ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋରର ଭାଗିରଥପୁର ଅଞ୍ଚଳରେ ସଂକ୍ରମିତ ଜଳ ସଙ୍କଟ ଭୟଙ୍କର ରୂପ ନେଇଛି। ଦୂଷିତ ପାଣି ପିଇ ଅଞ୍ଚଳରେ ବୁଧବାର ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ଅଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏଯାବତ ଔପଚାରିକ ଭାବେ ୪ଟି ମୃତ୍ୟୁ ସଂକ୍ରମିତ ଜଳ ସହ ଜଡ଼ିତ ବୋଲି ସ୍ପଷ୍ଟ କରିଛନ୍ତି। ଇତିମଧ୍ୟରେ ଇନ୍ଦୋରରେ ଜଣେ ୬ ମାସର ଶିଶୁର ମଧ୍ୟ ଏହି ସଂକ୍ରମିତ ପାଣି ପିଇ ମୃତ୍ୟୁ ହୋଇଛି। ସୁନୀଲ ସାହୁ ନାମକ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ତାଙ୍କ ୬ ମାସର ପୁଅ ସଂକ୍ରମିତ ପାଣି ମିଶା କ୍ଷୀର ପିଇ ଅସୁସ୍ଥ ହୋଇ ପଡ଼ିଥିଲା। ଧୀରେ ଧୀରେ ତା’ର ଡାଇରିଆ ଲକ୍ଷଣ ଦେଖାଦେଲା ଏବଂ ମୃତ୍ୟୁ ହୋଇଗଲା। ସୁନୀଲ ଦାବି କରିଛନ୍ତି ଯେ ସନ୍ତାନ ଜନ୍ମ କରିବାପରେ ତାଙ୍କ ପତ୍ନୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେ ପିଲାକୁ ସ୍ତନ୍ୟପାନ କରାଇ ପାରିନଥିଲେ।
Former soldiers: ଭୋଟ ଅଧିକାର ପାଇବାକୁ ଧାଡ଼ିରେ ଛିଡ଼ାହେଲେ ପୂର୍ବତନ ସୈନିକ
ତେଣୁ ଶିଶୁଟିକୁ ପାଣି ମିଶାଇ ପ୍ୟାକେଟ୍ କ୍ଷୀର ପିଇବାକୁ ଦିଆଯାଏ। ଖାଲି ସେତିକି ନୁହେଁ ପରିବାରର ଅନ୍ୟ ଜଣେ ୧୦ ବର୍ଷର ପୁଅ ମଧ୍ୟ ଏବେ ଅସୁସ୍ଥ ଅଛି। ସମସ୍ତଙ୍କ କ୍ଷେତ୍ରରେ ହଠାତ ପ୍ରବଳ ବାନ୍ତି, ଝାଡ଼ା, ଦ୍ରୁତ ଜଳଶୁଷ୍କତା ଏବଂ ମାତ୍ର କିଛି ଘଣ୍ଟା ମଧ୍ୟରେ ଅଚେତ ହେବା ଭଳି ସ୍ଥିତି ଉପୁଜିଛି। ପୀଡ଼ିତ ବ୍ୟକ୍ତିମାନେ ଏହି ସଂକ୍ରମିତ ପାଣି ପିଇ ହଠାତ ଅସୁସ୍ଥ ହୋଇ ପ୍ରାଣ ହରାଉଛନ୍ତି। ଏହାର ଏକ ଉଦାହରଣ ହେଉଛି ଉମା କୋରିଙ୍କ ମୃତ୍ୟୁ। ୩୧ ବର୍ଷୀୟା ଉମା କୋରି ଭାଗିରଥପୁରରେ ତାଙ୍କ ସ୍ବାମୀ ବିହାରୀ କୋରିଙ୍କ ସହ ରହନ୍ତି। ରବିବାର ସନ୍ଧ୍ୟାରେ ବିହାରୀ ଏକ ସ୍ଥାନୀୟ ଦୋକାନରୁ ଜଲେବି କିଣି ଆଣିଥିଲେ। ରାତିରେ ଦମ୍ପତି ଏହି ଜଲେବି ଖାଇ ଶୋଇଥିଲେ ଏବଂ ଏହାକୁ ତାଙ୍କ ଭାଇ ଏବଂ ପଡ଼ୋଶୀଙ୍କୁ ମଧ୍ୟ ଦେଇଥିଲେ। ରାତ୍ରି ଭୋଜନ ପରେ ସମସ୍ତେ ଶୋଇବାକୁ ଯାଇଥିଲେ। ତେବେ ରାତି ପ୍ରାୟ ୩ଟା ସମୟରେ ଉମାଙ୍କର ବାନ୍ତି ଆରମ୍ଭ ହୋଇଥିଲା। ଏହାପରେ ତାଙ୍କର ପତଳା ଝାଡ଼ା ହୋଇଥିଲା। ପ୍ରଥମେ ପରିବାର ଲୋକ ଏହାକୁ ଏକ ସାମାନ୍ୟ ଅସୁସ୍ଥତା ବୋଲି ଭାବିଥିଲେ। କିନ୍ତୁ ଉମାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଗଲା।
Disappointed: ଅବଢ଼ା ନ ପାଇ ନିରାଶ
ପ୍ରଥମେ ପରିବାର ଲୋକ ନିକଟରେ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ ଯିଏ କି ଉମାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ କହିଥିଲେ। ପୂର୍ବାହ୍ନ ୧୧ଟା ବେଳକୁ ଉମା ଚେତାଶୂନ୍ୟ ହୋଇଗଲେ। ହସ୍ପିଟାଲ ନେବାପରେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଅନ୍ୟ ଜଣେ ମହିଳା ମଞ୍ଜୁଲା ୱାଧେ ରାତିରେ ଅସୁସ୍ଥ ହେବାପରେ ସକାଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୀମା ପ୍ରଜାପତ ନାମକ ଜଣେ ବ୍ୟକ୍ତି ଅସୁସ୍ଥ ହେବାର ମାତ୍ର ୫ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଛନ୍ତି।
Follow Us