RUSSIA APPEALS Photograph: (sambad.in)
ମସ୍କୋ: ପାକିସ୍ତାନଓ ଆଫଗାନିସ୍ତାନ ସୀମାରେ ଚାଲିଥିବା ଉତ୍ତେଜନା ଏବେ ଏକ ଭୟଙ୍କର ତଥା ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ଏହା ଯୋଗୁ ଉଭୟ ଦେଶରେ ବିନାଶ ସୃଷ୍ଟି ହୋଇଛି। ଏହି ଗମ୍ଭୀର ସଙ୍କଟକୁ ଦୃଷ୍ଟିରେ ରଖି, ରୁଷ, ଚୀନ୍ ଏବଂ ଇରାନ ଭଳି ବଡ଼ ଦେଶ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରି ଆଲୋଚନା ଟେବୁଲକୁ ଆସିବାକୁ ଅନୁରୋଧ କରିଛନ୍ତି। ସୀମାରେ ଭୟଙ୍କର ରକ୍ତାକ୍ତ ସଂଘର୍ଷ ମଧ୍ୟରେ, ରୁଷ ମଧ୍ୟ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ପାରସ୍ପରିକ ବିବାଦର ସମାଧାନ କରିବାକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ରୁଷର ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି, ବର୍ତ୍ତମାନ ଏକମାତ୍ର ଉପାୟ ହେଉଛି ସାମରିକ ଆକ୍ରମଣ ବନ୍ଦ କରିବା ଓ କୂଟନୈତିକ ସ୍ତରରେ ସମାଧାନ ଖୋଜିବା।
ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନ ରାଜଧାନୀ କାବୁଲ ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରଦେଶଗୁଡ଼ିକୁ ଟାର୍ଗେଟ କରି ଅପରେସନ୍ ଗାଜାବ୍ ଲିଲ୍ ହକ୍ ନାମରେ ଏକ ବଡ଼ ଏୟାର୍ ଷ୍ଟ୍ରାଇକ୍ ଆରମ୍ଭ କରିଛି। ଏହାର ଜବାବରେ, ଆଫଗାନିସ୍ତାନ ସେନା ତୋରଖାମ୍ ସୀମା ନିକଟରେ ଥିବା ପାକିସ୍ତାନୀ ସ୍ଥାନଗୁଡ଼ିକ ଉପରେ ପ୍ରବଳ ଡ୍ରୋନ୍ ଆକ୍ରମଣ କରି ଆକ୍ରମଣର ଭିଡିଓ ଜାରି କରିଛି। ଗତ କିଛି ଘଣ୍ଟା ଧରି, ପାକିସ୍ତାନୀ ସେନା ତାଲିବାନର ବିଭିନ୍ନ ସ୍ଥାନଗୁଡ଼ିକ ଉପରେ ବୋମା ମାଡ଼ ଜାରି ରଖିଛି।
ଦୁଇ ଦେଶ ମଧ୍ୟରେ ଏହି ରକ୍ତାକ୍ତ ସଂଘର୍ଷ ପ୨୧ ଫେବ୍ରୁଆରିରେ ଆରମ୍ଭ ହୋଇଥିଲା=। କିନ୍ତୁ ବର୍ତ୍ତମାନ ଏହା ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହେବାକୁ ଯାଉଛି। ପ୍ରତିଶୋଧ ସ୍ୱରୂପ ତାଲିବାନ ଅନେକ ପାକିସ୍ତାନୀ ସାମରିକ ପୋଷ୍ଟ କବଜା କରିଥିବା ତଥା ପ୍ରବଳ କ୍ଷତି ପହଞ୍ଚାଇବାର ଦାବି କରିଛି। ପାକିସ୍ତାନ ଆନୁଷ୍ଠାନିକ ଭାବରେ ଏହି ଖୋଲା ଯୁଦ୍ଧ ଘୋଷଣା କରିଛି। ଫଳରେ ସୀମାରେ ରହୁଥିବା ସାଧାରଣ ଲୋକଙ୍କ ଜୀବନ ବିପଦରେ ପଡ଼ିଛି।।
Plane Crashes 15 Dead ଟଙ୍କା ବୋଝେଇ ସରକାରୀ ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ, ଲୋକେ ଲୁଟି ନେଲେ ଟଙ୍କା
କେବଳ କୂଟନୀତି ମାଧ୍ୟମରେ ଏହାର ସମାଧାନ ହୋଇପାରିବ
ରୁଷୀୟ ବୈଦେଶିକ ମନ୍ତ୍ରଣାଳୟ ଉଭୟ ପକ୍ଷକୁ ଶତ୍ରୁତା ପରିତ୍ୟାଗ କରି ଶାନ୍ତି ପଥକୁ ଫେରିବାକୁ ଉଭୟ ପକ୍ଷଙ୍କୁ ଅନୁରୋଧ କରାଯାଇଛି। ମନ୍ତ୍ରଣାଳୟ କହିଛି, ଏପରି ହିଂସା ଆଞ୍ଚଳିକ ସ୍ଥିରତାକୁ ବିପଦରେ ପକାଇଥାଏ। କେବଳ କୂଟନୀତି ମାଧ୍ୟମରେ ଏହାର ସମାଧାନ ହୋଇପାରିବ। ଚୀନ୍ ଓ ଇରାନ ମଧ୍ୟ ରୁଷର ଆବେଦନକୁ ସମର୍ଥନ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ଫେରାଇ ଆଣବାକୁ କହିଛନ୍ତି।
Follow Us