Dharmendra's film 'Ikkis' is set to release on December 25 Photograph: (sambad.in)
ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡିତ ଥିଲେ। ସୁପରଷ୍ଟାରଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା। କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା। ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା।
ଘରେ କିଛି ଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ କମ୍ ଲୋକଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଆହୁରି ପଢ଼ନ୍ତୁ:Dharmendra Passed Away: ପରଲୋକରେ ବଲିଉଡର ହି-ମ୍ୟାନ୍, ୮୯ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା
ପୂର୍ବରୁ ମୃତ୍ୟୁକୁ ନେଇ ହୋଇଥିଲା ଗୁଜବ
ଧର୍ମେନ୍ଦ୍ରଙ୍କୁ ପୂର୍ବରୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୧୦ ତାରିଖରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବାରୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଏହି ଗୁଜବ ପରେ ଝିଅ ଈଶା ଦେଓଲ ଏବଂ ପତ୍ନୀ ହେମା ମାଳିନୀ ସୋସିଆଲ ମିଡିଆରେ ପୋଷ୍ଟ କରି ଖବର ମିଛ ବୋଲି କହିଥିଲେ।
ନିଶ୍ୱାସ ନେବାରେ କଷ୍ଟ ହେଉଥିଲା
ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁ ଧର୍ମେନ୍ଦ୍ରଙ୍କୁ କିଛି ଦିନ ତଳେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା। ବହୁ ବଲିଉଡ ଷ୍ଟାର ଧର୍ମେନ୍ଦ୍ରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ହସ୍ପିଟାଲକୁ ଆସିଥିଲେ। ସଲମାନ ଖାନ, ଶାହରୁଖ ଖାନ, ଆର୍ଯ୍ୟାନ ଖାନ, ଆମିର ଖାନ, ଗୋବିନ୍ଦା ଏବଂ ଅମିଷା ପଟେଲଙ୍କ ଭଳି ପ୍ରମୁଖ ଷ୍ଟାରମାନଙ୍କୁ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ:Dharmendra Sisir Mishra ଓଡ଼ିଆ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ‘ଟାଡା’ରେ ଅଭିନୟ କରିଥିଲେ ଧର୍ମେନ୍ଦ୍ର
ଏହା ସହିତ, ଧର୍ମେନ୍ଦ୍ରଙ୍କ ସୁପରହିଟ୍ ପାରିବାରିକ ଚଳଚ୍ଚିତ୍ର "ଅପନେ" ଖୁବ୍ ଶୀଘ୍ର ଏହାର ସିକ୍ୱେଲ୍ "ଅପନେ -୨" ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ତାଙ୍କ ପୁଅ ସନି ଦେଓଲ ଏବଂ ବବି ଦେଓଲ ଏବଂ ନାତି କରଣ ଦେଓଲ ମଧ୍ୟ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ଦେଓଲ ପରିବାରର ଭାବପ୍ରବଣ ଏବଂ ଆକ୍ସନ୍-ଭରା କାହାଣୀକୁ ଜାରି ରଖିବ।
Follow Us