Advertisment

Anil Ambani: ‘ଇଡି’ର କାର୍ଯ୍ୟାନୁଷ୍ଠାନ: ରିଲାଏନ୍ସ ପାୱାର୍‌ ଉପରେ ଚଢ଼ଉ

Advertisment

ଶିଳ୍ପପତି ଅନିଲ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ପାୱାର୍‌ର ହାଇଦ୍ରାବାଦା ଓ ମୁମ୍ବାଇର ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ପିଏମ୍‌ଏଲ୍‌ଏ) ଅଧୀନରେ ଅନିଲଙ୍କ ବିରୋଧରେ ଚାଲିଥିବା ତଦନ୍ତର ଅଂଶ ସ୍ବରୂପ ‌ଏହି ଚଢ଼ଉ ହୋଇଛି।

ଶିଳ୍ପପତି ଅନିଲ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ପାୱାର୍‌ର ହାଇଦ୍ରାବାଦା ଓ ମୁମ୍ବାଇର ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ପିଏମ୍‌ଏଲ୍‌ଏ) ଅଧୀନରେ ଅନିଲଙ୍କ ବିରୋଧରେ ଚାଲିଥିବା ତଦନ୍ତର ଅଂଶ ସ୍ବରୂପ ‌ଏହି ଚଢ଼ଉ ହୋଇଛି।

Anil Ambani

Anil Ambani Photograph: (sambad.in)

ମୁମ୍ବାଇ: ଶିଳ୍ପପତି ଅନିଲ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ପାୱାର୍‌ର ହାଇଦ୍ରାବାଦ ଓ ମୁମ୍ବାଇର ବିଭିନ୍ନ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ବୈଦେଶିକ ମୁଦ୍ରା ପରିଚାଳନା ଆଇନ (ପିଏମ୍‌ଏଲ୍‌ଏ) ଅଧୀନରେ ଅନିଲଙ୍କ ବିରୋଧରେ ଚାଲିଥିବା ତଦନ୍ତର ଅଂଶ ସ୍ବରୂପ ‌ଏହି ଚଢ଼ଉ ହୋଇଛି।

ଇଡିର ୧୫ଟି ଦଳ ଚଢ଼ଉରେ ହୋଇଛନ୍ତି ସାମିଲ 

ଇଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରିଲାଏନ୍ସ ପାୱାର ଓ ଏହାର ଅଧିକାରୀମାନଙ୍କ ସହ ଜଡ଼ିତ ୧୦-୧୨ଟି ସ୍ଥାନରେ ଚଢ଼ଉ ଚାଲିଛି। ଇଡିର ୧୫ଟି ଦଳ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଅନିଲଙ୍କ ବିରୋଧରେ ବ୍ୟାଙ୍କ ଋଣ ଠକେଇ, ଆର୍ଥିକ ଅନିୟମିତତା ଓ ଜାଲିଆତି ଅଭିଯୋଗ ରହିଛି। ସେଥିପାଇଁ ତାଙ୍କ ସହ ଜଡ଼ିତ କମ୍ପାନିଗୁଡ଼ିକର ତଦନ୍ତ କରାଯାଉଛି।

ଆହୁରି ପଢନ୍ତୁ - ED Action: ଅନୀଲ ଅମ୍ବାନିଙ୍କ ୧୧୨୦ କୋଟିର ସମ୍ପତ୍ତି ଜବତ

ଅନିଲ ବ୍ୟକ୍ତିଗତ ଭାବେ ଇଡିରେ ହୋଇଥିଲେ ହାଜର

କିଛି ଦିନ ପୂର୍ବେ ଅନିଲ ବ୍ୟକ୍ତିଗତ ଭାବେ ଇଡିରେ ହାଜର ହୋଇଥିଲେ। ତାଙ୍କ ମୁମ୍ବାଇସ୍ଥିତ ବିଶାଳ ଘରକୁ ମଧ୍ୟ ଇଡି ଜବତ କରିଛି। ତଦନ୍ତ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଅନିଲଙ୍କ ୧୫ ହଜାର କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରାଯାଇସାରିଲାଣି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅନିଲଙ୍କ ବିରୋଧରେ ଆସିଥିବା ମାମଲାଗୁଡ଼ିକର ତଦନ୍ତ କରିବା ପାଇଁ ଇଡି ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ଗଠନ କରିଛି। ଆର୍ଥିକ ଅନିୟମିତତାକୁ ନେଇ ଅନିଲ ଧୀରୁଭାଇ ଅମ୍ବାନୀ ଗ୍ରୁପ୍‌ (ଏଡିଏଜି) ବିରୋଧରେ ଇଡି ପକ୍ଷରୁ ତିନିଟି ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି।

ଆହୁରି ପଢନ୍ତୁ - Money Laundering Case: ଇଡିରେ ହାଜର ହେଲେ ଅନିଲ ଅମ୍ବାନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe