Bomb Making Machine: ବିସ୍ଫୋରକ ପ୍ରସ୍ତୁତ ପାଇଁ ଅଟା ଚକିର ବ୍ୟବହାର କରୁଥିଲା ଆତଙ୍କବାଦୀ

ଆତଙ୍କବାଦୀ ମୁଜାମ୍ମିଲ ଶକିଲ ସ୍ୱୀକାର କରି କହିଛି, ‘ମୁଁ ଦୀର୍ଘ ଦିନରୁ ଆମୋନିୟମ୍ ନାଇଟ୍ରେଟରୁ ୟୁରିଆକୁ ପୃଥକ କରି ସେଥିରୁ ବିସ୍ଫୋରକ ପ୍ରସ୍ତୁତ କରୁଥିବା କାମ କରି ଆସୁଛି।।

Untitled-11 (1)

terror doctors bomb making machine found Photograph: (@sambad.in)

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲା ଦେଶକୁ ଦୋହଲାଇ ଦେଇଥିଲା। ଏହି ବିସ୍ଫୋରଣ ଘଟଣାର ତଦନ୍ତ କରୁଥିବା ସଂସ୍ଥାଗୁଡ଼ିକୁ ନିକଟରେ ଏକ ପ୍ରମୁଖ ସୁରାକ ମିଳିଛି।

ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଅଟା ଚକିର ବ୍ୟବହାର

ତଦନ୍ତକାରୀ ଅଧିକାରୀମାନଙ୍କ କହିବାନୁସାରେ, କାର ବୋମା ବିସ୍ଫୋରଣ ଘଟଣାରେ ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ଗଣାଇ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା ମିଲ୍ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରୁଥିଲା। ତଦନ୍ତ ସମୟରେ ପୁଲିସ ହରିୟାଣାର ଫରିଦାବାଦରେ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ଆତଙ୍କବାଦୀ ମୁଜାମ୍ମିଲ ବୋମା ତିଆରି କରିବା ପାଇଁ ବ୍ୟବହାର କରୁଥିବା ମିଲ୍ ଏବଂ ଯନ୍ତ୍ରପାତିକୁ ଜବତ କରିଛି।

ଅଧିକପଢ଼ନ୍ତୁ:ଈଶ୍ବର ବିଶ୍ବାସୀଙ୍କଠାରୁ ଅଧିକ ସଫଳ ରାଜାମୌଲି: ରାମ ଗୋପାଳ

ଆତଙ୍କବାଦୀ ରହୁଥିବା ସ୍ଥାନରୁ ବିସ୍ଫୋରକ ସାମଗ୍ରୀ ଜବତ

ଜମ୍ମୁ ଏବଂ କାଶ୍ମୀରର ପୁଲୱାମାର ବାସିନ୍ଦା ମୁଜାମ୍ମିଲ ଫରିଦାବାଦରେ ଏକ ଭଡା ଘରେ ରହୁଥିଲା। ଏଠାରେ ସେ ୟୁରିଆକୁ ପାଉଡର କରିବା ପାଇଁ ଏକ ଅଟା ମିଲ୍ ବ୍ୟବହାର କରୁଥିଲା। ଏହାପରେ ଉକ୍ତ ୟୁରିଆ ପାଉଡରକୁ ବିଶୋଧିତ କରିବା ପାଇଁ ଏକ ରାସାୟାନିକ ପଦାର୍ଥ ପ୍ରସ୍ତୁତ କରୁଥିଲା।  ନଭେମ୍ବର ୯ ତାରିଖରେ ଆତଙ୍କବାଦୀ ରହୁଥିବା ସ୍ଥାନରୁ ୩୬୦ କିଲୋଗ୍ରାମର ଆମୋନିୟମ୍ ନାଇଟ୍ରେଟ୍ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। 

ଭଡ଼ା ଘରେ ଚାଲିଥିଲା ବିସ୍ଫୋରକ ତିଆରି 

ପୁଲିସର ପଚରାଉଚରା ସମୟରେ ଆତଙ୍କବାଦୀ (ଅଲ-ଫଲାହ ୟୁନିଭର୍ସିଟିର ଡାକ୍ତର) ମୁଜାମ୍ମିଲ ଶକିଲ ସ୍ୱୀକାର କରି କହିଛି, ‘ମୁଁ ଦୀର୍ଘ ଦିନରୁ ଆମୋନିୟମ୍ ନାଇଟ୍ରେଟରୁ ୟୁରିଆକୁ ପୃଥକ କରି ସେଥିରୁ ବିସ୍ଫୋରକ ପ୍ରସ୍ତୁତ କରୁଥିବା କାମ କରି ଆସୁଛି।। ମୁଜାମ୍ମିଲ ଶକିଲକୁ ଘର ଭଡ଼ା ଦେଇଥିବା ଟ୍ୟାକ୍ସି ଚାଳକଙ୍କୁ ଏନଆଇଏ ଦଳ ହେପାଜତକୁ ନେବା ପରେ ସେ କହିଥିଲେ, ‘୪ବର୍ଷ ତଳେ ମୁଁ ପୁଅର ଚିକିତ୍ସା ପାଇଁ ଅଲ-ଫଲାହ ମେଡିକାଲ କଲେଜ ଆସିଥିବା ସମୟରେ ମୋର ମୁଜାମ୍ମିଲ ଶକିଲ ଗଣାଇ ସହିତ ଚିହ୍ନା ପରିଚୟ ହୋଇଥିଲା।’

ଲାଲକିଲ୍ଲା ନିକଟରେ କାର୍ ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ

ଲାଲକିଲ୍ଲା ନିକଟରେ ଏକ ହୁଣ୍ଡାଇ ଆଇ୨୦ କାର ସହିତ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ପନ୍ଦର ଜଣଙ୍କ ମୃତ୍ୟୁ ହୋଇଥିଲା। କାର ଚଳାଉଥିବା ଆତ୍ମଘାତୀ ଆକ୍ରମଣକାରୀ ଉମର ଉନ୍ ନବି ଏହି ଆକ୍ରମଣରେ ପ୍ରାଣ ହରାଇଥିଲା। ସେ କାଶ୍ମୀରର ବାସିନ୍ଦା ଏବଂ ପେଶାରେ ଜଣେ ଡାକ୍ତର ଥିଲା। ଉମର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସହିତ ମଧ୍ୟ ଜଡ଼ିତ ଥିଲା।

ଅଧିକପଢ଼ନ୍ତୁ:ୟୁଜ୍ ଆଣ୍ଡ୍ ଥ୍ରୋ ରାଜନୀତି କରୁଛି ବିଜେପି ଜଗଦୀପ ଧନକରଙ୍କୁ ନେଇ କଂଗ୍ରେସର କଟାକ୍ଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe