Bus Brake Fail: ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି: ବ୍ରେକ୍ ଫେଲ୍ ଲାଲପରୀରେ ଥିବା ୭୫ ସ୍କୁଲ ପିଲାଙ୍କ ଜୀବନ ରକ୍ଷାକଲେ

Advertisment

ମହାରାଷ୍ଟ୍ରରେ ୭୫ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏସ୍‌ଟି)ବସ୍‌ର ବ୍ରେକ୍ ଫେଲ୍ ହୋଇଯାଇଛି। ତେବେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତେ ସୁରକ୍ଷିତ ଅଛନ୍ତି...

ମହାରାଷ୍ଟ୍ରରେ ୭୫ ଜଣ ପିଲାଙ୍କୁ ନେଇ ଯାଉଥିବା ଏକ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏସ୍‌ଟି)ବସ୍‌ର ବ୍ରେକ୍ ଫେଲ୍ ହୋଇଯାଇଛି। ତେବେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତେ ସୁରକ୍ଷିତ ଅଛନ୍ତି...

75 school children in Brake failure  Lalpari

75 school children in Brake failure Lalpari Photograph: (sambad.in)

ମୁମ୍ବାଇ: ୱର୍ଦ୍ଧା ଜିଲ୍ଲାର ଅସ୍ତି-ସହିଦ ତହସିଲର ଘନ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ମୋଇ ତାଣ୍ଡା ଏବଂ ଆବାଦ କିହ୍ନି ଗ୍ରାମରୁ ସ୍କୁଲ ପିଲାମାନଙ୍କୁ ନେଇ ଅସ୍ତି ସହରକୁ ଯାଉଥିବା ଏକ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମ(ଏସ୍‌ଟି) ବସ୍‌ର ବ୍ରେକ୍ ହଠାତ୍ ଫେଲ୍ ହୋଇଯାଇଥିଲା। ଏହି ଘଟଣା ଡିସେମ୍ବର ୨୦, ରବିବାର ସକାଳ ପ୍ରାୟ ୮ଟାରେ ଆବାଦ କିହ୍ନି ଗ୍ରାମ ନିକଟସ୍ଥ ଜାମ୍ବ ନଦୀ ସେତୁ ପାଖରେ ଥିବା ଘାଟରେ ଘଟିଥିଲା।

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଏବଂ ସତର୍କତା ଯୋଗୁ ଏକ ବଡ଼ ଦୁର୍ଘଟଣା ଏଡାଯାଇ ପାରିଥିଲା। ବସ୍‌ରେ ଥିବା ପ୍ରାୟ ୭୫ ଜଣ ସ୍କୁଲ ପିଲାଙ୍କ ଜୀବନ ବଞ୍ଚିଗଲା। ରିପୋର୍ଟ ଅନୁଯାୟୀ, ମୋଇ ତାଣ୍ଡା ଏବଂ ଆବାଦ ଖିନି ଗାଁର ଛାତ୍ରମାନେ ପ୍ରତିଦିନ ଶିକ୍ଷା ପାଇଁ ଆସ୍ତି ସହରକୁ ଯାଆନ୍ତି। ଏହି ଅଞ୍ଚଳ ଘନ ଜଙ୍ଗଲରେ ଘେରି ରହିଛି, ଯେଉଁଠାରେ ବାଘ, ଭାଲୁ ଏବଂ ଚିତାବାଘ ଭଳି ବନ୍ୟପ୍ରାଣୀ ଦିନରାତି ଘୂରି ବୁଲନ୍ତି।

ଆହୁରି ପଢ଼ନ୍ତୁ:Answer Sheet Viral: ସାର୍ ମୁଁ ପାସ୍ ନକଲେ, ମୋ ବିବାହ ଭାଙ୍ଗିଯିବ: ଛାତ୍ର ଉତ୍ତର ଖାତାରେ କଲେ ହୃଦୟସ୍ପର୍ଶୀ ନିବେଦନ

୨୦ ତାରିଖ ସକାଳେ, ଲାଲପରୀ ବସ୍ ମୋଇ ତାଣ୍ଡା ଗାଁରେ ପହଞ୍ଚିଲା ଏବଂ ସେଠାରୁ ପ୍ରାୟ ୭୫ ଜଣ ଛାତ୍ରଛାତ୍ରୀଙ୍କୁ ଧରି ଆବାଦ କିହ୍ନି ଗାଁ ଦେଇ ଅସ୍ତି ଅଭିମୁଖେ ଯାତ୍ରା କରିଥିଲା। ଆବାଦ କିହ୍ନି ଗାଁ ଅତିକ୍ରମ କରିବା ପରେ, ବସ୍ ଟି ଜାମ୍ବ ନଦୀ ସେତୁ ପାର ହୋଇ ଘାଟି ଚଢ଼ିବା ଆରମ୍ଭ କରିଥିଲା, ଯେତେବେଳେ ଏହାର ବ୍ରେକ୍ ହଠାତ୍ ଫେଲ୍ ହୋଇ ଯାଇଥିଲା।

ଘାଟିରୁ ପଛକୁ ଖସିଲା ବସ୍ 

ବ୍ରେକ୍ ଫେଲ୍ ହେବା ମାତ୍ରେ ବସ୍ ପଛକୁ ଖସିବାକୁ ଲାଗିଲା। ଗଭୀର ଘାଟି ଏବଂ ପଛରେ ବଡ଼ ପୋଲ ଥିବାରୁ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯାଇଥିଲା। ତେବେ ଡ୍ରାଇଭର ଧୈର୍ଯ୍ୟ ଏବଂ ଉପସ୍ଥିତ ବୁଦ୍ଧି ପ୍ରଦର୍ଶନ କରି ବସ୍‌କୁ ନିୟନ୍ତ୍ରଣ କରିଥିଲେ। ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଏଡାଇ ଯାଇଥିଲା। ଘଟଣା ବିଷୟରେ ତୁରନ୍ତ ଡିପୋ ମୁଖ୍ୟଙ୍କୁ ସୂଚନା ଦିଆଯାଇଥିଲା। ବିକଳ୍ପ ଭାବରେ ଅନ୍ୟ ଏକ ବସ୍ ପଠାଯାଇଥିଲା ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୂର୍ବାହ୍ନ  ୧୦ଟା ସୁଦ୍ଧା ସୁରକ୍ଷିତ ଭାବରେ ସ୍କୁଲକୁ ପଠାଯାଇଥିଲା।

ଆହୁରି ପଢ଼ନ୍ତୁ:Muslim Doctors" Affair: ମୁସଲିମ ଡାକ୍ତର ପ୍ରେମ ସମ୍ପର୍କ ପରେ ବିବାହ ପାଇଁ ରଖିଲେ ଧର୍ମ ପରିବର୍ତ୍ତନ ସର୍ତ୍ତ, ପ୍ରେମିକା ପିଇଲେ ବିଷ

ଘଟଣା ବିଷୟରେ ଜାଣିବା ପରେ, ମୋଇ ଗ୍ରାମର ସରପଞ୍ଚ ସୁଷମା ଚଭନ ଏବଂ ଆବାଦ ଖିନିର ସରପଞ୍ଚ ସଙ୍ଗୀତା କଦମ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ପରିସ୍ଥିତି ଅନୁଧ୍ୟାନ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe