି ନିଷ୍ପତ୍ତି ପ୍ରତିରକ୍ଷା ପ୍ରସ୍ତୁତି ନେଇ ସରକାରଙ୍କ ଗୁରୁତ୍ବକୁ ପ୍ରତିଫଳନ କରୁଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରତିରକ୍ଷା ମନ୍ତ୍ରାଳୟ ଭାରତର ପ୍ରତିରକ୍ଷା ପ୍ରସ୍ତୁତିକୁ ସୁଦୃଢ଼ କରିବା ଦିଗରେ ଅକ୍ଳାନ୍ତ ଭାବେ କାମ କରୁଛି ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe