ଚାନ୍ଦିପୁର: ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସଫଳତାର ସହ ଲଙ୍ଗ୍ରେଞ୍ଜ ଗାଇଡେଡ୍ ରକେଟ୍ ‘ପିନାକ’ର ସଫଳ ପରୀକ୍ଷା ହୋଇଛି। ଆଜି ପୂର୍ବାହ୍ଣରେ ଏହି ପରୀକ୍ଷା କରାଯାଇଥିବା ଡିଆର୍ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ରକେଟ୍ଟି ୧୨୦ରୁ ୩୦୦ କିଲୋମିଟର ଦୂର ୧୦ ମିଟର ପରିଧି ମଧ୍ୟରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କ କିମ୍ବା ଅନ୍ୟ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି।
World Record : ଟ୍ବେଣ୍ଟି-୨୦ ମ୍ୟାଚ୍ରେ ନେଲେ ୮ ୱିକେଟ୍ ନେଲେ ଭୁଟାନ ବୋଲର୍
ଏଥିରେ ୨୫୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ। ‘ପିନାକ’ର ଉତ୍କ୍ଷେପଣ ପରେ ଜିପିଏସ୍ ମାଧ୍ୟମରେ ଏହାର ଦିିଗ, ବେଗ ଓ ଲକ୍ଷ୍ୟସ୍ଥଳ ନିର୍ଦ୍ଧାରଣ କରାଯାଇପାରିବ। ପ୍ରତି ୪୪ ସେକେଣ୍ଡରେ ଲଞ୍ଚର୍ରୁ ୧୨ଟି ରକେଟ୍ ଲଞ୍ଚ୍ ହୋଇପାରିବ ବୋଲି କୁହାଯାଇଛି। ‘ପିନାକ’ର ସଫଳ ପରୀକ୍ଷା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/30/pinak-2025-12-30-01-14-00.jpg)