tail from toddler: ଶିଶୁର ଅଣ୍ଟାରେ ବାହାରିଥିବା ଲାଞ୍ଜକୁ କାଟି ବାହାର କଲେ ଡାକ୍ତର

ଜନ୍ମରୁ ଶିଶୁର ଅଣ୍ଟାରେ ବାହାରିଥିବା ୧୪ ସେଣ୍ଟିମିଟର ଲାଞ୍ଜକୁ ସଫଳତାର ସହ ଅସ୍ତ୍ରୋପଚାର କରି ବାହାରକଲେ ଡାକ୍ତରୀଦଳ। ଅଳ୍ପଦିନ ମଧ୍ୟରେ ହସ୍ପିଟାଲରୁ ଶିଶୁକୁ ମିଳିବ ଛୁଟି।

Untitled-7 (1)

doctors remove tail from ୂtoddler Photograph: (@sambad.in)

ଲକ୍ଷ୍ନୌ: ଲାଞ୍ଜ... ଲାଞ୍ଚ ସାଧାରଣତଃ ପଶୁ ଓ ପକ୍ଷୀଙ୍କର ଶରୀରରେ ରହିଥାଏ। କିନ୍ତୁ ମଣିଷ ଶରୀରରେ ବି ଲାଞ୍ଚ ବାହାରିବା ଘଟଣା କେବେ ଶୁଣିଛନ୍ତି। ବାସ୍ତବ ଜୀବନରେ ଏମିତି ଏକ ଘଟଣା ଜଣେ ଦେଢ଼ବର୍ଷର ଶିଶୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା।

ଉକ୍ତ ଶିଶୁର ଜନ୍ମରୁ ଅଣ୍ଟାରେ ୧୪ସେଣ୍ଟିମିଟରର ଏକ ଲାଞ୍ଜ ବାହାରିଥିଲା। ଯାହାକୁ ଦେଖି ଶିଶୁର ବାପା, ମା’ ଓ ପରିବାରଲୋକ ଚମତ୍କାର ବୋଲି ଭାବିଥିଲେ। ଗ୍ରାମବାସୀ ଶିଶୁକୁ ହନୁମାନର ରୂପ ବୋଲି ମାନି ନେଇଥିଲେ। କିନ୍ତୁ ସମୟ କ୍ରମେ ଉକ୍ତ ଲାଞ୍ଜ ପାଇଁ ଶିଶୁକୁ ବସିବା  ଓ ଶୋଇବାରେ ଅସୁବିଧା ହୋଇଥିଲା। ଶିଶୁର ଯନ୍ତ୍ରଣା ଦେଖି ବାପା ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ। ଏହି ସମୟରେ ଡାକ୍ତର ଶିଶୁର ଅବସ୍ଥା ଦେଖି ତୁରନ୍ତ ଅସ୍ତ୍ରୋପଚାର ପାଇଁ କହିଥିଲେ।

ଶିଶୁର ଶରୀରରୁ କଟାଗଲା 'ମାନବ ଲାଞ୍ଜ' କିମ୍ବା 'ଛଦ୍ମ ଲାଞ୍ଜ'

ବଳରାମପୁର ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁଯାୟୀ, ଜନ୍ମରୁ ପିଲାଟିର ପିଠିର ତଳ ଭାଗରେ ଏକ ଲାଞ୍ଜ ଆକାରର ମାଂସ ଓହଳି ରହିଥିଲା। ଡାକ୍ତରୀ ଭାଷାରେ ଏହାକୁ 'ମାନବ ଲାଞ୍ଜ' କିମ୍ବା 'ଛଦ୍ମ ଲାଞ୍ଜ' କୁହାଯାଇପାରେ। ଉକ୍ତ ଲାଞ୍ଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା। ଯାହାଫଳରେ ପିଲାଟିକୁ ବସିବା ଓ ଶୋଇବାରେ ଖୁବ ଅସୁବିଧା ହୋଇଥିଲା।

ତେଣୁ ଆମେ ଅସ୍ତ୍ରୋପଚାର ପାଇଁ ଶିଶୁର ବାପାଙ୍କୁ ପରାମର୍ଶ ଦେଇଥିଲୁ। ଏ ଅସ୍ତ୍ରୋପଚାର ଥିଲା ଜଟିଳ। କାରଣ ଲାଞ୍ଜଟି ମେରୁଦଣ୍ଡର ଏକ ସମ୍ବେଦନଶୀଳ ଅଂଶ ସହିତ ସଂଲଗ୍ନ ଥିଲା, ତେଣୁ ସାମାନ୍ୟ ଭୁଲ ପିଲାଟିକୁ ସ୍ଥାୟୀ ଭାବରେ ଅକ୍ଷମ କରିଦେବାର ସମ୍ଭାବନା ରହିଥିଲା।

ପିଲାଟିର ବାପା ସୁଶୀଲ କୁମାର ଅସ୍ତ୍ରୋପଚାର ପାଇଁ ରାଜି ହୋଇଯାଇଥିଲେ। ଏହାପରେ ଡାକ୍ତର ଅଖିଳେଶ କୁମାର ଏବଂ ତାଙ୍କ ଦଳ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ସଫଳତାର ସହ ଶିଶୁର ଲାଞ୍ଜ ଅସ୍ତ୍ରୋପଚାର କରିଥିଲେ। ଡାକ୍ତରମାନେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରି ମେରୁଦଣ୍ଡକୁ କ୍ଷତି ନ ପହଞ୍ଚାଇ ଲାଞ୍ଜକୁ ମୂଳରୁ କାଟି ଦେଇଥିଲେ।

ଅଧିକପଢ଼ନ୍ତୁ:କୋଣାର୍କରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ କୁମାରସ୍ୱାମୀ

ଅଧିକପଢ଼ନ୍ତୁ:ଆଖି ପାଖରେ ଆଘାତ ଲାଗିବା ପରେ ସିଲେଇ ନକରି ଫେଭିକ୍ବିକ୍ ଲଗାଇଦେଲେ ଡାକ୍ତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe