ନୂଆଦିଲ୍ଲୀ: ବସନ୍ତ ପଞ୍ଚମୀ ଅବସରରେ ଶୁକ୍ରବାର ମଧ୍ୟପ୍ରଦେଶର ଧାର ଜିଲ୍ଲାର ବିବାଦୀୟ ଭୋଜଶାଳା-କମଲ ମୌଲା ମସଜିଦରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହିନ୍ଦୁମାନଙ୍କ ପୂଜା-ପ୍ରାର୍ଥନା ପାଇଁ ସୁପ୍ରିମ୍କୋର୍ଟ ଅନୁମତି ଦେଇଛନ୍ତି। ମୁସଲମାନଙ୍କୁ ବି ଏଠାରେ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଛି। ପୂର୍ବ ଦିନ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଉକ୍ତ ସ୍ଥାନରେ ନମାଜ ପାଠ କରିବାକୁ ଆସୁଥିବା ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ତାଲିକା ଜିଲ୍ଲା ପ୍ରଶାସନରେ ଦାଖଲ କରାଯାଉ।
Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ
ଜାନୁଆରି ୨୩ ତାରିଖ ଶୁକ୍ରବାର ବସନ୍ତ ପଞ୍ଚମୀରେ ସରସ୍ୱତୀ ପୂଜା ପାଳନ କରାଯିବା ସମୟରେ ହିନ୍ଦୁ ଓ ମୁସଲମାନ ସଂଗଠନଗୁଡ଼ିକ ଦୀର୍ଘ ଦିନ ଧରି ବିବାଦୀୟ ଥିବା ଭୋଜଶାଳା କମ୍ପ୍ଲେକ୍ସରେ ପ୍ରାର୍ଥନା ପାଇଁ ଅନୁମତି ମାଗିଥିଲେ। ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ପକ୍ଷଙ୍କୁ ପାରସ୍ପରିକ ସମ୍ମାନ ବଜାୟ ରଖି ପୂଜା-ପ୍ରାର୍ଥନା କରିବାକୁ ଅନୁମତି ଦେବା ସହ ଆଇନଶୃଙ୍ଖଳା ବଜାୟ ରଖିବାରେ ରାଜ୍ୟ ତଥା ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ କହିଛନ୍ତି। ହିନ୍ଦୁମାନେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ଦ୍ୱାରା ସଂରକ୍ଷିତ ୧୧ଶ ଶତାବ୍ଦୀର ସ୍ମାରକୀ ଭୋଜଶାଳାକୁ ବାଗ୍ଦେବୀ (ସରସ୍ୱତୀ)ଙ୍କ ମନ୍ଦିର ବୋଲି ବିବେଚନା କରନ୍ତି, ଯେତେବେଳେ କି ମୁସଲମାନ ସମ୍ପ୍ରଦାୟ ଏହାକୁ କମଲ ମୌଲା ମସଜିଦ ବୋଲି କୁହନ୍ତି। ଏହି ବିବାଦ ୧୯୯୦ ଦଶକ ପ୍ରାରମ୍ଭରୁ ଆରମ୍ଭ ହୋଇଥିଲା। ୧୯୯୭ ମସିହାରେ, ତତ୍କାଳୀନ କଂଗ୍ରେସ ସରକାର ସାଧାରଣ ନାଗରିକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ସହ ଭୋଜଶାଳା ଗମ୍ବୁଜର ମଧ୍ୟଭାଗରେ ମୁସଲମାନମାନଙ୍କୁ ନମାଜ ପଢ଼ିବାକୁ ଅନୁମତି ଦେଇଥିଲେ। ଏହି ଉତ୍ତେଜନା ମଧ୍ୟରେ, ଏପ୍ରିଲ ୭, ୨୦୦୩ରେ ଏଏସ୍ଆଇ ଦ୍ୱାରା ଏକ ବ୍ୟବସ୍ଥା କରାଯାଇଥିଲା, ଯେଉଁଥିରେ ହିନ୍ଦୁମାନେ ମଙ୍ଗଳବାର ଭୋଜଶାଳାରେ ପୂଜା କରିପାରିବେ ଏବଂ ମୁସଲମାନମାନେ ଶୁକ୍ରବାର କମ୍ପ୍ଲେକ୍ସରେ ନମାଜ ପାଠ କରିପାରିବେ।
ବିବାଦୀୟ ଭୋଜଶାଳା-କମଲ ମୌଲା ମସଜିଦ
ଏହି ସଂରଚନାକୁ ପ୍ରଥମେ ୧୯୦୯ ମସିହାରେ ପୂର୍ବ ଧାର (ଧାରା) ରାଜ୍ୟ ଦ୍ୱାରା ସଂରକ୍ଷିତ ଘୋଷଣା କରାଯାଇଥିଲା। ତା’ପରେ ୧୯୫୧ ମସିହାରେ ପ୍ରାଚୀନ ଓ ଐତିହାସିକ ସ୍ମାରକୀ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଓ ଅବଶିଷ୍ଟାଂଶ (ଜାତୀୟ ଗୁରୁତ୍ୱପୂର୍ଣ୍ଣ ଘୋଷଣା) ଅଧିନିୟମ, ୧୯୫୧ ଅନୁଯାୟୀ ଏହି କମ୍ପ୍ଲେକ୍ସକୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ ଭାବରେ ଘୋଷଣା କରାଯାଇଥିଲା। ବର୍ତ୍ତମାନ, ଏହା ପ୍ରାଚୀନ ସ୍ମାରକୀ ଓ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଏବଂ ଅବଶିଷ୍ଟାଂଶ ଅଧିନିୟମ, ୧୯୫୮ ଅନୁଯାୟୀ ଏଏସ୍ଆଇ ଦ୍ୱାରା ସଂରକ୍ଷିତ। ଏହି ଆଇନ ଅଧୀନରେ ଥିବା ସ୍ମାରକୀଗୁଡ଼ିକ ୧୯୯୧ ଅଧିନିୟମର ଅନ୍ତର୍ଭୁକ୍ତ ନୁହେଁ। ମେ ୨୦୨୨ରେ ହିନ୍ଦୁ ଫ୍ରଣ୍ଟ ଫର୍ ଜଷ୍ଟିସ୍ ନମାଜ ପାଠ କରିବା ଏବଂ ଏଏସ୍ଆଇର ୨୦୦୩ ଆଦେଶ ବିରୋଧରେ ଏକ ପିଟିସନ୍ ଦାଖଲ କରିଥିଲା ଯାହା ହିନ୍ଦୁମାନଙ୍କୁ ସେଠାରେ ଦୈନିକ ପୂଜା କରିବାକୁ ବାରଣ କରିଥିଲା। ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠ ପାଞ୍ଚଜଣିଆ କମିଟି ଅଧୀନରେ କମ୍ପ୍ଲେକ୍ସର ବୈଜ୍ଞାନିକ ସର୍ଭେ କରିବାକୁ ଏବଂ ଛଅ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
Horticulture: ବଦଳିଲା ଉଦ୍ୟାନ ବିଭାଗ ଉଜୁଡ଼ା କ୍ଷେତର ରୂପ
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାର୍ଚ୍ଚ ୨୨ରୁ ଜୁନ୍ ୩୦ ମଧ୍ୟରେ ୧୪ ସପ୍ତାହ ଧରି ଏଏସ୍ଆଇ ଏକ ସର୍ଭେ କରିଥିଲା ଏବଂ କହିଥିଲା ଯେ ବିଦ୍ୟମାନ ସଂରଚନା ଏକାଦଶ ଶତାବ୍ଦୀରେ ପୂର୍ବ ସ୍ମାରକୀର ମୂଳଦୁଆ ଉପରେ ନିର୍ମିତ ହୋଇଥିଲା। ଏଏସ୍ଆଇ ଏହା ମଧ୍ୟ କହିଛି ଯେ, ଏହାକୁ ଖୋଳିବା ସମୟରେ ମୂଳ ବାସାଲ୍ଟ (ଆଗ୍ନେୟ ଶିଳା) ସଂରଚନା ମିଳିଥିଲା। ଯଦିଓ ଅଧିକାଂଶ ସୁପରଷ୍ଟ୍ରକ୍ଚର ଚୂନ ପଥରରେ ତିଆରି, କିନ୍ତୁ ପୂର୍ବ ବାସାଲ୍ଟ ସଂରଚନାର କିଛି ଅଂଶ ଏବଂ ମାର୍ବଲର ଗୋଟିଏ ସ୍ତମ୍ଭ ଆଧାର ମଧ୍ୟ ପୁନଃ ବ୍ୟବହାର କରାଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହି ରିପୋର୍ଟରେ ବାସାଲ୍ଟ, ମାର୍ବଲ, ସିଷ୍ଟ, ନରମ ପଥର, ବାଲୁକା ପଥର ଓ ଚୂନ ପଥରରେ ନିର୍ମିତ ଅନେକ ଚିତ୍ର ଓ ମୂର୍ତ୍ତି ବିଷୟରେ ଉଲ୍ଲେଖ କରାଯାଇଛି। ୧୫୦ ପୃଷ୍ଠାର ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ଖୋଦନ ସମୟରେ ୯୪ଟି ଶାସ୍ତ୍ର, ୧୦୬ଟି ସ୍ତମ୍ଭ, ୮୨ଟି ଆୟତାକାର ସ୍ତମ୍ଭ, ୩୧ଟି ପ୍ରାଚୀନ ମୁଦ୍ରା, ୧୫୦ଟି ଶିଳାଲେଖ ମିଳିଛି। ଏଥି ସହ ଗଣେଶ, ସରସ୍ବତୀ, ନରସିଂହ ଓ ଭୈରବଙ୍କ ଚିତ୍ର ରହିଛି। ରିପୋର୍ଟରେ ଏହା ମଧ୍ୟ ସୂଚାଇ ଦିଆଯାଇଛି ଯେ ଏହା ଦେବୀ ସରସ୍ୱତୀଙ୍କୁ ଉତ୍ସର୍ଗୀକୃତ ଏକ ମନ୍ଦିର ହୋଇଥାଇପାରେ, ଯାହା ଅନେକ ହିନ୍ଦୁଙ୍କ ବିଶ୍ୱାସ। ଏକ ହିନ୍ଦୁ ମନ୍ଦିର ଉପରେ ମସଜିଦ ନିର୍ମାଣ କରାଯାଇଥିବାର ସବୁ ପ୍ରମାଣ ଅଛି ବୋଲି ରିପୋର୍ଟରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/21/supreme-court-2025-11-21-02-22-36.jpg)