Delhi Air Pollution: ଦୀପାବଳି ପରେ ପରେ ଧୂଆଁମୟ ରାଜଧାନୀ ଦିଲ୍ଲୀର ଆକାଶ

ଗତକାଲି ଦୀପାବଳି ପରେ ପରେ ପୂରା ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀର ଆକାଶ। ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀକୁ ବିଷାକ୍ତ କୁହୁଡ଼ି ଘୋଡ଼ାଇ ରଖିଥିବାର ଦେଖିବାକୁ ମିଳିଛି। 

Untitled

Vehicles move on a road shrouded in smog a day after Diwali Photograph: (www.indiatoday.in)

ନୂଆଦିଲ୍ଳୀ: ଗତକାଲି ଦିପାବଳୀ ପରେ ପରେ ପୂରା ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀର ଆକାଶ। ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀକୁ ବିଷାକ୍ତ କୁହୁଡ଼ି ଘୋଡ଼ାଇ ରଖିଥିବାର ଦେଖିବାକୁ ମିଳିଛି। 

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମାକୁ ଉଲ୍ଲଂଘନ କରି ଲଗାତର ଭାବେ ବାଣ ମାରି ଚାଲିଥିଲେ ଦିଲ୍ଲୀ ବାସିନ୍ଦା। ଯାହାଫଳରେ ରାତି ଅଧରେ ଆକାଶ ଦିଶୁଥିଲା ବେଶ୍‌ ଧୂଆଁଳିଆ। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗମ୍ଭୀର' ବର୍ଗକୁ ଖସିଯାଇଛି। 

ତଥ୍ୟ ଅନୁଯାୟୀ, ଉତ୍ସବ ପାଳନ ମଧ୍ୟରେ ପ୍ରଦୂଷଣ ସ୍ତର ଖରାପ ହେବା ସହିତ ସକାଳ ୭ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୫୧ ରହିଥିଲା। ଯାହାକି ଜାତୀୟ ହାରାହାରିଠାରୁ ୧.୮ ଗୁଣ ଅଧିକ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ପ୍ରଦୂଷଣ ଉଦ୍‌ବେଗଜନକ: ଗ୍ରାପ୍‌-୨ କଟକଣା ଲାଗୁ, ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୪୦୦ ଉପରେ

ଦୀପାବଳି ରାତିରେ ଏକ୍ୟୁଆଇ "ଅତ୍ୟନ୍ତ ଖରାପ" ବର୍ଗକୁ ଖସିଗଲା। ନୋଇଡା ଏବଂ ଗୁରୁଗ୍ରାମ ଭଳି ସାଟେଲାଇଟ୍ ସହରଗୁଡ଼ିକର ସ୍ଥିତି ମଧ୍ୟ ଭଲ ନଥିଲା, ମଙ୍ଗଳବାର ସକାଳେ ଏକ୍ୟୁଆଇ ଯଥାକ୍ରମେ ୪୦୭ ଏବଂ ୪୦୨ ଥିଲା। ଗତବର୍ଷ ଦୀପାବଳି ପରେ ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ବର୍ଗରେ ରେକର୍ଡ କରାଯାଇଥିଲା। ଏକ୍ୟୁଆଇ ଥିଲା ୩୫୯।

ଆହୁରି ପଢ଼ନ୍ତୁ: ଡରାଇଲାଣି ବାୟୁ ପ୍ରଦୂଷଣ: ଦୀପାବଳିରେ ଭୟଙ୍କର ରୂପ ନେଇପାରେ

ଉଳ୍ଲେଖଯୋଗ୍ୟ, ଚଳିତବର୍ଷ ସୁପ୍ରିମକୋର୍ଟ ୧୮ ରୁ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସବୁଜ ବାଣକୁ ଅନୁମତି ଦେଇଥିଲେ, କେବଳ ଦୁଇଟି ସମୟ ସ୍ଲଟ୍ ମଧ୍ୟରେ, ସକାଳ ୬ ରୁ ୭ ଏବଂ ସନ୍ଧ୍ୟା ୮ ରୁ ରାତି ୧୦ ପର୍ଯ୍ୟନ୍ତ। ତଥାପି, କେହି ନିୟମ ପାଳନ କରିନଥିଲେ।  ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଏବଂ ପରେ ବାଣ ଫୁଟିଥିଲା।

 delhi | air pollution 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe