Supermoon: ଶତାବ୍ଦୀର ବିରଳ ସୁପରମୁନ୍: ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍, ଦେଶର ବିଭିନ୍ନ ସହରରୁ ଆସିଲା ଦୃଶ୍ୟ

Advertisment

ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍ । ନୂଆବର୍ଷ ଆରମ୍ଭ ସହ ଆକାଶରେ ଦେଖା ଦେଇଛି ମହାଜାଗତିକ ଦୃଶ୍ୟ। କୋଲକାତା, ଉତ୍ତରପ୍ରଦେଶ ସମେତ ଅନେକ ସହରରେ ଏହି ବିରଳ ଦୃଶ୍ୟ ଦେଇବାକୁ ମିଳିଥିବା ବେଳେ ଏହାର ମଜା ନେଉଛନ୍ତି ଲୋକେ

ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍ । ନୂଆବର୍ଷ ଆରମ୍ଭ ସହ ଆକାଶରେ ଦେଖା ଦେଇଛି ମହାଜାଗତିକ ଦୃଶ୍ୟ। କୋଲକାତା, ଉତ୍ତରପ୍ରଦେଶ ସମେତ ଅନେକ ସହରରେ ଏହି ବିରଳ ଦୃଶ୍ୟ ଦେଇବାକୁ ମିଳିଥିବା ବେଳେ ଏହାର ମଜା ନେଉଛନ୍ତି ଲୋକେ

super moon

super moon Photograph: (sambad.in)

ନୂଆଦିଲ୍ଲୀ: ଆକାଶରେ ଦୃଶ୍ୟମାନ ହେଲା ଚଳିତ ବର୍ଷର ପ୍ରଥମ ସୁପରମୁନ୍ । ନୂଆବର୍ଷ ଆରମ୍ଭ ସହ ଆକାଶରେ ଦେଖା ଦେଇଛି ମହାଜାଗତିକ ଦୃଶ୍ୟ । ଆକାଶରେ ଚନ୍ଦ୍ର ସାଧାରଣ ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ ଦେଖାଯିବା ସହ ପୃଥିବୀର ନିକଟତର ହେବାକୁ ସୁପରମୁନ୍ କୁହାଯାଏ । ଯାହା ଜାନୁଆରୀ ୩ ତାରିଖ ଅର୍ଥାତ ଆଜି ଦେଖା ଦେଇଛି । କୋଲକାତା, ଉତ୍ତରପ୍ରଦେଶ ସମେତ ଅନେକ ସହରରେ ଏହି ବିରଳ ଦୃଶ୍ୟ ଦେଇବାକୁ ମିଳିଥିବା ବେଳେ ଏହାର ମଜା ନେଉଛନ୍ତି ଲୋକେ । ବିଭିନ୍ନ ସହରରୁ ସୁପରମୁନର ଦୃଶ୍ୟ ଆସିବାରେ ଲାଗିଛି । 

ଆହୁରି ପଢନ୍ତୁ- Donald Trump : ଏକ ଟିଭି ସୋ ପରି ମାଦୁରୋଙ୍କ ଗିରଫଦାରିର ସିଧା ପ୍ରସାରଣ ଦେଖୁଥିଲି : ଟ୍ରମ୍ପ

ତେବେ ଆପଣ ବି ଯଦି ଏହି ଦୃଶ୍ୟ ଦେଖିବାକୁ ଚାହୁଁଛନ୍ତି ତାହାଲେ ଘରୁ ବାହାରକୁ ବାହାରି ଆକାଶକୁ ଚାହିଁ ଏହି ବିରଳ ଦୃଶ୍ୟର ମଜା ନେଇପାରିବେ କିମ୍ବା ଆପଣଙ୍କୁ ଏହି ଦୃଶ୍ୟ ଦେଖିବାକୁ ମଧ୍ଯ ରାତ୍ରୀ ଯାଏଁ ଅପେକ୍ଷା କରିବାକୁ ପଡିପାରେ । 

ଶତାବ୍ଦୀର ଏହା ବିରଳ ସୁପରମୁନ୍ । ଦୀର୍ଘ ୧୧୩ ବର୍ଷ ପରେ ବିରଳ ସଂଯୋଗ ହୋଇଛି । ଆଜି ପୌଷ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ସୁପରମୁନ୍ ଦୃଶ୍ୟମାନ ହେଉଛି । ଅନ୍ୟ ସୁପରମୁନ୍ ଅପେକ୍ଷା ଏହା ଖୁବ୍ ବିରଳ । କାରଣ ଆଜି ଚନ୍ଦ୍ର ପୃଥିବୀର ନିକଟତର ହେବା ସହ ପୃଥିବୀ ମଧ୍ୟ ସୂର୍ଯ୍ୟର ସବୁଠୁ ନିକଟତର । ଆଜି ଜହ୍ନ ସବୁଠୁ ଅଧିକ ଉଜ୍ଜ୍ୱଳ ଦେଖାଯିବ । ଅନ୍ୟ ଦିନ ମାନଙ୍କ ଠାରୁ ୩୦ ପ୍ରତିଶତ ଉଜ୍ଜ୍ବଳ ଦିଶିବ ।

ଆହୁରି ପଢନ୍ତୁ- BJP TMC Clash: ଅଭିଷେକଙ୍କ ମାନସିକ ଅବସ୍ଥା ଭଲ ନାହିଁ, ସେ ଚପଲ ଛାଡି ପଳାଉଛନ୍ତି, ବିଜେପିର ଟାର୍ଗେଟ

ସେପଟେ ଶେଷଥର ପାଇଁ ୧୯୧୨ ମସିହାରେ ଏଭଳି ସଂଯୋଗ ଆସିଥିଲା । ସୂର୍ଯ୍ୟାସ୍ତ ପରେ ପରେ ସନ୍ଧ୍ୟା ୫ଟା ୪୫ରୁ ୬ଟା ମଧ୍ୟରେ ସବୁଠୁ ବଡ଼ ଓ ଉଜ୍ଜ୍ୱଳ ପୂର୍ଣ୍ଣଚନ୍ଦ୍ର ଦେଖିବାକୁ ମିଳିଲାଣି । ଏହା ସ୍ୱାଭାବିକ ଠାରୁ ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ଜ୍ୱଳ ରହିଛି । ଚନ୍ଦ୍ର ପୃଥିବୀ ଚାରିପଟେ ଅଣ୍ଡାକାର କକ୍ଷପଥରେ ଘୁରି ବୁଲିଥାଏ । ତେବେ ଏହା ପୃଥିବୀ ନିକଟରେ ଥିବା ଅବସ୍ଥାରେ ପୂର୍ଣ୍ଣିମା ଆସିଲେ ସୁପରମୁନ୍ ଦେଖାଯାଏ । ଏବେ ପୃଥ‌ିବୀ ଠାରୁ ଚନ୍ଦ୍ରର ଦୂରତା ପ୍ରାୟ ୩ ଲକ୍ଷ ୬୨ ହଜାର କିଲୋମିଟର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe