ଜେରୁଜେଲମ୍: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନର ଆକ୍ରମଣକୁ ଭୟ କରୁଛନ୍ତି। ଇସ୍ରାଏଲ୍ ମିଡିଆ ରିପୋର୍ଟରେ କୁହାଯାଇଛି ଯେ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ନେତାନ୍ୟାହୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତଳ ମହଲାର ଏକ ଶକ୍ତିଶାଳୀ ବେସମେଣ୍ଟ୍ ବଙ୍କରରେ ଅଧିକାଂଶ ସମୟ କାମ କରୁଛନ୍ତି।
ଗତ ମାସରେ ସିଜେରିୟାରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ହେଜବୁଲ୍ଲା ଡ୍ରୋନ୍ ଆକ୍ରମଣ ପରେ ତାଙ୍କୁ ଏହି ସୁରକ୍ଷିତ ବେସମେଣ୍ଟ୍ ବ୍ୟବହାର କରିବାକୁ କୁହାଯାଇଛି। ଏହା ସହିତ କେତେକ ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।
ଅକ୍ଟୋବର ୧୯ରେ ହେଜବୁଲ୍ଲା ଡ୍ରୋନ୍ ପଠାଇଥିଲା,ସେଥିମଧ୍ୟରୁ ସିଜେରିୟାରେ ନେତାନ୍ୟାହୁଙ୍କ ଘର ନିକଟରେ ବିସ୍ଫୋରଣ ହୋଇଥିଲା। ଡ୍ରୋନ୍ ଶୋଇବା ଘରର ଝରକା ଭାଙ୍ଗି ଦେଇଥିଲା ଅବଶ୍ୟ,ଏହାଭିତରକୁ ପ୍ରବେଶ କରିବାରେ ସକ୍ଷମ ହୋଇ ପାରିନଥିଲା ଯେଉଁ କାରଣରୁ ବହୁ କ୍ଷୟକ୍ଷତି କମ୍ ହୋଇଥିଲା। ତେବେ ଆକ୍ରମଣ ସମୟରେ ନେତାନ୍ୟାହୁ ଘରେ ନ ଥିଲେ।
ଇସ୍ରାଏଲର ନ୍ୟୁଜ ଆଉଟଲେଟ୍ ଚ୍ୟାନେଲ ୧୨ ରିପୋର୍ଟ କରିଛି ଯେ ବିଭିନ୍ନ ସ୍ଥାନରେ କ୍ୟାବିନେଟ ବୈଠକ କାହିଁକି ଅନୁଷ୍ଠିତ ହେଉଛି ତାହା ନୂତନ ସୁରକ୍ଷା ପ୍ରୋଟୋକଲରେ ବର୍ଣ୍ଣନା କରାଯାଇଛି। ଏହା ସହିତ ନଭେମ୍ବର ୨୬ରେ ହେବାକୁ ଥିବା ନେତାନ୍ୟାହୁଙ୍କ ପୁଅ ଅୱନର ନେତାନ୍ୟାହୁଙ୍କ ବିବାହ ପରବର୍ତ୍ତୀ ତାରିଖକୁ ସ୍ଥଗିତ ରଖାଯାଇଛି।
ଅଧିକ ପଢ଼ନ୍ତୁ: ହିଜାବ ପରେ ଏବେ ଦାଢ଼ି ରଖିବାକୁ ନେଇ ଉତ୍ତେଜନା!: ମୁଖ୍ୟମନ୍ତ୍ରୀ କଲେ ହସ୍ତକ୍ଷେପ
ରିପୋର୍ଟ ଆସିବାର କିଛି ଘଣ୍ଟା ପରେ ନେତାନ୍ୟାହୁଙ୍କ ଆଇନଜୀବୀମାନେ ତାଙ୍କ ସାକ୍ଷ୍ୟର ନିର୍ଦ୍ଧାରିତ ସମୟକୁ ଆସନ୍ତା ମାସରେ ଜେରୁଜେଲମ୍ ଜିଲ୍ଲା କୋର୍ଟରେ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ ତେଣୁ ତାଙ୍କୁ ସପ୍ତାହରେ ଅନେକ ଥର ସମାନ ସ୍ଥାନକୁ ଯିବାକୁ ପଡିବ ନାହିଁ। ତିନୋଟି ଦୁର୍ନୀତି ମାମଲାରେ ନେତାନ୍ୟାହୁଙ୍କ ଉପରେ ବିଚାର ଚାଲିଛି। କୋର୍ଟରେ କୌଣସି ସୁରକ୍ଷିତ କୋଠରୀ କିମ୍ବା ବୋମା ଆଶ୍ରୟସ୍ଥଳ ନାହିଁ ବୋଲି ସୂଚନା ମିଳିଛି। ତେଣୁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି।
ଅଧିକ ପଢ଼ନ୍ତୁ: ଆମେରିକା ଡ୍ରୋନ୍ ଜ୍ଞାନକୌଶଳ ଚୋରିକଲା ଚୀନ୍!
Follow Us