Heavy rain in Jammu's Koodua: 4 dead, 6 injured Photograph: (sambad.in)
ଶ୍ରୀନଗର: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁ ପ୍ରବଳ କ୍ଷୟକ୍ଷତି ହୋଇଛି। ଅନେକ ଘର ପୋତି ହୋଇଯାଇଛି ଏବଂ ଜମ୍ମୁ-ପଠାନକୋଟ ଜାତୀୟ ରାଜପଥର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଜମ୍ମୁ ଏବଂ କଶ୍ମୀରର କଠୁଆ ଜିଲ୍ଲାର ଏକ ଦୁର୍ଗମ ଗାଁରେ ବାଦଲ ଫଟା ବର୍ଷାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୬ ଜଣ ଆହତ ହୋଇଥିବା ରବିବାର ଦିନ ଅଧିକାରୀମାନେ କହିଛନ୍ତି।
କିସ୍ତୱାରରେ ବାଦଲ ଫଟା ବର୍ଷା ଯୋଗୁ ହୋଇଥିବା ବିପର୍ଯ୍ୟୟର ମାତ୍ର କିଛି ଦିନ ପରେ, ଏବେ କାଠୁଆରେ ଏଭଳି ଘଟଣା ଘଟିଛି। ରବିବାର କାଠୁଆ ଜିଲ୍ଲାର ଯୋଡ଼ ଅଞ୍ଚଳରେ ବାଦଲ ଫଟା ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ଘର ଭାଙ୍ଗିରୁଜି ଯାଇଛି।
ଅଧିକ ପଢ଼ନ୍ତୁ:ଦେଶ ବିଭାଜନ ପାଇଁ କଂଗ୍ରେସ-ଜିନ୍ନା-ମାଉଣ୍ଟବେଟେନ ଦାୟୀ:ନୂଆ ଏନସିଇଆରଟି ମଡ୍ୟୁଲ୍କୁ ବିଜେପିର ସମର୍ଥନ
ଅଧିକାରୀମାନେ କହିଛନ୍ତି ଯେ, ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ଜଳଭଣ୍ଡାରର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି ଏବଂ ଉଝ ନଦୀରେ ଜଳ ବିପଦ ସଙ୍କେତରେ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସୁରକ୍ଷା ପାଇଁ ଲୋକମାନଙ୍କୁ ଜଳଭଣ୍ଡାରଠାରୁ ଦୂରରେ ରହିବାକୁ ଅନୁରୋଧ କରିଛି। ଉଦ୍ଧାର କାର୍ଯ୍ୟ ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
kathua | Jammu & Kashmir | cloudburst
Follow Us