Advertisment

Flight Tickets :ବୁକିଂର ୪୮ ଘଣ୍ଟାରେ ବିମାନ ଟିକଟ ବାତିଲ କରିହେବ

Advertisment

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ବିମାନ ଟିକଟ ଫେରସ୍ତ ଓ ବାତିଲ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଇଛି।ନୂତନ ନିୟମ ଅନୁଯାୟୀ ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକଟକୁ ବାତିଲ କିମ୍ବା ସେଥିରେ ପରିବର୍ତ୍ତନ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ

ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ବିମାନ ଟିକଟ ଫେରସ୍ତ ଓ ବାତିଲ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଇଛି।ନୂତନ ନିୟମ ଅନୁଯାୟୀ ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକଟକୁ ବାତିଲ କିମ୍ବା ସେଥିରେ ପରିବର୍ତ୍ତନ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ

Untitled-31.jpg

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ବିମାନ ଟିକଟ ଫେରସ୍ତ ଓ ବାତିଲ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁଯାୟୀ ବୁକିଂର ୪୮ ଘଣ୍ଟା ମଧ୍ୟରେ ଟିକଟକୁ ବାତିଲ କିମ୍ବା ସେଥିରେ ପରିବର୍ତ୍ତନ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡିବ ନାହିଁ ଓ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। ରିଫଣ୍ଡ୍‌ ନେଇ ବିମାନ ଯାତ୍ରୀଙ୍କ ଅଭିଯୋଗ ବଢ଼ିବା ଓ ନିକଟରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖାଦେଇଥିବା ବିଭ୍ରାଟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଅଧିକପଢ଼ନ୍ତୁ:ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସମଗ୍ର ବ୍ରହ୍ମାଣ୍ଡର ଠାକୁର: ରାଷ୍ଟ୍ରପତି

ବିମାନ ଉଡ଼ାଣର ସାତ ଦିନ ପୂର୍ବରୁ ଟିକଟ ବୁକିଂ କରାଯାଇଥିଲେ ଏହି ସୁବିଧା ମିଳିବ। କିନ୍ତୁ ଯଦି ବିମାନ ଉଡ଼ାଣର ଦୁଇ କିମ୍ବା ତିନି ଦିନ ପୂର୍ବରୁ ଟିକଟ ବୁକିଂ କରାଯାଇଥିବ, ତେବେ ଏହି ସୁବିଧା ସେମାନଙ୍କ ପାଇଁ ଉପଲବ୍ଧ ହେବନାହିଁ। ଡିଜିସିଏ ସ୍ପଷ୍ଟ କରିଛି ଯେ ଟ୍ରାଭେଲ ଏଜେଣ୍ଟ ହୁଅନ୍ତୁ କିମ୍ବା ମେକ୍‌ମାଇଁଟ୍ରିପ୍‌ ଓ ଗୋଇବିବୋ ଭଳି ପୋର୍ଟାଲ୍‌ ଜରିଆରେ ଟିକଟ ବୁକିଂ ହୋଇଥାଉ, ଟଙ୍କା ଫେରସ୍ତ ଦାୟିତ୍ବ ଏୟାରଲାଇନ୍ସ ଉପରେ ରହିବ। ଏୟାରଲାଇନ୍‌ଗୁଡ଼ିକ ନିଶ୍ଚିତ କରିବେ ଯେ ୧୪ଟି କାର୍ଯ୍ୟ ଦିବସ ମଧ୍ୟରେ ଯାତ୍ରୀଙ୍କ ନିକଟରେ ରିଫଣ୍ଡ୍‌ ରାଶି ପହଞ୍ଚିବ।

ଅଧିକପଢ଼ନ୍ତୁ:କଳାହାଣ୍ଡି କପ୍‌: ଅନୁଗୁଳ, ପୁରୀ, ବରଗଡ଼,କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କଟକ-ଏ’, ଗଞ୍ଜାମ, ଗଜପତି ବିଜୟୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe