Pakistani Women Healthcare:ପରିଚୟପତ୍ର ଆଉ ମନର ଭୟ ପାଲଟିଛି ପାକିସ୍ତାନୀ ମହିଳାଙ୍କ ଚିକିତ୍ସାରେ ବାଧକ

Advertisment

ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ଅଭାବ ଏବଂ ସାମାଜିକ ଭୟ ପାକିସ୍ତାନୀ ମହିଳାମାନଙ୍କୁ ହସ୍ପିଟାଲରୁ ଦୂରେଇ ରଖୁଛି। ପରିଚୟପତ୍ର ଅଭାବରୁ ସେମାନେ ପ୍ରସୂତି ସେବା ସମୟରେ ପ୍ରଶାସନିକ ସେବାରୁ ବାଦ୍‌ ପଡୁଛନ୍ତି।

ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ଅଭାବ ଏବଂ ସାମାଜିକ ଭୟ ପାକିସ୍ତାନୀ ମହିଳାମାନଙ୍କୁ ହସ୍ପିଟାଲରୁ ଦୂରେଇ ରଖୁଛି। ପରିଚୟପତ୍ର ଅଭାବରୁ ସେମାନେ ପ୍ରସୂତି ସେବା ସମୟରେ ପ୍ରଶାସନିକ ସେବାରୁ ବାଦ୍‌ ପଡୁଛନ୍ତି।

30df52c0-a591-4f01-a38f-0aa74d3b4085

Pakistani Women Healthcare Photograph: (@socialmedia)

ଇସଲାମାବାଦ: ପାକିସ୍ତାନରେ ମହିଳାମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ଅପହଞ୍ଚ ହେବାରେ ଲାଗିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉପଯୁକ୍ତ ଡକ୍ୟୁମେଣ୍ଟେସନ୍ ଅଭାବ ଏବଂ ସାମାଜିକ ଭୟ ପାକିସ୍ତାନୀ ମହିଳାମାନଙ୍କୁ ହସ୍ପିଟାଲରୁ ଦୂରେଇ ରଖୁଛି। ପରିଚୟପତ୍ର ଅଭାବରୁ ସେମାନେ ପ୍ରସୂତି ସେବା ସମୟରେ ପ୍ରଶାସନିକ ସେବାରୁ ବାଦ୍‌ ପଡୁଛନ୍ତି। ଦେଶର ଏଭଳି ସ୍ଥିତି ସେଠାକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମହିଳାଙ୍କ ସମ୍ମାନ ଏବଂ ସୁରକ୍ଷା ସୁନିଶ୍ଚିତ କରିବାରେ ବିଫଳ ହେଉଥିବ‌ା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପାକିସ୍ତାନରେ ପୁରୁଷମାନଙ୍କ ତୁଳନାରେ କମ୍ ମହିଳାମାନଙ୍କ ପାଖରେ ଜାତୀୟ ପରିଚୟ ପତ୍ର ଅଛି। ସେମାନେ ପରିଚୟ ପତ୍ର ପାଇବା କିମ୍ବା ହସ୍ପିଟାଲରେ ଉପସ୍ଥାପନ କରିବା ପାଇଁ ସେମାନଙ୍କର ପୁରୁଷ ସମ୍ପର୍କୀୟଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥାନ୍ତି। ଏହି କାଗଜପତ୍ର ବିନା ହସ୍ପିଟାଲରେ ପହଞ୍ଚିଲେ ସେମାନଙ୍କୁ ଚିକିତ୍ସା ମନା କରାଯାଇପାରେ କିମ୍ବା ସର୍ବସାଧାରଣରେ ଲଜ୍ଜିତ ହେବାକୁ ପଡ଼ିବାର ଆଶଙ୍କା ରହିଥାଏ।ତେଣୁ ମହିଳାମାନେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।

ଅଧିକପଢ଼ନ୍ତୁ:ସୋମନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଇମକାନ ୱେଲଫେୟାର ଅର୍ଗାନାଇଜେସନର ସିଇଓ ତାହେରା ହାସନଙ୍କ ମତରେ, ପ୍ରଶାସନିକ ବ୍ୟବସ୍ଥା ମହିଳାମାନଙ୍କୁ ରୀତିମତ ଭାବରେ ସ୍ବାସ୍ଥ୍ୟସେବାରୁ ବାଦ୍ ଦେଇ ଚାଲିଛି। ଏହା କେବଳ ସଚେତନତାର ଅଭାବ ନୁହେଁ, ବରଂ ଏପରି ଏକ ବ୍ୟବସ୍ଥା ସହିତ ମୁକାବିଲା କରିବାର ଭୟ ଯାହା ସେମାନଙ୍କ ପାଇଁ ଡିଜାଇନ୍ ହୋଇ ନଥିବା ପରି ମନେ‌ ହୋଇଥାଏ। ଏହି ଭୟ ମହିଳାମାନଙ୍କୁ ଆନୁଷ୍ଠାନିକ ସ୍ୱାସ୍ଥ୍ୟ ସେବାରୁ ଦୂରେଇ ରଖୁଥିବା ସେ କହିଛନ୍ତି।

ଡାକ୍ତରଖାନାରେ ନିର୍ଯାତନା ହେବାର ଭୟ ଏବଂ ବିଭିନ୍ନ ପ୍ରଶ୍ନ ପଚାରାଯିବା ଭୟରେ, ମହିଳାମାନେ ଏବେ ବି ପାରମ୍ପରିକ ଧାଈଙ୍କ ସହାୟତାରେ ଘରେ ପ୍ରସବ କରିବାକୁ ପସନ୍ଦ କରୁଛନ୍ତି। ସରକାରୀ ଡାକ୍ତରଖାନାରେ ଅତ୍ୟଧିକ ଭିଡ଼ ଏବଂ ପୁରୁଷ-ପ୍ରଧାନ ପରିବେଶ ନେଇ ସେମାନେ ନିଜକୁ ଅସୁରକ୍ଷିତ ଅନୁଭବ କରିଥାନ୍ତି।ତେଣୁ ସେମାନଙ୍କୁ ବିପଦପୂର୍ଣ୍ଣ ବିକଳ୍ପ ଚୟନ କରିଛନ୍ତି।

ଯଦିଓ ସରକାରୀ ସେବା କାଗଜପତ୍ରରେ ମାଗଣା ବୋଲି ଦର୍ଶାଯାଉଛି କିନ୍ତୁ,ଯାତ୍ରା ଖର୍ଚ୍ଚ ଏବଂ ପରୀକ୍ଷା ଫି ଗରିବ ପରିବାର ପାଇଁ ଏକ ବଡ଼ ବୋଝ ପାଲଟି ଯାଇଥାଏ। ଘର କାମ ଏବଂ ଖରାପ ଆର୍ଥିକ ସ୍ଥିତି ମହିଳାମାନଙ୍କୁ ଡାକ୍ତରଖାନା ଯିବାକୁ ବାଧା ଦେଇଥାଏ। ସିଜାରିଆନ୍ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକ ଉପରେ ବଢୁଥିବା ଚାପ ପରିବାର ସଦସ୍ୟଙ୍କ ମଧ୍ୟରେ ଅବିଶ୍ୱାସ ଭାବନାକୁ ବୃଦ୍ଧି କରିବାରେ ଲାଗିଛି। ତେଣୁ ବାଧ୍ୟ ହୋଇ ଲୋକେ ବିପଜ୍ଜନକ ‌ପ୍ରଣାଳୀକୁ ଚୟନ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।ଏହି ରିପୋର୍ଟ ସ୍ପଷ୍ଟ କରିଛି, ମହିଳାମାନେ ଆଧୁନିକ ଚିକିତ୍ସାର ବିରୋଧୀ ନୁହଁନ୍ତି। କିନ୍ତୁ ସେମାନେ ଅପମାନ ଏବଂ ପ୍ରଶାସନିକ ସମସ୍ୟାକୁ ଏଡାଇବାକୁ ଚାହୁଁଛନ୍ତି। 

ଅଧିକପଢ଼ନ୍ତୁ:ଲିଭ-ଇନ୍ ପାର୍ଟନର ପେନସନ ପାଇବାକୁ ହକଦାର: କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଲେ ଦିଲ୍ଲୀ ହାଇକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe