Anmol Bishnoi arrested by NIA
Anmol Bishnoi : ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ଉପରେ ଗୁଳିକାଣ୍ଡ ଏବଂ ବାବା ସିଦ୍ଦିକି ହତ୍ୟା ମାମଲାରେ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇକୁ ଆଜି ଆମେରିକାରୁ ଭାରତ ଅଣାଯାଇଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ଅନମୋଲକୁ ଗତକାଲି ଆମେରିକାରୁ ପ୍ରତ୍ୟାର୍ପିତ କରାଯାଇଥିଲା ଏବଂ ସେ ଆଜି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ତାକୁ NIA ଗିରଫ କରିଥିଲା। ଅନ୍ୟ କେତେକ ପ୍ରତ୍ୟାର୍ପିତମାନଙ୍କୁ ମଧ୍ୟ ସେହି ବିମାନରେ ଭାରତ ଅଣାଯାଇଥିଲା।
ଆମେରିକାରେ ରହୁଥିବା ଅନମୋଲ ବିଷ୍ନୋଇ ୨୦୨୨ ମସିହାରୁ ପଳାତକ ଥିଲା। ସେ ହେଉଛି ଜେଲରେ ଥିବା ଲରେନ୍ସ ବିଷ୍ନୋଇ ଦ୍ୱାରା ପରିଚାଳିତ ଅପରାଧ ସିଣ୍ଡିକେଟ୍ର ୧୯ତମ ଅଭିଯୁକ୍ତ। ଏନଆଇଏ ମାର୍ଚ୍ଚ ୨୦୨୩ରେ ତା ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏନଆଇଏର ତଦନ୍ତ ଅନୁଯାୟୀ, ଅନମୋଲ ୨୦୨୦ରୁ ୨୦୨୩ ମଧ୍ୟରେ ଅନେକ ଅପରାଧିକ କାର୍ଯ୍ୟ କରିବାରେ ଗୋଲଡି ବ୍ରାର ଏବଂ ଲରେନ୍ସ ବିଷ୍ନୋଇକୁ ସିଧାସଳଖ ସହାୟତା କରିଥିଲା। ଅଧିକାଂଶ ଅପରାଧିକ ଯୋଜନାରେ ସେ ସାମିଲ ଥିଲା ଏବଂ ଭାରତରେ ହୋଇଥିବା ବିଭିନ୍ନ ଅପରାଧିକ ଘଟଣାର ଷଡ଼ଯନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
ଆହୁରି ପଢ଼ନ୍ତୁ: Traumatising Flight Experience: ବିମାନରେ ତ୍ରୁଟି ପାଇଁ ହୃଦ୍ସ୍ପନ୍ଦନ ଅଟକିଗଲା, ଭୟଭୀତ ହୋଇଯାଇଥିଲୁ: ରିଦ୍ଧିମା କପୁର
ଅନମୋଲ ଆମେରିକାରୁ ବିଷ୍ଣୋଇ ଗ୍ୟାଙ୍ଗର ନେଟୱାର୍କ ପରିଚାଳନା କରୁଥିଲା। ସେ ସେଠାରେ ଥାଇ ବିଷ୍ଣୋଇ ଗ୍ୟାଙ୍ଗର ସୁଟର ଏବଂ ଗ୍ରାଉଣ୍ଡ ଅପରେଟିଭଙ୍କୁ ନିର୍ଦ୍ଦେଶ ଦେଉଥିଲା, ସେମାନଙ୍କୁ ସ୍ଥାନ ଏବଂ ଲଜିଷ୍ଟିକ୍ ସହାୟତା ଯୋଗାଇ ଦେଉଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅନମୋଲ ବିଦେଶରେ ରହି ଭାରତରେ ଟଙ୍କା ଆଦାୟ କରୁଥିଲା। ଏହା କରିବା ପାଇଁ, ସେ ଅନ୍ୟ ଗ୍ୟାଙ୍ଗଷ୍ଟରଙ୍କ ସାହାଯ୍ୟ ନେଇଥିଲା ।
ଆହୁରି ପଢନ୍ତୁ : ରାହୁଲଙ୍କୁ ବଡ଼ ଝଟକା: ୨୭୨ ବିଚାରପତି ଏବଂ ବ୍ୟୁରୋକ୍ରାଟ ନିର୍ବାଚନ କମିସନଙ୍କୁ ସମର୍ଥନ କରି କଂଗ୍ରେସ ବିରୋଧରେ ଅଭିଯୋଗ କଲେ
Follow Us