ଢାକା: ବାଂଲାଦେଶରେ ଈଶ୍ବର ନିନ୍ଦା ଭଳି  ମିଥ୍ୟ ଅଭିଯୋଗରେ ଦୁଇ ଦିନ ତଳେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କ ବର୍ବର ହତ୍ୟା ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି।  ଝେନାଇଦାହ ଜିଲ୍ଲାରେ   ଜଣେ ହିନ୍ଦୁ ରିକ୍ସା ଚାଳକଙ୍କୁ ଉଗ୍ର ଜନତା ଆକ୍ରମଣ କରିଛନ୍ତି। ଏହି ଘଟଣା ଦେଶରେ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣକୁ ନେଇ ଉଦ୍‌ବେଗ ବଢ଼ାଇଛି। ଇସ୍‌ଲାମିକ ଚରମପନ୍ଥୀ ଗୋଷ୍ଠୀମାନେ ଭାରତ ବିରୋଧୀ ଆଭିମୁଖ୍ୟକୁ ଉସୁକାଉଥିବାରୁ ସଂଖ୍ୟାଲଘୁ ହିନ୍ଦୁମାନେ ଆତଙ୍କିତ ହୋଇ ରହିଛନ୍ତି। ପୀଡ଼ିତଙ୍କ ନାମ ଗୋବିନ୍ଦ ବିଶ୍ୱାସ ‌ଏବଂ ସେ ଜଣେ ରିକ୍ସା ଚାଳକ ବୋଲି ପୁଲିସ ସ୍ପଷ୍ଟ କରିଛି। ତାଙ୍କ ହାତରେ ‘ଲାଲ ଧାଗା’   ଦେଖି କିଛି ଲୋକ ତାଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ ଏଜେଣ୍ଟ ବୋଲି ଅଭିଯୋଗ କରିଥିଲେ ଏବଂ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରିଥିଲେ।

Advertisment

Cricket: କ୍ରିକେଟ୍‌ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ

ଏହାପରେ ଉତ୍ତ୍ୟକ୍ତ ଜନତା ଏକାଠି ହୋଇ ତାଙ୍କୁ ନିର୍ମମ ପ୍ରହାର କରିଥିଲେ। ଗୋବିନ୍ଦ ବାରମ୍ବାର କହିଥିଲେ ଯେ ସେ କେବଳ ଜଣେ ରିକ୍ସା ଚାଳକ, କିନ୍ତୁ କେହି ଶୁଣିନଥିଲେ। ସେ ଗୁରୁତର ଆହତ ହୋଇଛନ୍ତି ଏବଂ ଚିକିତ୍ସାଧୀନ ଅଛନ୍ତି। ପୁଲିସ ମଧ୍ୟ ଗୁଇନ୍ଦା ଏଜେଣ୍ଟ୍‌ ସନ୍ଦେହରେ ତାଙ୍କ ଫୋନ୍ ରେକର୍ଡ ଯାଞ୍ଚ କରିଥିଲା।

NIA : ଜମ୍ମୁ ଏନଆଇଏ କାର୍ଯ୍ୟାଳୟ ନିକଟରୁ ମିଳିଲା ରାଇଫଲର ଟେଲିସ୍କୋପ୍

ଏହି ଘଟଣା  ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟା ପରେ ଘଟିଛି ଏବଂ ଏହା ବାଂଲାଦେଶରେ ଚରମପନ୍ଥୀଙ୍କ ଦ୍ବାରା ହିନ୍ଦୁ ବିରୋଧୀ ମାନସିକତାକୁ ପ୍ରତିଫଳିତ କରୁଛି।    ଭାରତ ସରକାର ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଦୀପୁଙ୍କ ହତ୍ୟାର ଦୋଷୀମାନଙ୍କୁ ଦଣ୍ଡ ଦେବାକୁ କହିଛନ୍ତି। ବାଂଲାଦେଶରେ  ହିନ୍ଦୁମାନଙ୍କ ଉପରେ ଏଭଳି ଆକ୍ରମଣ  ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ସୃଷ୍ଟି କରିଛି।