Imran Khan Medical Treatment: ଜେଲରୁ ମୁକୁଳିବେ ଇମ୍ରାନ ଖାନ୍, ଚିକିତ୍ସା ପାଇଁ ହସ୍ପିଟାଲକୁ ହେବେ ସ୍ଥାନାନ୍ତର

Advertisment

ଇମ୍ରାନ ଖାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କର ଚିକିତ୍ସା କରାଇବା ଦାବିରେ ପାକିସ୍ତାନ ତେହେରିକ୍-ଏ-ଇନସାଫ(ପିଟିଆଇ)ର କର୍ମଚାରୀମାନେ ଇସଲାମାବାଦ, କରାଚୀ, ସ୍ବାବୀ ଓ ରାଵଲପିଣ୍ଡି ଭଳି ବିଭିନ୍ନ ସହରରେ ରାସ୍ତାରୋକ କରିଛନ୍ତି।

ଇମ୍ରାନ ଖାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କର ଚିକିତ୍ସା କରାଇବା ଦାବିରେ ପାକିସ୍ତାନ ତେହେରିକ୍-ଏ-ଇନସାଫ(ପିଟିଆଇ)ର କର୍ମଚାରୀମାନେ ଇସଲାମାବାଦ, କରାଚୀ, ସ୍ବାବୀ ଓ ରାଵଲପିଣ୍ଡି ଭଳି ବିଭିନ୍ନ ସହରରେ ରାସ୍ତାରୋକ କରିଛନ୍ତି।

Untitled-7.jpg

Imran Khan to be released from jail Photograph: (@sambad.in)

ଇସଲାମାବାଦ୍: ଆଦିଆଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ନଥିବା ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି। ଇମ୍ରାନ ଖାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କର ଚିକିତ୍ସା କରାଇବା ଦାବିରେ ପାକିସ୍ତାନ ତେହେରିକ୍-ଏ-ଇନସାଫ(ପିଟିଆଇ)ର କର୍ମଚାରୀମାନେ ଇସଲାମାବାଦ, କରାଚୀ, ସ୍ବାବୀ ଓ ରାଵଲପିଣ୍ଡି ଭଳି ବିଭିନ୍ନ ସହରରେ ରାସ୍ତାରୋକ କରିଛନ୍ତି। ସରକାରଙ୍କ ବିରୋଧରେ ନାରାବାଜୀ କରିବା ସହ ଇସଲାମାବାଦ୍, ରାଵଲପିଣ୍ଡିରେ ଟାୟାର ଜାଳି କର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଏହି ଘଟଣା ଉପରେ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ, ଶେହବାଜ ସରିଫ ସରକାର ଇମ୍ରାନଙ୍କୁ ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଇମ୍ରାନ ଖାନଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଗଠନ କରିଛନ୍ତି। ରାୱଲପିଣ୍ଡିର ଅଲ୍ ଶିଫା ଚକ୍ଷୁ ହସ୍ପିଟାଲର ଡାକ୍ତର ମହମ୍ମଦ ଅମଜାଦ ଓ ଡାକ୍ତର ନଦୀମ କୁରେଶୀଙ୍କୁ ଏହି ଟିମରେ ସାମିଲ ଅଛନ୍ତି। ସେପଟେ କିନ୍ତୁ ପ୍ରତିବାଦ ଜାରି ରଖିଛି ''ପିଟିଆଇ''।

ଇମ୍ରାନ ଖାନଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଗଠନ କରିଛନ୍ତି

ଅଧିକପଢ଼ନ୍ତୁ:ଚାଷୀଙ୍କ ଦାବି: କଟଣୀ ଛଟଣୀ ହେଉ ପଛେ ଧାନ ବିକ୍ରି ହୋଇଯାଉ

ସୂଚନା ଅନୁଯାୟୀ, ଗତ ଅକ୍ଟୋବରରେ ଇମ୍ରାନ ଖାନଙ୍କ ଡାହାଣ ଆଖିରେ ସମସ୍ୟା ଦେଖାଦେଇଥିଲା। ସେ ଠିକ୍ ଭାବରେ ଦେଖିପାରୁନଥିଲେ, ତାଙ୍କୁ ସବୁକିଛି ଝାପ୍ସା ଝାପ୍ସା ଦେଖାଯାଉଥିଲା। କୁହାଯାଉଛି ଯେ ଜେଲରେ ଉଚ୍ଚ ରକ୍ତଚାପର ଉପଯୁକ୍ତ ଚିକିତ୍ସା ଅଭାବରୁ ଏହି ସମସ୍ୟା ଆହୁରି ବଢ଼ିଯାଇଛି। ତାଙ୍କର ରକ୍ତଚାପ କିଛି ମାସ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଅଧିକ ରହିଥିଲା, କିନ୍ତୁ ତାଙ୍କ ଔଷଧରେ କୌଣସି ଆବଶ୍ୟକୀୟ ପରିବର୍ତ୍ତନ କରାଯାଇ ନଥିଲା। ନଭେମ୍ବରରେ ଦୃଷ୍ଟିଶକ୍ତି ହ୍ରାସ ଅଭିଯୋଗ କରିବା ସତ୍ତ୍ୱେ, ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇ ନଥିଲା। ପ୍ରଥମେ ତାଙ୍କୁ କେବଳ ଆଖି ଡ୍ରପ୍ ଦିଆଯାଇଥିଲା। ଜାନୁଆରୀ ମାସରେ ଯେତେବେଳେ ତାଙ୍କ ଡାହାଣ ଆଖି ପ୍ରାୟ ୮୫ ପ୍ରତିଶତ ଦୃଷ୍ଟିଶକ୍ତି ହରାଇବସିଲା ସେତେବେଳେ ତାଙ୍କର ଆଖି ପରୀକ୍ଷା କରାଯାଇଥିଲା।

ଅଧିକପଢ଼ନ୍ତୁ:ପ୍ରତିବନ୍ଧକ ହଟାଅ, ଆମେ କରିବୁ ପରମାଣୁ ଚୁକ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe