Expensive whisky becomes cheaper: Akhilesh's taunt over UK trade deal, video goes viral Photograph: (sambad.in)
ନୂଆଦିଲ୍ଲୀ: ୟୁକେ ସହିତ ଏକ ଐତିହାସିକ ବାଣିଜ୍ୟ ଚୁକ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଫେରିଛନ୍ତି। ଏହି ବାଣିଜ୍ୟ ଚୁକ୍ତିକୁ ଭାରତ ପାଇଁ ଏକ ଲାଭଦାୟକ ଚୁକ୍ତି ଭାବରେ ବର୍ଣ୍ଣନା କରାଯାଉଛି। ୟୁକେ ମଧ୍ୟ ଏଥିରୁ ଲାଭ ପାଇବ ବୋଲି କୁହାଯାଉଛି। ଏହି ଚୁକ୍ତି ପରେ, ଭାରତରେ ୟୁକେ ହ୍ୱିସ୍କିର ମୂଲ୍ୟ ପୂର୍ବ ଅପେକ୍ଷା କମ୍ ହେବ। ଯାହା ଯୋଗୁ ବିକ୍ରୟ ବୃଦ୍ଧି ପାଇବାର ଆଶା କରାଯାଉଛି। ଏହି ଚୁକ୍ତି ଉପରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି, କାରଣ ଏହି ମାମଲା ମଦ୍ୟପାନ ସହିତ ଜଡ଼ିତରହିଛି।
ନିଜ ସଂସଦୀୟ କ୍ଷେତ୍ର କନୌଜରେ ଅଖିଳେଶ ଯାଦବ ଏହି ବାଣିଜ୍ୟ ଚୁକ୍ତି ଉପରେ କଟାକ୍ଷ କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଖିଳେଶ କହିଛନ୍ତି, ବିଜେପି ଲୋକେ ନିଜେ ବ୍ରାଣ୍ଡେଡ୍ ହ୍ୱିସ୍କି ପିଅନ୍ତି ଏବଂ ଏବେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ପିଇବାକୁ ଦେବେ।
ଅଧିକ ପଢ଼ନ୍ତୁ: ଭାରତୀୟ ନାଗରିକଙ୍କୁ ବନ୍ଧୁକ ମୁନରେ ବାଂଲାଦେଶ ପଠାଯାଉଛି: ଓୱାଇସିଙ୍କ ଅଭିଯୋଗ
ଅଖିଳେଶ ବିଜେପି ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି,ସେମାନେ ଆମେରିକାକୁ ବହୁତ ସମ୍ମାନ କରନ୍ତି। ଏବେ ସେମାନେ ଇଂଲଣ୍ଡକୁ ମଧ୍ୟ ସମ୍ମାନ କରିବା ଆରମ୍ଭ କରିବେ, ଯେହେତୁ ହ୍ବିସ୍କିବଜାର ଖୋଲିଛି।
ସେ ଦଳୀୟ କର୍ମୀଙ୍କୁ ପଚାରିଥିଲେ,କ'ଣ ଶସ୍ତା ହେଲା, ଉତ୍ତର ଥିଲା ହ୍ୱିସ୍କି। ଏହା ପରେ ସେ ପଚାରିଥିଲେ କେଉଁଟା, ଏହାର ଉତ୍ତରରେ କର୍ମୀ କହିଥିଲେ ସ୍କଚ୍ ହ୍ବିସ୍କି ଶସ୍ତା ହେଲା।
ସେ କହିଥିଲେ,ବିଶ୍ୱରେ ସର୍ବୋତ୍ତମ ବୋଲି ବିବେଚନା କରାଯାଉଥିବା ହ୍ୱିସ୍କି ଶସ୍ତା ହୋଇଛି। ବ୍ଲୁ ଲେବୁଲ, ବ୍ଲାକ୍ ଲେବୁଲ ଭଳି ହ୍ବିସ୍କି ଅଛି। ମୁଁ ଶୁଣିଛି, ବ୍ଲୁ ଲେବୁଲ ସବୁଠାରୁ ମହଙ୍ଗା। ମୁଁ ବିଜେପି ଲୋକଙ୍କୁ ଧନ୍ୟବାଦ ଜଣାଉଛି। ସେମାନେ ନିଜେ ବ୍ଲୁ ଲେବୁଲ ହ୍ବିସ୍କି ପିଇବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ପିଇବାକୁ ଦେବେ।
ଅଖିଳେଶ ଯାଦବ ସଂରକ୍ଷଣ ପ୍ରସଙ୍ଗରେ ବିଜେପିକୁ କଡ଼ା ସମାଲୋଚନା କରି କହିଥିଲେ, ଦଳ ସର୍ବଦା ସଂରକ୍ଷଣ ବିରୋଧରେ ରହିଛି। ଏହି ସରକାର ପିଡିଏ, ଗରିବ, ଆଦିବାସୀ, ମୁସଲିମ, ଜୈନ ଏବଂ ଶିଖଙ୍କ ବିରୋଧରେ। ଯଦି ତାଙ୍କ ସରକାରରେ କେହି କିଛି କୁହନ୍ତି, ତେବେ ତାଙ୍କୁ ଉପରାଷ୍ଟ୍ରପତିଙ୍କ ପରି ହଟାଇ ଦିଆଯିବ ।
ଅଧିକ ପଢ଼ନ୍ତୁ: ପ୍ରତିଦିନ କେତେ ବାଟ ଚାଲିବା ଦରକାର ? ଜାଣନ୍ତୁ ଚାଲିଲେ ମିଳେ କେଉଁ ଫାଇଦା...
Akhilesh Yadav | BJP
Follow Us