Ram Mandir: ରାମମନ୍ଦିରରେ ଧ୍ବଜାରୋହଣ ଶହ ଶହ ବର୍ଷର କ୍ଷତ ଭଲ ହେଉଛି

ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆଜି ଧ୍ବଜାରୋହଣ ହୋଇଛି। ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଶିଖରରେ ଧର୍ମ ଧ୍ବଜା ଉଡ଼ାଇଛନ୍ତି। ଧ୍ୱଜାରୋହଣ.....

Untitled-5

ନୂଆଦିଲ୍ଲୀ: ଅଯୋଧ୍ୟାର ଭବ୍ୟ ରାମମନ୍ଦିରରେ ଆଜି ଧ୍ବଜାରୋହଣ ହୋଇଛି। ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଶିଖରରେ ଧର୍ମ ଧ୍ବଜା ଉଡ଼ାଇଛନ୍ତି। ଧ୍ୱଜାରୋହଣ ଉତ୍ସବକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କରିଛନ୍ତି। ସେ କହିଛନ୍ତି ଶହ ଶହ ବର୍ଷର କ୍ଷତ ଓ ଯନ୍ତ୍ରଣା ଶେଷରେ ଉପଶମ ହେଉଛି। ଆଜି ସମଗ୍ର ଭାରତ ଓ ବିଶ୍ୱ ରାମ-ମୟ। ପ୍ରତ୍ୟେକ ରାମଭକ୍ତଙ୍କ ହୃଦୟରେ ଅସାଧାରଣ ସନ୍ତୋଷ ଓ ଅସୀମ କୃତଜ୍ଞତା ଭରି ରହିଛି। ୨୦୧୯ ଅଯୋଧ୍ୟା ରାୟର ଛଅ ବର୍ଷ ପରେ ମନ୍ଦିର ପରିସରର ଆନୁଷ୍ଠାନିକ ସମାପ୍ତିକୁ ଚିହ୍ନିତ କରୁଥିବା ମନ୍ଦିର ଉପରେ ଗେରୁଆ ପତାକା ଉତ୍ତୋଳନ କରିବା ପରେ ମୋଦୀ ଏହା କହିଛନ୍ତି।

Supreme Court: ଖ୍ରୀଷ୍ଟିଆନ ଅଧିକାରୀଙ୍କ ବରଖାସ୍ତକୁ କାଏମ୍ ରଖିଲେ ସୁପ୍ରିମ୍‌କୋର୍ଟ

ଧ୍ବଜାରୋହଣ ପରେ ମୋଦୀ କହିଥିଲେ, ଶହ ଶହ ବର୍ଷର କ୍ଷତ ଭଲ ହେଉଛି। ଶତାବ୍ଦୀ ଶତାବ୍ଦୀର କଷ୍ଟ ଆଜି ଶେଷ ହେଉଛି। ଶତାବ୍ଦୀ ଶତାବ୍ଦୀର ସଂକଳ୍ପ ଆଜି ପୂରଣ ହେଉଛି। ଆଜି ସେହି ବଳିଦାନର ସୁଫଳ ମିଳିଛି, ଯାହାର ଅଗ୍ନି ୫୦୦ ବର୍ଷ ଧରି ପ୍ରଜ୍ଜ୍ୱଳିତ ହେଉଥିଲା। ସେହି ବଳିଦାନ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ବିଶ୍ୱାସରୁ ବିଚ୍ୟୁତ ହୋଇ ନ ଥିଲା ବୋଲି ମୋଦୀ କହିଛନ୍ତି। ୨୨ ଫୁଟ ଲମ୍ବା ଓ ୧୧ ଫୁଟ ଚଉଡ଼ା ଗେରୁଆ ପତାକାରେ ସୂର୍ଯ୍ୟଙ୍କ ଛବି ରହିଛି, ଯାହା ଭଗବାନ ରାମଙ୍କ ବଂଶ ସୂର୍ଯ୍ୟବଂଶକୁ ସୂଚିତ କରେ। ଏଥିରେ ମଧ୍ୟ ପବିତ୍ର ଓମ୍ ଓ କୋବିଦାର ବୃକ୍ଷର ଚିତ୍ର ଅଛି, ଯାହାକୁ ରାମରାଜ୍ୟର ରାଜ୍ୟ-ବୃକ୍ଷର ମାନ୍ୟତା ଦିଆଯାଏ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ପବିତ୍ର ପତାକା ‘ମିଥ୍ୟା ଉପରେ ସତ୍ୟର ଚରମ ବିଜୟ’ର ପ୍ରତୀକ। ଏହି ପତାକା ଏକ ସଂକଳ୍ପ, ଏକ ବିଜୟ ଓ ସଂଘର୍ଷର କାହାଣୀକୁ ଦର୍ଶାଉଛି। ଆଗାମୀ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଏହା ଭଗବାନ ରାମଙ୍କ ମୂଲ୍ୟବୋଧର ଉଦ୍‌ଘୋଷଣା କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଭଗବାନ ରାମଙ୍କ ଭକ୍ତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମନ୍ଦିର ନିର୍ମାଣରେ କୌଣସି ପ୍ରକାରେ ଯୋଗଦାନ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ରାମ ଭେଦଭାବ କରନ୍ତି ନାହିଁ ଏବଂ ଆମେ ମଧ୍ୟ ସମାନ ଭାବନା ସହିତ ଆଗକୁ ବଢୁଛୁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୪୭ ସୁଦ୍ଧା ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ, ଆମକୁ ଏକ ବିକଶିତ ତଥା ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିବାକୁ ପଡ଼ିବ।

Bangladeshi Infiltrator: ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଜବାବ ତଲବ

 ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe