Election Commission's big decision: ନିର୍ବାଚନ କମିସନଙ୍କ ବଡ଼ ନିଷ୍ପତ୍ତି: ୧୨ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ଭାରତର ନିର୍ବାଚନ କମିସନ (ଇସିଆଇ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାରି ରହିଥିବା ସ୍ବତନ୍ତ୍ର ଭୋଟର ତାଲିିକା ସଂଶୋ‌ଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମକୁ ଆଉ ୭ ଦିନ ବଢ଼ାଇ ଦେଇଛନ୍ତି।

election comission sfsf

ନୂଆଦିଲ୍ଲୀ: ଭାରତର ନିର୍ବାଚନ କମିସନ (ଇସିଆଇ) ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଜାରି ରହିଥିବା ସ୍ବତନ୍ତ୍ର ଭୋଟର ତାଲିିକା ସଂଶୋ‌ଧନ (ଏସ୍‌ଆଇଆର୍‌) କାର୍ଯ୍ୟକ୍ରମକୁ ଆଉ ୭ ଦିନ ବଢ଼ାଇ ଦେଇଛନ୍ତି। ଏହାଦ୍ୱାରା ଲକ୍ଷ ଲକ୍ଷ ନୂଆ ଭୋଟର ନିଜ ନାମ ଭୋଟର ତାଲିକାରେ ଯୋଡ଼ିପାରିବେ ଏବଂ ପୁରୁଣା ଭୋଟରମାନେ ନିଜର ବିବରଣୀ ସଂଶୋଧନ କରିପାରିବେ। କମିସନଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ସମୟସୀମା ବୃଦ୍ଧି ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲକ୍ଷଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପାଇଁ ଲାଗୁ ହୋଇଛି। ନୂଆ ସମୟସୀମା ଅନୁଯାୟୀ ଘରେ ଘରେ ଗଣନା ଓ ଯାଞ୍ଚ ପ୍ରକ୍ରିୟା ୧୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ।
ପୋଲିଂ ଷ୍ଟେସନ ପାଇଁ ସଂଚାଳନ ବ୍ୟବସ୍ଥା ଓ ଏ ବାବଦ ନୂଆ ପ୍ରକ୍ରିୟା ଲାଗୁ ପ୍ରକ୍ରିୟା ୧୧ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ  ୧୬ ଡିସେମ୍ବରରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଚିଠା ତାଲିକା ପ୍ରକାଶ ପରେ ଦାବି ଓ ଆପତ୍ତି ଦାଖଲର ଶେଷ ତାରିଖ ରହିଛି ୧୫ ଜାନୁଆରି ୨୦୨୬।

AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ନିର୍ବାଚନ କମିସନଙ୍କ ବଡ଼ ନିଷ୍ପତ୍ତି
୭ ଦିନ ଅଧିକ ସମୟ
୧୬ ଡିସେମ୍ବରରେ ଡ୍ରାଫ୍ଟ ତାଲିକା
ଆପତ୍ତି ଦାଖଲର ଶେଷ ତାରିଖ ୧୫ ଜାନୁଆରି

Sports Awards : ୬ରେ ପ୍ରଦାନ କରାଯିବ ଏସଏସ୍ଆଇ କ୍ରୀଡ଼ା ପୁରସ୍କାର

ଏହା ପରେ ରିଟର୍ନିଂ ଅଫିସରମାନେ ସମସ୍ତ ଫର୍ମ-୬ (ନୂଆ ନାମ ଯୋଡ଼ିବା), ଫର୍ମ-୭ (ନାମ ବାଦ ଦେବା), ଫର୍ମ-୮ (ସଂଶୋଧନ) ଓ ଗଣନା ସମ୍ବନ୍ଧୀୟ ଆପତ୍ତିକୁ ଏକାଠି ଶୁଣାଣି କରି ୭ ଫେବ୍ରୁଆରି ୨୦୨୬ ପର୍ଯ୍ୟନ୍ତ ନିଷ୍ପତ୍ତି ନେବେ। ଅନ୍ତିମ ଭୋଟର ତାଲିକା ଫେବ୍ରୁଆରି ଶେଷ ସୁଦ୍ଧା ପ୍ରକାଶ ପାଇବ। ନିର୍ବାଚନ କମିସନର ଅଧିକାରୀମାନେ କହିଛନ୍ତି ଯେ, ଅନେକ ରାଜ୍ୟରୁ ରାଜନୈତିକ ଦଳ ଓ ସାଧାରଣ ନାଗରିକଙ୍କ ଠାରୁ ଅଧିକ ସମୟ ଦିଆଯିବାକୁ ଦାବି ଆସିଥିଲା। ବିଶେଷକରି ନୂଆ ଭୋଟର (୧୮ ବର୍ଷ ପୂରଣ ହେଉଥିବା ଯୁବକ-ଯୁବତୀ), ସ୍ଥାନାନ୍ତରିତ ବ୍ୟକ୍ତି ଓ ମହିଳା ଭୋଟରଙ୍କ ନାମ ଯୋଡ଼ିବା ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ଏହାଛଡ଼ା ଗ୍ରାମାଞ୍ଚଳରେ ବୁଥ୍‌ ଲେଭଲ ଅଫିସର (ବିଏଲ୍‌ଓ)ଙ୍କ କାର୍ଯ୍ୟ ବିଳମ୍ବ ହେବାରୁ ମଧ୍ୟ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି,  ଆମର ଲକ୍ଷ୍ୟ ହେଉଛି କୌଣସି ଯୋଗ୍ୟ ନାଗରିକ ଭୋଟ୍ ଅଧିକାରରୁ ବଞ୍ଚିତ ନ ହୁଅନ୍ତୁ। ଏହି ଅତିରିକ୍ତ ୭ ଦିନ ଅନେକଙ୍କ ଭୋଟ୍ ବଞ୍ଚାଇପାରିବ।’ ଏହି ପରିବର୍ତ୍ତନ ଫଳରେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟର ଅଂଶଗ୍ରହଣ କରିପାରିବେ ବୋଲି ଆଶା କରାଯାଉଛି।

election | SIR

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe