ଦିଲ୍ଲୀ ନିର୍ବାଚନ: ଭୋଟ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଡିଆ ଏବଂ ଆତିଶୀ ପଛୁଆ

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଡିଆ ଏବଂ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ପଛୁଆ ଅଛନ୍ତି...

ଅଦ୍ୟତନ ହୋଇଛି
Delhi Elections: Counting continues, Arvind Kejriwal, Manish Sisodia and Atishi back in early trend

Delhi Elections: Counting continues, Arvind Kejriwal, Manish Sisodia and Atishi back in early trend Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।  ‌ନିର୍ବାଚନ ମୈଦାନରେ ବିଜେପି, ଆପ୍ ମଧ୍ୟରେ କଡା ଟକ୍କର ଜାରି ରହିଛି।
ପ୍ରାରମ୍ଭିକ ଟ୍ରେଣ୍ଡରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଡିଆ ଏବଂ ମୁଖ୍ୟମନ୍ତ୍ରୀ  ଆତିଶୀ ମାର୍ଲେନା ପଛୁଆ ଅଛନ୍ତି।

ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡରେ, ବିଜେପି ୩୪ଟି ଆସନରେ ଆଗୁଆ ଅଛି। ଆମ ଆଦମୀ ପାର୍ଟି ୧୬ଟିରେ ଏବଂ କଂଗ୍ରେସ ଗୋଟିଏରେ ଆଗୁଆ ଥିବା ଦେଖାଯାଉଛି। 

ଓଖଲାରୁ ବିଜେପିର ମନୀଷ ଚୌଧୁରୀ ଆଗରେ ଅଛନ୍ତି, ବିଜେପି ବାଲିମାରନ, ସୀଲମପୁର ଇତ୍ୟାଦିରେ ମଧ୍ୟ ଆଗରେ ଅଛି। 

ପ୍ରାରମ୍ଭିକ ଟ୍ରେଣ୍ଡରେ, ବିଜେପି ବହୁମତଠାରୁ ୧୦ ଆସନ ଦୂରରେ ଥିବା ପରି ମନେ ହେଉଛି। 

ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ଭୋଟ ଗଣତି, ବିଜେପି ଆପ୍ ମଧ୍ୟରେ କଡ଼ା ଟକ୍କର

୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି। 

ଅଧିକ ପଢ଼ନ୍ତୁ: ୨୧ରୁ ମାଟ୍ରିକ ପରୀକ୍ଷା: ୭୮କେନ୍ଦ୍ରରେ ପରୀକ୍ଷା ଦେବେ କୋରାପୁଟ ଜିଲ୍ଲାର ୧୬୪୫୦ପିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe