Delhi again unconvinced: ଦିଲ୍ଲୀ ପୁଣି ଅଣନିଶ୍ବାସୀ: ବାୟୁ ମାନ ‘ଅତି ଖରାପ’ ଶ୍ରେଣୀରେ

Advertisment

ଶନିବାର ଦିଲ୍ଲୀକୁ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଛି।  ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ)  ଅତି ଖରାପ ଶ୍ରେଣୀରେ ରହିଛି ଯାହା ଗତକାଲି ତୁଳନାରେ ଅଧିକ।  ଖରାପ ବାୟୁ ମାନ ସାଙ୍ଗକୁ ଦିଲ୍ଲୀରେ ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ଦିଲ୍ଲୀ ବାସିନ୍ଦାଙ୍କ ସଙ୍କଟ ବଢ଼ି ଯାଇଛି।

ଶନିବାର ଦିଲ୍ଲୀକୁ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଛି।  ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ)  ଅତି ଖରାପ ଶ୍ରେଣୀରେ ରହିଛି ଯାହା ଗତକାଲି ତୁଳନାରେ ଅଧିକ।  ଖରାପ ବାୟୁ ମାନ ସାଙ୍ଗକୁ ଦିଲ୍ଲୀରେ ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ଦିଲ୍ଲୀ ବାସିନ୍ଦାଙ୍କ ସଙ୍କଟ ବଢ଼ି ଯାଇଛି।

polluction

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀକୁ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଛି।  ଦିଲ୍ଲୀରେ ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ)  ଅତି ଖରାପ ଶ୍ରେଣୀରେ ରହିଛି ଯାହା ଗତକାଲି ତୁଳନାରେ ଅଧିକ।  ଖରାପ ବାୟୁ ମାନ ସାଙ୍ଗକୁ ଦିଲ୍ଲୀରେ ପ୍ରବଳ ଶୀତ ଲହରୀ ଜାରି ରହିଥିବାରୁ ଦିଲ୍ଲୀ ବାସିନ୍ଦାଙ୍କ ସଙ୍କଟ ବଢ଼ି ଯାଇଛି। ଆଇଏମ୍‌ଡି (ଭାରତୀୟ ପାଣିପାଗ ବିଭାଗ)  ଶୁକ୍ରବାର ସୂଚନା ଦେଇଛନ୍ତି ଯେ ଡିସେମ୍ବର ୫ ତାରିଖ ତଥା ଶୁକ୍ରବାର ହେଉଛି ଦିଲ୍ଲୀରେ ଚଳିତ ବର୍ଷର ସବୁଠାରୁ ଶୀତ ଡିସେମ୍ବର।  ଦିଲ୍ଲୀରେ ଶୁକ୍ରବାର ପାରଦ ୫.୬ ଡିଗ୍ରି ସେଲସିୟସ ଥିଲା।  ସିପିସିବି (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ତଥ୍ୟ ଅନୁଯାୟୀ ଦିଲ୍ଲୀର ୩୯ ମନିଟରିଂ ଷ୍ଟେସନ୍‌ ମଧ୍ୟରୁ ୩୫ଟି ଷ୍ଟେସନ୍‌ର ରିଡିଂ ଦର୍ଶାଉଛି ଯେ ବାୟୁର ମାନ ଅତି ଖରାପ ଶ୍ରେଣୀରେ ରହିଛି। ଅନ୍ୟ ୪ଟି ମନିଟରିଂ ଷ୍ଟେସନ୍‌ରେ ମଧ୍ୟ ବ‌ାୟୁର ମାନ ଖରାପ ରହିଛି।

Indigo Flight Disruption : ଇଣ୍ଡିଗୋ ସିଇଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲେ ସରକାର

ଆରକେ ପୁରମରେ ବାୟୁର ମାନ ୩୬୪ ଥିବାବେଳେ ପଞ୍ଜାବୀ ବାଗ୍‌ରେ ୩୪୮, ଚାନ୍ଦିନୀ ଚୌକ୍‌ରେ ୩୪୮, ରୋହିଣୀରେ ୩୭୪, ବିବେକବିହାରରେ ୩୦୯, ବାୱନାରେ ୩୭୫, ସିରି ଫୋର୍ଟରେ ୩୪୨, ୱାଜିରପୁରରେ ୩୫୯, ଆନନ୍ଦବିହାରରେ ୩୬୬, ଅଶୋକ ବିହାରରେ ୩୪୮ ଏବଂ ସୋନିଆବିହାରରେ ଏକ୍ୟୁଆଇ ୩୫୨ ରହିଛି।  ଉଲ୍ଲେଖଯୋଗ୍ୟ,  ଚଳିତ ସପ୍ତାହ‌ରେ ଦିଲ୍ଳୀରେ ବାୟୁର ମାନ ଅସ୍ଥିର ରହିଛି। ସହରରେ ରବିବାର ଏକ୍ୟୁଆଇ ୨୭୯ ଥିବାବେଳେ ସୋମବାର ଏହା ବୃଦ୍ଧି ପାଇ ୩୦୪ରେ ପହଞ୍ଚିଥିଲା। ସେହିପରି ମଙ୍ଗଳବାର ଦିଲ୍ଲୀରେ ଏକ୍ୟୁଆଇ ୩୭୨ ରହିଥିଲା ଯାହା କି  ଅତି ‘ଗମ୍ଭୀର’ଶ୍ରେଣୀର ନିକଟତର।  ବୁଧବାର ବାୟୁର ମାନରେ ସାମାନ୍ୟ ସୁଦ୍ଧାର ଆସି ୩୪୨ ହେଇଥିଲା। ଗୁରୁବାର ଏକ୍ୟୁଆଇ ୩୦୪ ଥିବାବେଳେ ଶୁକ୍ରବାର ଏହା ୩୨୭ ଥିଲା।

Dead Body: ନିଖୋଜ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe