Old Man Collapsed In Temple: ମୃତ୍ୟୁକୁ ଅଟକିବାକୁ କହି ତଳେ ବସିପଡ଼ିଲେ, ତା’ପରେ କ’ଣ ହେଲା ଭିଡିଓରେ ଦେଖନ୍ତୁ

ମନ୍ଦିର ଦର୍ଶନ ହେଲା ଶେଷ ଦର୍ଶନ। ଦର୍ଶନ ପାଇଁ ଯାଇ ଶବ ହୋଇ ଫେରିଲେ ବୃଦ୍ଧ। ବୃଦ୍ଧଙ୍କ ଶେଷ ସମୟର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଭିଡିଓରେ କିଭଳି ବୃଦ୍ଧଜଣଙ୍କ ମୃତ୍ୟୁବରଣ କରିଥିଲେ, ତାହା ଦେଖିବାକୁ ମିଳିଛି।

old man

Old Man Collapsed In Temple Photograph: (sambad.in)

ନୂଆଦିଲ୍ଲୀ: ମନ୍ଦିର ଦର୍ଶନ ହେଲା ଶେଷ ଦର୍ଶନ। ଦର୍ଶନ ପାଇଁ ଯାଇ ଶବ ହୋଇ ଫେରିଲେ ବୃଦ୍ଧ। ବୃଦ୍ଧଙ୍କ ଶେଷ ସମୟର ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଭିଡିଓରେ କିଭଳି ବୃଦ୍ଧଜଣଙ୍କ ମୃତ୍ୟୁବରଣ କରିଥିଲେ, ତାହା ଦେଖିବାକୁ ମିଳିଛି। ଭିଡିଓରେ ଦେଖାଯାଇଛି ଯେ, ବୃଦ୍ଧଜଣଙ୍କ କିଛି ମିନିଟ୍ ଠିଆ ହୋଇ ରହିବା ପରେ ବସିପଡ଼ୁଛନ୍ତି। ଏହା ପରେ କାନ୍ଥରେ ଆଉଜି ପଡ଼ି ସେ ଅଚେତ୍ ହୋଇ ପଡ଼ୁଛନ୍ତି। ଭିଡିଓଟି ଏବେ ଭାଇରାଲ ହେଉଥିବା ବେଳେ ଘଟଣାଟି କେଉଁ ସ୍ଥାନର ତାହା ସାମ୍ନାକୁ ଆସିନାହିଁ। ମନ୍ଦିରରେ ଲାଗିଥିବା କ୍ୟାମେରାରୁ ଘଟଣାଟି ସକାଳ ୧୦ଟା ୧୦ରେ ଘଟିଥିବା ଜଣାଯାଇଛି।

ଅଣନିଶ୍ବାସୀ ହୋଇ ଅଚେତ୍ ହୋଇଗଲେ ବୃଦ୍ଧ

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ବୃଦ୍ଧଜଣଙ୍କ ମନ୍ଦିର ଭିତରେ ଠିଆ ହୋଇଛନ୍ତି। ମନ୍ଦିର ଭିତରେ କିଛି ସମୟ ଠିଆ ହେବା ପରେ ସେ ଠାକୁରଙ୍କ ଆଡ଼କୁ ଚାହୁଁଛନ୍ତି। ଏହା ପରେ କାହାକୁ ହାତ ଦେଖାଇ ଅଟକିବାକୁ କହୁଛନ୍ତି। କିଛି ସମୟ ଠିଆ ହେବା ପରେ ସେ ତ‌ଳେ ବସିପଡ଼ୁଛନ୍ତି। ଏହା ପରେ ଧୀରେ ଧୀରେ ସେ କାନ୍ଥକୁ ଆଉଜି ପଡ଼ି ବସୁଛନ୍ତି। କିଛି ସମୟ ବସିବା ପରେ ଅଣନିଶ୍ବାସୀ ହୋଇ ଅଚେତ୍ ହୋଇଯାଉଛନ୍ତି ବୃଦ୍ଧ। ମନ୍ଦିରରେ ଥିବା କିଛି ଲୋକ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ବି ସେ ଆଉ ଉଠୁନାହାନ୍ତି।

ତେବେ ଭିଡିଓ ଭାଇରାଲ ହେବା ପରେ ବୃଦ୍ଧଜଣଙ୍କ ହାତ ଦେଖାଇ ଯମ ଦେବତାଙ୍କୁ ଅଟକିବାକୁ କହିଥିବା ଦ‌ାବି କରିଛନ୍ତି ଲୋକେ। ଏହା ସହ ଏଭଳି ସହଜ ମୃତ୍ୟୁ ସମସ୍ତଙ୍କୁ ମିଳୁ ବୋଲି ଲୋକ ମତ ରଖିଥିବା ଦେଖିବାକୁ ମିଳିଛି। ତେବେ ଭିଡିଓଟି ଅଧା ଥିବାରୁ ପରେ କ’ଣ ଘଟିଲା, ତାହା ଜାଣିବ‌ା ପାଇଁ ମଧ୍ୟ ଲୋକେ ଇଚ୍ଛା ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Britain Travel Advisory: ଭାରତ-ପାକିସ୍ତାନ ସୀମାଠାରୁ ୧୦ କିଲୋମିଟର ଦୂରେଇ ରୁହ: ବ୍ରିଟେନ ନିଜ ନାଗରିକଙ୍କ ପାଇଁ ଯାତ୍ରା ଆଡଭାଇଜରୀ ଜାରି କଲା

ଆହୁରି ପଢ଼ନ୍ତୁ: US-Venezuela Conflict: ଟ୍ରମ୍ପ୍‌ଙ୍କ ଯୁଦ୍ଧ ପ୍ରସ୍ତୁତି: ସମୁଦ୍ରରେ ଭେନେଜୁଏଲାକୁ ଘେରିଲେ, ସୈନ୍ୟ ମୁତୟନ କଲେ ମାଦୁରୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe