Delhi Blast New Cctv Footage: ସାମ୍ନାକୁ ଆସିଲା ଲାଲକିଲ୍ଲା ନିକଟରେ ହୋଇଥିବା ଭୟାବହ ବିସ୍ଫୋରଣ ଘଟଣାର ସିସିଟିଭି ଫୁଟେଜ

ଚାନ୍ଦନୀ ଚୌକ ଉପରେ ନଜର ରଖୁଥିବା ସିସି ଟିଭି କଣ୍ଟ୍ରୋଲ ରୁମ୍ ଦ୍ୱାରା ସନ୍ଧ୍ୟା ୬.୫୦ରେ ରେକର୍ଡ ହୋଇଥିବା ଏକ ଫୁଟେଜ୍ ବିସ୍ଫୋରଣର ଭୟଙ୍କର ଦୃଶ୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। 

download

delhi blast new cctv footage Photograph: (@ABP Live)

ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣର ଲୋମଟାଙ୍କୁରା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ବିସ୍ଫୋରଣ ଘଟଣାର ଏକ ନୂତନ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଯେଉଁଥିରେ ଲାଲକିଲ୍ଲା ନିକଟରେ ଯାନବାହାନ ଚଳାଚଳ କରୁଥିବା ରାସ୍ତାରେ ଏକ କାରରେ କିପରି ବୋମା ବିସ୍ଫୋରଣ ହୋଇଥିଲା ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। 
ଭିଡିଓରେ ପାର୍କିଂ ସ୍ଥାନ ଛାଡିବା ସମୟରେ ଏକ ଆଇ୨୦ କାର ବିସ୍ଫୋରଣ ହେଉଥିବା ନଜର ଆସୁଛି।

ସାମ୍ନାକୁ ଆସିଲା ନୂତନ  ସିସିଟିଭି ଫୁଟେଜ୍

ଚାନ୍ଦନୀ ଚୌକ ଉପରେ ନଜର ରଖୁଥିବା ସିସି ଟିଭି କଣ୍ଟ୍ରୋଲ ରୁମ୍ ଦ୍ୱାରା ସନ୍ଧ୍ୟା ୬.୫୦ରେ ରେକର୍ଡ ହୋଇଥିବା ଏକ ଫୁଟେଜ୍ ବିସ୍ଫୋରଣର ଭୟଙ୍କର ଦୃଶ୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଉଛି।  ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ  ଶକ୍ତିଶାଳୀ ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୨୫ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିଲେ।

ବିସ୍ଫୋରଣରେ ଫାଟି ଯାଇଛି ଲୋକଙ୍କ କାନପରଦା, ଫୁସଫୁସ ଏବଂ ଅନ୍ତନଳୀ

ଦେଶର ବିଭିନ୍ନ ସୁରକ୍ଷା ସଂସ୍ଥା ବିସ୍ଫୋରଣ ମାମଲାର ତଦନ୍ତ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ନେଇ ପ୍ରାୟ ୨୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ସାରା ଦେଶରେ ଚଢାଉ ଜାରି ରଖାଯାଇଛି।ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶିତ ପାଇଛି।ଏହି ରିପୋର୍ଟରେ  ଅନେକ ଲୋକଙ୍କ କାନପରଦା, ଫୁସଫୁସ ଏବଂ ଅନ୍ତନଳୀ ଫାଟି ଯାଇଥିବା ଉଲ୍ଲେଖ ରହିଛି।

ଅଧିକପଢ଼ନ୍ତୁ:ଦିଲ୍ଲୀ ବିସ୍ଫୋରଣର ୮ ମୃତକଙ୍କ ପରିଚୟ ମିଳିଲା: ନବମ ମୃତଦେହ ଆତଙ୍କବାଦୀର କି?

ଅଧିକପଢ଼ନ୍ତୁ:ଫଲୋୟର୍ସ ବଢ଼ାଇବା ପାଇଁ ଜୀବନ ହାରିବାର ନାଟକ କଲେ ଯୁବକ, ଗିରଫ କଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe