Viral Video: ଝିଅ ବାହାଘରରେ କ୍ୟୁଆର୍‌ କୋଡ୍‌ ପିନ୍ଧି ବୁଲିଲେ ବାପା

ଦେଶର ବାହାଘରରେ ଅତିଥିମାନେ ଉପସ୍ଥିତ ରହି ଭୋଜି ଖାଇ ବର-କନ୍ୟାଙ୍କୁ ଆଶୀର୍ବାଦସ୍ବରୁପ କିଛି ନା କିଛି ଉପହାର ଦେଇଥାନ୍ତି। କେହି କେହି ଲଫାପାରେ ପୂରାଇ ଟଙ୍କା ଦେଇଥାନ୍ତି। ମାତ୍ର ଯୁଗ ବଦଳୁଛି, ଯୁଗ ସହ ଲୋକଙ୍କ ଚିନ୍ତାଧାରା ବି ବଦଳୁଛି।

Untitled-15 (1)

ତିରୁବନନ୍ତପୁରମ୍‌: ଭାରତୀୟ ବିବାହର ସୌନ୍ଦର୍ଯ୍ୟ ହେଉଛି ସେହି ବାହାଘରରେ ପାଳନ ହେଉଥିବା ରୀତିନୀତି। ସେଇଥିପାଇଁ ତ ଅନେକ ବିଦେଶୀ ଆସି ଭାରତୀୟ ଶୈଳୀରେ ବିବାହ କରିବାକୁ ପସନ୍ଦ କରନ୍ତି। ଆମେ ଜାଣନ୍ତି ଯେ ଆମ ଦେଶର ବାହାଘରରେ ଅତିଥିମାନେ ଉପସ୍ଥିତ ରହି ଭୋଜି ଖାଇ ବର-କନ୍ୟାଙ୍କୁ ଆଶୀର୍ବାଦସ୍ବରୁପ କିଛି ନା କିଛି ଉପହାର ଦେଇଥାନ୍ତି। କେହି କେହି ଲଫାପାରେ ପୂରାଇ ଟଙ୍କା ଦେଇଥାନ୍ତି। ମାତ୍ର ଯୁଗ ବଦଳୁଛି, ଯୁଗ ସହ ଲୋକଙ୍କ ଚିନ୍ତାଧାରା ବି ବଦଳୁଛି।

ନିକଟରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓ ବଦଳୁଥିବା ଯୁଗର ଜ୍ବଳନ୍ତ ଉଦାହରଣ। ଭିଡିଓକୁ ଦେଖିଲେ ଆପଣ ହସିବେ ଯେତିକି, ମୋଦୀ ସରକାରଙ୍କ ‘କ୍ୟାସ୍‌ଲେସ୍‌’ ନିୟମ ପାଳନ ହୋଇଥିବା ବୋଲି ସ୍ବୀକାର ବି କରିବେ। ସରକାର ତ ଏବେ ଅଧିକାଂଶ ନେଣଦେଣ ଅନ୍‌ଲାଇନ୍‌ରେ କରିବାକୁ ପସନ୍ଦ କରୁଛନ୍ତି, ହେଲେ ବିବାହର ଅତିଥିମାନେ ଯଦି ଅନ୍‌ଲାଇନ୍‌ରେ ଟଙ୍କା ଦେବା ଆରମ୍ଭ କରିଦେବେ ତ କିପରି ଲାଗିବ? କରିଦେବେ ନୁହେଁ, ବରଂ ଦେଇଛନ୍ତି। ଭାଇରାଲ୍‌ ଭିଡିଓରେ ସେପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ବରାଦ କଳେ ଦାମୀ ଫୋନ୍‌, ପାଇଲେ ଟାଇଲ୍‌

କ୍ୟୁଆର୍‌ କୋଡ୍‌ ପିନ୍ଧି ଅତିଥିଙ୍କଠାରୁ ଟଙ୍କା ଗ୍ରହଣ କଲେ କନ୍ୟା ପିତା

 କେରଳର ଜଣେ ବ୍ୟକ୍ତି ତାଙ୍କ ଝିଅର ବିବାହରେ ତାଙ୍କ ସାର୍ଟରେ ପେଟିଏମ୍‌ର QR Code ଷ୍ଟିକର ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ଏକ ନୂତନ ବିବାହ ଧାରା ବୋଲି କୁହାଯାଉଛି। ଏହି କ୍ଷେତ୍ରରେ ଲୋକମାନେ ନବବିବାହିତ ଦମ୍ପତିଙ୍କୁ ଡିଜିଟାଲ ଭାବରେ 'ସଗୁନ୍' (ଆଶୀର୍ବାଦ) ହସ୍ତାନ୍ତର କରୁଥିବାର ଦେଖାଯାଇଥିଲା। ଏହା ଡିଜିଟାଲ୍ କାରବାର ଉପରେ ଭାରତର ବଢ଼ୁଥିବା ନିର୍ଭରଶୀଳତାକୁ ମଧ୍ୟ ଦର୍ଶାଏ।

ଭାଇରାଲ୍ ଭିଡିଓଟି ଏକ ବିବାହ ଉତ୍ସବ ଦୃଶ୍ୟ ସହିତ ଆରମ୍ଭ ହୁଏ ଏବଂ ତା’ପରେ କ୍ୟାମେରା ଜଣେ ବ୍ୟକ୍ତିଙ୍କ ଉପରେ ପଡ଼େ। ଯିଏ ତାଙ୍କ ସାର୍ଟ ପକେଟରେ QR Code  ପେଷ୍ଟ କରି ଠିଆ ହୋଇଛନ୍ତି। ବ୍ୟକ୍ତି ହସି ହସି ଅତିଥିମାନେ ଆସିବା ସମୟରେ QR କୋଡ୍ ଆଡ଼କୁ ଇଙ୍ଗିତ କରନ୍ତି।

ଆହୁରି ପଢ଼ନ୍ତୁ: ଓଲଟିଲା 'ନର୍ମଦା ପରିକ୍ରମା' ପାଇଁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍, ଜଣେ ମୃତ

କ’ଣ କହୁଛନ୍ତି ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ

ଭିଡିଓଟି ଇଣ୍ଟରନେଟରେ ମିଶ୍ରିତ ପ୍ରତିକ୍ରିୟା ସାଉଁଟିଛି। କେତେକ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ହସିଥିଲେ ଏବଂ ଅନ୍ୟ କେହି କେହି ଏହାକୁ ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe