ଜୌନପୁର: ୬୦ ବର୍ଷ ବୟସ୍କ ନିଖୋଜ ଦମ୍ପତିଙ୍କୁ ଖୋଜିବାକୁ ଯାଇ ଉତ୍ତରପ୍ରଦେଶର ଜୌନପୁର ପୁଲିସ ଏକ ଭୟଙ୍କର ଯୁଗ୍ମ ହତ୍ୟାକାଣ୍ଡର ପର୍ଦାଫାସ କରିଛି। ଜଣେ ଇଞ୍ଜିନିୟର ଅମ୍ବେଶଙ୍କୁ ତାଙ୍କ ପିତାମାତା ଶ୍ୟାମ ବାହାଦୁର (୬୨) ଓ ବବିତା (୬୦)ଙ୍କୁ ହତ୍ୟା କରି ସେମାନଙ୍କ ଶରୀରକୁ କରତରେ କାଟି ନଦୀରେ ଫିଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି। ପୁଲିସ କହିବା ଅନୁସାରେ, ଅମ୍ବେଶ ଓ ତାଙ୍କ ପିତାମାତାଙ୍କ ମଧ୍ୟରେ ତାଙ୍କ ମୁସଲମାନ ପତ୍ନୀଙ୍କୁ ନେଇ ଝଗଡ଼ା ହୋଇଥିଲା। ଅମ୍ବେଶ ଓ ତାଙ୍କ ପତ୍ନୀ ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପତ୍ନୀଙ୍କୁ ଭରଣପୋଷଣ ଦେବା ପାଇଁ ତାଙ୍କୁ ଟଙ୍କା ଦରକାର ଥିଲା। ସେ ବାପାଙ୍କୁ ଟଙ୍କା ମାଗିଥିଲେ, କିନ୍ତୁ ସେ ମନା କରିଦେଇଥିଲେ। ଏହାପରେ ପିତାମାତାଙ୍କ ସହ ବିବାଦ ହତ୍ୟାରେ ଶେଷ ହୋଇଥିଲା।
Ganjam: ଗଞ୍ଜାମରୁ ବନ୍ଧାହେଲା ହାପି ହାତୀ
ଡିସେମ୍ବର ୧୩ ତାରିଖରେ ଅମ୍ବେଶଙ୍କ ଭଉଣୀ ବନ୍ଦନା ଜୌନପୁରର ଜାଫରାବାଦ ପୁଲିସ ଷ୍ଟେସନରେ ନିଖୋଜ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ତାଙ୍କ ପିତାମାତା ଓ ଭାଇ ନିଖୋଜ ଅଛନ୍ତି। ଡିସେମ୍ବର ୮ ତାରିଖରେ ଅମ୍ବେଶ ତାଙ୍କୁ ଫୋନ୍ କରି କହିଥିଲେ ଯେ ସେମାନଙ୍କ ପିତାମାତା ଯୁକ୍ତିତର୍କ ପରେ ଘରୁ ଚାଲିଯାଇଛନ୍ତି ଏବଂ ସେ ସେମାନଙ୍କୁ ଖୋଜିବାକୁ ଯାଉଛନ୍ତି। ଏହାପରେ ଅମ୍ବେଶଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ଶେଷରେ ବନ୍ଦନା ପୁଲିସରେ ଅଭିଯୋଗ କରିଥିଲେ। ବନ୍ଦନାଙ୍କୁ ଅମ୍ବେଶଙ୍କ କଲ୍ ଓ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହେବାକୁ ନେଇ ପୁଲିସ ସନ୍ଦେହ କରିଥିଲା। ଏକ ସପ୍ତାହ ପରେ ଯେତେବେଳେ ସେମାନେ ଅମ୍ବେଶଙ୍କୁ ଧରିଲେ, ପଚରାଉଚରା ପରେ ସେ ସତ ସ୍ୱୀକାର କରିଥିଲେ।
Bhubaneswar-Puri: ସୁଦୃଢ଼ ହେବ ଭୁବନେଶ୍ବର-ପୁରୀ ରେଳ ଲାଇନ୍, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍
ଶ୍ୟାମ ବାହାଦୁର ନାମକ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ଓ ତାଙ୍କ ପତ୍ନୀ ବବିତାଙ୍କର ତିନି ଝିଅ ଓ ଗୋଟିଏ ପୁଅ ଥିଲେ। ପୁଅ ଅମ୍ବେଶ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଜଣେ ମୁସଲମାନ ମହିଳାଙ୍କୁ ବିବାହ କରିଥିଲେ। ପିତାମାତା ଏହି ବିବାହକୁ ଗ୍ରହଣ କରି ନ ଥିଲେ ଏବଂ କହିଥିଲେ ଯେ ସେମାନେ ମୁସଲମାନ ବୋହୂଙ୍କୁ ଘରେ ପ୍ରବେଶ କରିବାକୁ ଦେବେ ନାହିଁ। କିଛିଦିନ ତଳେ ଅମ୍ବେଶ ତାଙ୍କ ପିତାଙ୍କୁ ଟଙ୍କା ମାଗିଥିଲେ। ଶ୍ୟାମ ବାହାଦୁର ମନା କରିବାରୁ ଯୁକ୍ତିତର୍କ ହୋଇଥିଲା। ଏହାପରେ ଅମ୍ବେଶ ତାଙ୍କ ମା’ ବବିତା ଓ ପିତା ଶ୍ୟାମ ବାହାଦୁ ଶିଳପୁଆରେ ନିର୍ମମ ଆକ୍ରମଣ କରିଥିଲେ। ପିତାମାତାଙ୍କୁ ହତ୍ୟା କରିବା ପରେ ଅମ୍ବେଶ ପ୍ରମାଣ ନଷ୍ଟ କରିବାକୁ ପିତାମାତାଙ୍କ ଶରୀରକୁ କରତରେ ଛଅ ଖଣ୍ଡ କରି କାଟି ଅଖାରେ ପୂରାଇ ଏକ ନଦୀରେ ଫିଙ୍ଗି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/19/untitled-9-2025-12-19-07-50-19.jpg)