Earthquake in Israel: ଇସ୍ରାଏଲର ନେଗେଭ୍‌ ମରୁଭୂମିରେ ଭୂମିକମ୍ପ: ଇରାନ ସଙ୍କଟ ମଧ୍ୟରେ ପରମାଣୁ ପରୀକ୍ଷଣ ସନ୍ଦେହ

Advertisment

ଇସ୍ରାଏଲର ନେଗେଭ୍‌ ମରୁଭୂମି ଆଜି ୪.୨ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି। ସକାଳ ୯ଟାରେ ହୋଇଥିବା ଏହି ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା। ଆଖପାଖ ଅଞ୍ଚଳରେ ଆଲାର୍ମ ବାଜିବାରୁ ଲୋକେ ଘର ଛାଡ଼ି ଦୌଡ଼ିଥିଲେ।

ଇସ୍ରାଏଲର ନେଗେଭ୍‌ ମରୁଭୂମି ଆଜି ୪.୨ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି। ସକାଳ ୯ଟାରେ ହୋଇଥିବା ଏହି ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା। ଆଖପାଖ ଅଞ୍ଚଳରେ ଆଲାର୍ମ ବାଜିବାରୁ ଲୋକେ ଘର ଛାଡ଼ି ଦୌଡ଼ିଥିଲେ।

dgdagczvzzc

ତେଲ୍‌ ଅଭିଭ୍‌: ଇସ୍ରାଏଲର ନେଗେଭ୍‌ ମରୁଭୂମି ଆଜି ୪.୨ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି। ସକାଳ ୯ଟାରେ ହୋଇଥିବା ଏହି ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଦ୍ବନ୍ଦ୍ବ ସୃଷ୍ଟି କରିଥିଲା। ଆଖପାଖ ଅଞ୍ଚଳରେ ଆଲାର୍ମ ବାଜିବାରୁ ଲୋକେ ଘର ଛାଡ଼ି ଦୌଡ଼ିଥିଲେ। ଇରାନ ସହିତ ଇସ୍ରାଏଲର ତିକ୍ତତା ବୃଦ୍ଧି ଭିତରେ ଏହା ଏକ ପରମାଣୁ ପରୀକ୍ଷଣଜନିତ ଭୂକମ୍ପ ବୋଲି କୁହାଯାଉଛି। କେନ୍ଦ୍ରୀୟ ଇସ୍ରାଏଲ ଏବଂ ଜେରୁଜେଲମର ଉତ୍ତରରେ ଥିବା ଅଞ୍ଚଳ ପର୍ଯ୍ୟନ୍ତ ଏହି ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ, ନେଗେଭ୍‌ ମରୁଭୂମିର ଡିମୋନା ଅଞ୍ଚଳରେ ଇସ୍ରାଏଲର ଏକ ପରମାଣୁ କେନ୍ଦ୍ର ରହିଛି । ଇସ୍ରାଏଲ ଏବେ ଇରାନକୁ ସବୁଠାରୁ ବଡ଼ ବିପଦ ବୋଲି ବିବେଚନା କରୁଥିବାରୁ  ସର୍ବାଧିକ ସତର୍କତା ଅବଲମ୍ବନ କରିଛି।  

Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍

ଡିମୋନା ପରମାଣୁ କେନ୍ଦ୍ର ୧୯୫୦ ଦଶକର ଶେଷ ଭାଗରେ ନିର୍ମାଣ ହୋଇଥିଲା।  ଏଠାରେ ଇସ୍ରାଏଲର ଅଘୋଷିତ ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ବିଶ୍ବାସ କରାଯାଏ।  ଆଜିର ଭୂକମ୍ପ ପରମାଣୁ ପରୀକ୍ଷଣଜନିତ ବୋଲି ପ୍ରଚାର ହେବାପରେ ମଧ୍ୟପ୍ରାଚ୍ୟରେ ଆତଙ୍କ ଖେଳିଯାଇଛି। ଇରାନ ସଙ୍କଟ ମଧ୍ୟରେ ଆମେରିକା ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବାରୁ ଇରାନର ପରମାଣୁ ସାମର୍ଥ୍ୟକୁ ନେଇ ଚର୍ଚ୍ଚା ଜାରି ରହିଛି। ଇରାନ ପରମାଣୁ ବୋମା ହାସଲ କରିନାହିଁ ବୋଲି ଦାବି କରୁଥିବାବେଳେ ବୋମା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଜୁନ ୨୦୨୫ରେ ଆମେରିକା ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା।

Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe