ଚେନ୍ନାଇ: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦିତ୍ୱାହ’ ଆଜି ସନ୍ଧ୍ୟାରେ ତାମିଲନାଡୁ ଓ ପୁଡୁଚେରୀ ତଟରେ ପହଞ୍ଚିବା ସହ ସମଗ୍ର ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଛି। ଘଣ୍ଟାକୁ ୬୦-୭୦ କିଲୋମିଟର ବେଗର ପବନ ସହ ଲଗାଣ ବର୍ଷା ଜଟିଳ ସ୍ଥିତି ସୃଷ୍ଟି କରିଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତାକାଲି ମଧ୍ୟ ଚେନ୍ନାଇ, କୁଡ଼ଲୁର୍, ଭିଲୁପୁରମ୍, ନାଗାପଟ୍ଟିନମ୍, ଥଞ୍ଜାଭୂର, ତିରୁଭାରୁର୍, ମୟିଲାଦୁଥୁରାଇ, ରାମନାଥପୁରମ୍, ପୁଦୁକ୍କୋଟ୍ଟାଇ ଓ ତୁତିକୁଡ଼ିରେ ଅତି ପ୍ରବଳ ବର୍ଷା ଲାଗି ରହିଛି। ଏହି ୧୦ଟି ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି ଏବଂ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୨୫ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଏସବୁ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି ହୋଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ବର୍ଷାଜନିତ କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଥଞ୍ଜାଭୁର୍ ଓ ତୁତିକୁଡ଼ିରେ ଦୁଇଜଣ ଘର ଭୁଶୁଡ଼ି ପଡ଼ିବାରୁ ପ୍ରାଣ ହରାଇଥିବା ବେଳେ ମୟିଲାଦୁଥୁରାଇରେ ଜଣେ ୨୦ ବର୍ଷୀୟ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ପ୍ରାୟ ୨ ଶହ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ୫୭,୦୦୦ ହେକ୍ଟର ଧାନ ଖେତ ନଷ୍ଟ ହୋଇଛି। ଚେନ୍ନାଇର ଅନେକ ରାସ୍ତା ଓ ନିମ୍ନାଞ୍ଚଳ ଜଳମଗ୍ନ ହେବାରୁ ସାଂଘାତିକ ସ୍ଥିତି ଉପୁଜିଛି। ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ରହିଛି। ୬,୦୦୦ରୁ ଅଧିକ ଆଶ୍ରୟ ଶିବିର ଖୋଲାଯାଇଛି। ଏନ୍ଡିଆରଏଫ୍ର ୫ଟି ଦଳ (୧୫୦ ଜଣ) ଚେନ୍ନାଇ ଓ ଭିଲୁପୁରମ୍୍ରେ ମୁତୟନ ହୋଇଛନ୍ତି। ଚେନ୍ନାଇ ବିମାନବନ୍ଦରରୁ ୪୭ଟି ବିମାନ (୩୬ ଘରୋଇ, ୧୧ ଆନ୍ତର୍ଜାତୀୟ) ରଦ୍ଦ ହୋଇଥିବା ବେଳେ ଦକ୍ଷିଣ ରେଲୱେ ନିୟନ୍ତ୍ରଣ କକ୍ଷ ଖୋଲି ଯାତ୍ରୀଙ୍କ ପାଇଁ ଜରୁରୀ ସେବା ଜାରି ରଖିଛି।
Nabarangpur: ନବରଂଗପୁରରେ ୫୫ ପ୍ରତିଶତ ମା’ ରକ୍ତହୀନତାର ଶିକାର
ଶ୍ରୀଲଙ୍କାରୁ ୪୦୦ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ; ମୃତ୍ୟୁ ସଂଖ୍ୟା ୩୩୪ ଛୁଇଁଲା, ୮ ଲକ୍ଷରୁ ଅଧିକ ବିସ୍ଥାପିତ
ଚେନ୍ନାଇ: ଶ୍ରୀଲଙ୍କାରେ ବାତ୍ୟା ଦିତ୍ୱାହର ଧ୍ୱଂସଲୀଳା ସବୁ ଅଂଚଳରେ ଦେଖିବାକୁ ମଳିଛି। ଆଜି ସନ୍ଧ୍ୟା ସୁଦ୍ଧା ମୃତ୍ୟୁସଂଖ୍ୟା ୩୩୪ ଛୁଇଁଛି ଏବଂ ୪୦୦ରୁ ଅଧିକ ନିଖୋଜ ଅଛନ୍ତି। ୮ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା ବେଳେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଶ୍ରୀଲଙ୍କାରେ ଫସିଥିବା ୪ ଶହ ଭାରତୀୟଙ୍କୁ ଆଜି ସୁରକ୍ଷିତ ଉଦ୍ଧାର କରି ସ୍ବଦେଶ ଅଣାଯାଇଛି। ଭାରତର ‘ଅପରେସନ୍ ସାଗର ବନ୍ଧୁ’ ବାତ୍ୟା ବିଧ୍ବସ୍ତ ଶ୍ରୀଲଙ୍କା ପାଇଁ ବହୁତ ବଡ଼ ସାହାରା ପାଲଟିଛି। ୩୦ରୁ ଅଧିକ ଏନ୍ଡିଆର୍ଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ଅହରହ ନିୟୋଜିତ ଅଛନ୍ତି। ୨୭ ଟନ୍ ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଶ୍ରୀଲଙ୍କାକୁ ପଠାଯାଇଛି। ନୌସେନା ଓ ଏନ୍ଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।
Elon Musk on H-1B Visa: ପ୍ରତିଭାବାନ ଭାରତୀୟଙ୍କ ଦ୍ୱାରା ଆମେରିକା ବହୁତ ଲାଭବାନ ହୋଇଛି : ମସ୍କ୍
ମୃତ୍ୟୁ ସଂଖ୍ୟା ୩୩୪ ଛୁଇଁଲା
୮ ଲକ୍ଷରୁ ଅଧିକ ବିସ୍ଥାପିତ
ଅନ୍ୟପକ୍ଷରେ ଭାରତରେ ଆଜି ବାତ୍ୟା ଦିତ୍ୱାହର ବିଶେଷ ପ୍ରଭାବ ଦକ୍ଷିଣରେ ଦେଖିବାକୁ ମିଳିଛି। ପୁଡୁଚେରୀରେ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଆନ୍ଧ୍ରପ୍ରଦେଶର ନେଲ୍ଲୋର, ତିରୁପତି, ଚିତ୍ତୁର ଓ ପ୍ରକାଶମ୍ ଜିଲ୍ଲାରେ ବାତ୍ୟାର ବିଶେଷ ପ୍ରକୋପ ଦେଖିବାକୁ ମିଳିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ୩ ଡିସେମ୍ବର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସ୍କୁଲ୍ ବନ୍ଦ ରହିଛି ଏବଂ ରାଜ୍ୟ ସରକାର ୫୦୦ରୁ ଅଧିକ ଆଶ୍ରୟଶିବିର ପ୍ରସ୍ତୁତ ରଖିଛନ୍ତି। କେରଳର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। କର୍ଣ୍ଣାଟକର ବେଙ୍ଗାଲୁରୁ ଓ ଉପକୂଳ ଅଞ୍ଚଳରେ ଆଲର୍ଟ ଜାରି ହୋଇଛି। କୌଣସି ଗୁରୁତର କ୍ଷତି ରିପୋର୍ଟ ହୋଇନାହିଁ।
Tamil Nadu | Cyclone
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/01/adgdgddgzvc-2025-12-01-02-49-00.jpg)