India-US relations: ଆମେରିକା କଂଗ୍ରେସ ପ୍ରତିନିଧିମଣ୍ଡଳ ସହିତ ଭଲ ଆଲୋଚନା ହୋଇଛି: ଜୟଶଙ୍କର

Advertisment

ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଆମେରିକୀୟ କଂଗ୍ରେସ ପ୍ରତିନିଧିମଣ୍ଡଳକୁ ଭେଟିଛନ୍ତି। ଏହି ବୈଠକରେ ଭାରତ-ଆମେରିକା ସମ୍ପର୍କ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିସ୍ଥିତି ଓ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ...

ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଆମେରିକୀୟ କଂଗ୍ରେସ ପ୍ରତିନିଧିମଣ୍ଡଳକୁ ଭେଟିଛନ୍ତି। ଏହି ବୈଠକରେ ଭାରତ-ଆମେରିକା ସମ୍ପର୍କ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିସ୍ଥିତି ଓ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ...

Untitled-16.jpg

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଆମେରିକୀୟ କଂଗ୍ରେସ ପ୍ରତିନିଧିମଣ୍ଡଳକୁ ଭେଟିଛନ୍ତି। ଏହି ବୈଠକରେ ଭାରତ-ଆମେରିକା ସମ୍ପର୍କ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ପରିସ୍ଥିତି ଓ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଆମେରିକୀୟ ପ୍ରତିନିଧିମଣ୍ଡଳରେ କଂଗ୍ରେସ ସଦସ୍ୟ ମାଇକ ରୋଜର୍ସ ଓ ଆଡାମ ସ୍ମିଥ୍ ସାମିଲ ଥିଲେ। ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ, ଆମେରିକା କଂଗ୍ରେସ ସହିତ ଆଲୋଚନା ସର୍ବଦା ଭାରତ-ଆମେରିକା ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଆସିଛି। 

ଜୟଶଙ୍କର ବୈଠକ ବିଷୟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଆମେରିକା କଂଗ୍ରେସ ପ୍ରତିନିଧିମଣ୍ଡଳ ସହିତ ଭଲ ଆଲୋଚନା ହୋଇଛି। ନିକଟରେ, ଆମେରିକାର ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଏକ ପ୍ରମୁଖ ସଙ୍କେତ ଦେଇଥିଲେ। ସେ କହିଥିଲେ ଯେ, ଯଦି ଭାରତ ରୁଷରୁ ତୈଳ ଆମଦାନୀ ହ୍ରାସ କରେ, ତେବେ ଆମେରିକା ଭାରତ ଉପରେ ଲାଗୁ ହୋଇଥିବା ୨୫% ଅତିରିକ୍ତ ଶୁଳ୍କ ଉଠାଇପାରେ। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ରୁଷରୁ ତେଲ କିଣିବା ବନ୍ଦ କରିବାକୁ ଚେତାବନୀ ଦେବା ପରେ ଏହି ମନ୍ତବ୍ୟ ଆସିଥିଲା।

ଟ୍ରମ୍ପ କହିଥିଲେ ଯେ, ଯଦି ଭାରତ ଏପରି ନ କରେ, ତେବେ ଶୁଳ୍କ ଆହୁରି ବୃଦ୍ଧି କରାଯାଇପାରିବ। ବେସାଣ୍ଟ ଏକ ସାକ୍ଷାତକାରରେ କହିଥିଲେ ଯେ, ଭାରତୀୟ ତୈଳ ରିଫାଇନାରୀମାନେ ରୁଷ ତେଲ କ୍ରୟକୁ ଯଥେଷ୍ଟ ହ୍ରାସ କରିଛନ୍ତି। ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ, ରୁଷ ତେଲ ଉପରେ ୨୫% ଶୁଳ୍କ ଜାରି ରହିଛି, କିନ୍ତୁ ଏହାକୁ ହଟାଇବା ପାଇଁ ଏକ ଉପାୟ ବାହାର କରିବା ଜରୁରୀ। ଜୟଶଙ୍କର ଜାନୁଆରି ୧୩ରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଥିଲେ। ସେଥିରେ ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପରମାଣୁ ସହଯୋଗ, ପ୍ରତିରକ୍ଷା ଏବଂ ଶକ୍ତି ଉପରେ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଜୟଶଙ୍କର ସୂଚନା ପ୍ରଦାନ କହିଥିଲେ ଯେ, ଦ୍ୱିପାକ୍ଷିକ ଓ ଆନ୍ତର୍ଜାତୀୟ ପ୍ରସଙ୍ଗରେ ଅଗ୍ରଗତି ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି।

ପ୍ରକୃତ ବନ୍ଧୁଙ୍କ ଭିତରେ ମତଭେଦ ଥାଏ

ଭାରତରେ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ନୂଆଦିଲ୍ଲୀରେ ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ଦିନ ପରେ ଏହି ଟେଲିଫୋନ୍ ଆଲୋଚନା ହୋଇଥିଲା। ଆମେରିକାର ସେନେଟର ଷ୍ଟିଭ୍ ଡେନ୍ସ ୧୭ ରୁ ୧୯ ଜାନୁଆରି ପର୍ଯ୍ୟନ୍ତ ତାଙ୍କ ଗସ୍ତ ସମୟରେ ଭାରତ ସହିତ ଭବିଷ୍ୟତର ଯେକୌଣସି ବାଣିଜ୍ୟ ଚୁକ୍ତିରେ ଡାଲି ଜାତୀୟ ଫସଲ ପାଇଁ ଅନୁକୂଳ ବ୍ୟବସ୍ଥା ଉପରେ ଜୋର ଦେଇଥିଲେ। ୱାଶିଂଟନ-ନୂଆଦିଲ୍ଲୀ ବାଣିଜ୍ୟ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ୱାସିଂଟନ ପାଇଁ ଭାରତ ପରି ଅନ୍ୟ କୌଣସି ଦେଶ ଏତେ ଜରୁରୀ ନୁହେଁ ଏବଂ ଉଭୟ ପକ୍ଷ ଏକ ବାଣିଜ୍ୟ ଚୁକ୍ତିକୁ ଦୃଢ଼ କରିବା ପାଇଁ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି, ସୋମବାର ନୂଆଦିଲ୍ଲୀରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଥିଲେ। ପ୍ରକୃତ ବନ୍ଧୁମାନଙ୍କ ଭିତରେ ମତଭେଦ ଥାଏ, କିନ୍ତୁ ଶେଷରେ ସେମାନଙ୍କର ମତଭେଦର ସମାଧାନ କରିଥାନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା ବିଷୟରେ ଉଲ୍ଲେଖ କରି ସେ କହିଥିଲେ।

ଆହୁରି ପଢ଼ନ୍ତୁ: New Electric Policy: ୧୦ ଗୁଣ ବଢ଼ିବ ଆଣବିକ ଶକ୍ତି ଉତ୍ପାଦନ

ଭାରତ ପାକ୍ସ ସିଲିକା ମେଣ୍ଟର ସଦସ୍ୟ ହେବ

ଆମ ସମ୍ପର୍କ ପାଇଁ ବାଣିଜ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଆମେ ସୁରକ୍ଷା, ଆତଙ୍କବାଦ ବିରୋଧୀ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକତ୍ର ମିଶି କାମ କରିବୁ। ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ସାରା ବିଶ୍ୱ ଭ୍ରମଣ କରିଛି। ମୁଁ ପ୍ରମାଣିତ କରିପାରୁଛି ଯେଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ତାଙ୍କର ବନ୍ଧୁତା ପ୍ରକୃତ ବୋଲି ସର୍ଗିଓ ଗୋର୍ କହିଥିଲେ। ଗୋର୍ ଏହା ମଧ୍ୟ ଘୋଷଣା କରିଥିଲେ ଯେ, ଭାରତ ପାକ୍ସ ସିଲିକା ମେଣ୍ଟର ସଦସ୍ୟ ହେବ। ମୁଁ ଘୋଷଣା କରି ଖୁସି ଯେ ଭାରତକୁ ଆସନ୍ତା ମାସରେ ଏହି ରାଷ୍ଟ୍ର ଗୋଷ୍ଠୀରେ ପୂର୍ଣ୍ଣ ସଦସ୍ୟ ଭାବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ। ସୂଚନାଯୋଗ୍ୟ, ପାକ୍ସ ସିଲିକା ମେଣ୍ଟ ହେଉଛି ଏକ ସୁରକ୍ଷିତ,ସ୍ଥିର ଓ ନବସୃଜନଶୀଳ ସିଲିକନ୍ ଯୋଗାଣ ଶୃଙ୍ଖଳା ନିର୍ମାଣ ପାଇଁ ଆମେରିକା ନେତୃତ୍ୱରେ ଏକ ରଣନୈତିକ ପଦକ୍ଷେପ।

ଆହୁରି ପଢ଼ନ୍ତୁ: Rourkela: ରାଉରକେଲା ରେଳ ଷ୍ଟେସନରେ ବଡ଼ କାର୍ଯ୍ୟାନୁଷ୍ଠାନ; ଅନେକ ବୁଲା ବେପାରୀ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe