ମୋଦୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ରକ୍ତରେ ଲେଖିଲେ ଚିଠି

ବିପିଏସସି ପ୍ରାର୍ଥୀ ବିହାରର ଲୋକସେବା ଆୟୋଗର ୭୦ତମ ପିଟି ପରୀକ୍ଷାକୁ ସମସ୍ତ ପରୀକ୍ଷା କେନ୍ଦ୍ରରେ ବାତିଲ କରିବାକୁ ଦାବି କରି ଆସୁଛନ୍ତି। ରେହମାନ ଗୁରୁ ମୋଦୀଙ୍କ ପାଖକୁ ରକ୍ତରେ ଲେଖିଛନ୍ତି ଚିଠି।

ଅଦ୍ୟତନ ହୋଇଛି
fsdg


ନୂଆଦିଲ୍ଲୀ: ବିହାରର ବିପିଏସସି ପ୍ରାର୍ଥୀଙ୍କ ଆନ୍ଦୋଳନ ଏପର୍ଯ୍ୟନ୍ତ ଥମିବାର ନାମ ନେଉ ନାହିଁ। ବିପିଏସସି ପ୍ରାର୍ଥୀ ବିହାରର ଲୋକସେବା ଆୟୋଗର ୭୦ତମ ପିଟି ପରୀକ୍ଷା ବାତିଲ କରିବା ଦାବିରେ ଅଟଳ ରହିଛନ୍ତି। ଏହି ପ୍ରାର୍ଥୀମାନେ ପାଟନାର ଗର୍ଦନିବାଗରେ ପ୍ରତିବାଦ ଜାରି ରଖିଛନ୍ତି। 

ଏହି କ୍ରମରେ ରେହମାନ ଗୁରୁ ବିପିଏସସି ପ୍ରାର୍ଥୀଙ୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚିଠି ଲେଖିଛନ୍ତି। ଗୁରୁ ରେହମାନ ଏହି ଚିଠିଟିକୁ ତାଙ୍କ ରକ୍ତରେ ଲେଖିଛନ୍ତି।

ଅଧିକପଢ଼ନ୍ତୁ:ସୈଫଙ୍କ ସହିତ ବିତାଇଥିବା ସେହି ୫ମିନିଟ ଥିଲା ଏପରି

ଗୁରୁ ରେହମାନ କହିଛନ୍ତି, ବିପିଏସସିର ୭୦ତମ ପରୀକ୍ଷାରେ ଯେଉଁଭଳି ଭାବେ ବାପୁ ପରୀକ୍ଷା କେନ୍ଦ୍ରରେ ଆସୁବିଧା ହୋଇଛି ମୁଁ ସେହି ପ୍ରସଙ୍ଗ ଉଠାଇଛି। ମୁଁ ଯେତେବେଳେ ପିଲାମାନଙ୍କ ମନରେ ସନ୍ଦେହ ଉଠେ ଯେ କିଛି ଭୁଲ ହୋଇଛି, ତେବେ ଏପରି ପରିସ୍ଥିତିରେ ଏକ ଗଣତାନ୍ତ୍ରିକ ଦେଶଠାରୁ ଆଶା କରାଯାଏ ଯେ  ପିଲାମାନଙ୍କ ଦାବିକୁ ଗ୍ରହଣ କରିବା ଉଚିତ।

ଅଧିକପଢ଼ନ୍ତୁ:ଏମପିଭି-୨୦ ପାହାଡ଼ ନିକଟରୁ ପ୍ରେମୀଯୁଗଳଙ୍କ ଶବ ଉଦ୍ଧାର, ୩ଦିନ ହେଲା ନିଖୋଜ ଥିଲେ

ଆମର ପିଲାମାନେ ୩୪ ଦିନ ଧରି ଶୀତ କାକର ଓ ଭୋକ  ଶୋଷରେ ଅଛନ୍ତି କିନ୍ତୁ ସେମାନଙ୍କ ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି। ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ବିହାର ଲୋକସେବା ଆୟୋଗର ଅଧ୍ୟକ୍ଷଙ୍କୁ ରକ୍ତରେ ଏକ ଚିଠି ଲେଖିଛି। ଏଥିରେ ଦାବି କରାଯାଇଛି ପିଲାମାନଙ୍କ ଦାବି ପ୍ରତି ଧ୍ୟାନ ଦିଆଯାଉ ଏବଂ  ପରୀକ୍ଷାକୁ ବାତିଲ କରାଯାଉ।

ସୂଚନାଯୋଗ୍ୟ, ବିହାର ଲୋକସେବା ଆୟୋଗ ବାପୁ ପରୀକ୍ଷା କେନ୍ଦ୍ରରେ ବାତିଲ ହୋଇଥିବା ପରୀକ୍ଷାକୁ ପୁନଃ ପରିଚାଳନା କରିଛି କିନ୍ତୁ ପ୍ରତିବାଦକାରୀ ପ୍ରାର୍ଥୀମାନେ ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଥିବା ପରୀକ୍ଷାକୁ ବାତିଲ କରିବାକୁ ଦାବି କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe