Dhirendra Krishna Shastri Photograph: (sambad.in)
ନୂଆଦିଲ୍ଲୀ: ଭାରତ ହିନ୍ଦୁ ରାଷ୍ଟ୍ର ନହେବା ଯାଏ ପଦଯାତ୍ରା ଜାରି ରହିବ। ସନାତନ ହିନ୍ଦୁ ଏକତା ପଦଯାତ୍ରାର ଦ୍ୱିତୀୟ ଦିନରେ ଏଭଳି କହିଛନ୍ତି ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ। ଦିଲ୍ଲୀରେ ପଦଯାତ୍ରା କରୁଥିବା ବେଳେ ସେ ଏହି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, "ଏହି ପଦଯାତ୍ରା ସାମାଜିକ ସଦ୍ଭାବ ଏବଂ ହିନ୍ଦୁ ଏକତା ପାଇଁ କରାଯାଉଛି। ଭାରତ ହିନ୍ଦୁ ରାଷ୍ଟ୍ର ନହେବା ପର୍ଯ୍ୟନ୍ତ ପଦଯାତ୍ରା ଜାରି ରହିବ।"
ଧୀରେନ୍ଦ୍ର ଶାସ୍ତ୍ରୀ ଆହୁରି କହିଛନ୍ତି ଯେ, "ପଦଯାତ୍ରାର ଉଦ୍ଦେଶ୍ୟ କୌଣସି ରାଜନୈତିକ ଦଳକୁ ସମର୍ଥନ କିମ୍ବା ବିରୋଧ କରିବା ନୁହେଁ, ବରଂ ହିନ୍ଦୁ ସମାଜକୁ ଏକତ୍ର କରିବା। ଆମେ ଚାହୁଁଛୁ ଯେ ହିନ୍ଦୁମାନେ ଜାତିଗତ ଭେଦଭାବରୁ ଉପରକୁ ଉଠି ଏକ ହୁଅନ୍ତୁ। ଏହି ଯାତ୍ରା ସାମାଜିକ ସଦଭାବର ପ୍ରତୀକ। ଏମାନେ ସମସ୍ତେ ବାଗେଶ୍ୱର ଧାମର ପାଗଳ ଲୋକ। ଏମାନେ ନେତା ନୁହଁନ୍ତି, ବରଂ ଆମ ପରିବାରର ସଦସ୍ୟ।"
ପଦଯାତ୍ରାରେ ସାମିଲ ହେଲେ ଶହ ଶହ ଲୋକ
ନଭେମ୍ବର ୮ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ପଦଯାତ୍ରାରେ ହଜାର ହଜାର ଭକ୍ତ ଯୋଗ ଦେଇଥିଲେ। ଗେରୁଆ ପତାକା ଧରି ଲୋକମାନେ "ଜୟ ଶ୍ରୀ ରାମ" ଏବଂ "ହର ହର ମହାଦେବ" ସ୍ଲୋଗାନ ଦେଇଥିଲେ। ମହିଳା, ଯୁବକ ଏବଂ ବୃଦ୍ଧଙ୍କ ସମେତ ସମସ୍ତ ଜନତା ଉତ୍ସାହରେ ପରିପୂର୍ଣ୍ଣ ଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମ ସମୟରେ ବାଗେଶ୍ବର ବାବା କହିଥିଲେ ଯେ, ଏହି ପଦଯାତ୍ରା ବାଙ୍କେ ବିହାରୀଙ୍କ ପୁନର୍ମିଳନ ଏବଂ ସନାତନ ଧର୍ମର ଉତ୍ଥାନର ବାର୍ତ୍ତା ବହନ କରେ। ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହିନ୍ଦୁମାନଙ୍କ ମଧ୍ୟରେ ଏକତା ଏବଂ ଗର୍ବର ଭାବନା ଜାଗ୍ରତ କରିବା।
ଆହୁରି ପଢ଼ନ୍ତୁ: Ink On Both Hands of Bihar MP: ମତଦାନ ପରେ ୨ହାତର ଅଙ୍ଗୁଠିରେ କାଳୀ ଲାଗିଥିବା ଦେଖାଇଲେ ସାଂସଦ
ଆହୁରି ପଢ଼ନ୍ତୁ: Accident Ollywood Actor Ashrumochan: ଓଲିଉଡ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
Follow Us