ଜମ୍ମୁର କାଠୁଆରେ ବାଦଲ ଫଟା ବର୍ଷା: ୪ ମୃତ, ୬ ଆହତ

ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଅନେକ ଘର ପୋତି ହୋଇଯାଇଛି ଏବଂ ଜମ୍ମୁ-ପଠାନକୋଟ ଜାତୀୟ ରାଜପଥର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି...

Heavy rain in Jammu's Koodua: 4 dead, 6 injured

Heavy rain in Jammu's Koodua: 4 dead, 6 injured Photograph: (sambad.in)

ଶ୍ରୀନଗର: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଅନେକ ଘର ପୋତି ହୋଇଯାଇଛି ଏବଂ ଜମ୍ମୁ-ପଠାନକୋଟ ଜାତୀୟ ରାଜପଥର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁ ଏବଂ କଶ୍ମୀରର କଠୁଆ ଜିଲ୍ଲାର ଏକ ଦୁର୍ଗମ ଗାଁରେ ବାଦଲ ଫଟା ବର୍ଷାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ରବିବାର ଦିନ ଅଧିକାରୀମାନେ କହିଛନ୍ତି।

କିସ୍ତୱାରରେ ବାଦଲ ଫଟା ବର୍ଷା ଯୋଗୁ ହୋଇଥିବା ବିପର୍ଯ୍ୟୟର ମାତ୍ର କିଛି ଦିନ ପରେ, ଏବେ କାଠୁଆରେ  ଏଭଳି ଘଟଣା ଘଟିଛି। ରବିବାର କାଠୁଆ ଜିଲ୍ଲାର ଯୋଡ଼ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ଘର ଭାଙ୍ଗିରୁଜି ଯାଇଛି।

ସୂଚନା ଅନୁଯାୟୀ, କାଠୁଆର ସୋଫେନରେ ଥିବା ଗୁଜ୍ଜର କଲୋନୀ ଉପରେ ମାଟି ଅତଡ଼ା ଖସି ପଡ଼ିଛି। ଏଥିରେ ଚାରୋଟି ଘର ପୋତି ହୋଇଯାଇଛି। ରାସ୍ତାର ୮୦ ପ୍ରତିଶତ ଅଂଶ ବନ୍ୟାଜଳ‌ରେ  ଧୋଇ ହୋଇଯାଇଛି। ଏହି ଘଟଣା ରାତି ପ୍ରାୟ ୨ ରୁ ୩ ଟା ସମୟରେ ଘଟିଛି। ବାଦଲ ଫଟା ବର୍ଷା ଯୋଗୁ କାଠୁଆରେ ରେକର୍ଡ  ବର୍ଷା ହୋଇଛି।

ଏପର୍ଯ୍ୟନ୍ତ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଛଅ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  କାଠୁଆ ଥାନା ଅଞ୍ଚଳର ବାଗର ଏବଂ ଚାଙ୍ଗଡା ଗ୍ରାମ ଏବଂ ଲଖନପୁର ଥାନା ଅଞ୍ଚଳର ଦିଲୱାନ-ହୁଟଲିରେ ମଧ୍ୟ ଭୂସ୍ଖଳନ ହୋଇଛି, କିନ୍ତୁ କୌଣସି ବଡ଼ କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।

ଅଧିକ ପଢ଼ନ୍ତୁ:ଦେଶ ବିଭାଜନ ପାଇଁ କଂଗ୍ରେସ-ଜିନ୍ନା-ମାଉଣ୍ଟବେଟେନ ଦାୟୀ:ନୂଆ ଏନସିଇଆରଟି ମଡ୍ୟୁଲ୍‌କୁ ବିଜେପିର ସମର୍ଥନ

ଅଧିକାରୀମାନେ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ଜଳଭଣ୍ଡାରର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଉଝ ନଦୀରେ ଜଳ ବିପଦ ସଙ୍କେତରେ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସୁରକ୍ଷା ପାଇଁ ଲୋକମାନଙ୍କୁ ଜଳଭଣ୍ଡାରଠାରୁ ଦୂରରେ ରହିବାକୁ ଅନୁରୋଧ କରିଛି। ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଅଧିକ ପଢ଼ନ୍ତୁ:‘ଭାରତ ମାତା କି ଜୟ’ ସ୍ଲୋଗାନ ସହିତ ଶୁଭାଂଶୁ ଶୁକ୍ଲାଙ୍କୁ ଭବ୍ୟ ସ୍ବାଗତ; ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ଆକ୍ସିଅମ୍-୪ ମହାକାଶ ମିସନର ପାଇଲଟ୍

 kathua | Jammu & Kashmir | cloudburst

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe