ନୂଆଦିଲ୍ଲୀ: ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ମନା କରିଥିବା ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ବରଖାସ୍ତକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କାଏମ୍ ରଖିଛନ୍ତି। କୋର୍ଟ କହିଛନ୍ତି ଯେ, ସେନା ଏକ ଅନୁଷ୍ଠାନ ଭାବରେ ଧର୍ମନିରପେକ୍ଷ ଏବଂ ଏହାର ଶୃଙ୍ଖଳା ସହିତ ସାଲିସ କରାଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ସେନା ଅଧିକାରୀ ସାମୁଏଲ୍ କମଲେଶନଙ୍କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କୁ ସେନା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି କହିଛନ୍ତି।

Advertisment

Bangladeshi Infiltrator: ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଜବାବ ତଲବ


     ୨୦୧୭ରେ ଲେଫ୍ଟନାଣ୍ଟ ଭାବରେ ଶିଖ୍ ସ୍କ୍ବାଡ୍ରନ୍‌ରେ ନିଯୁକ୍ତ ହୋଇଥିବା କମଲେଶନ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ଯୁକ୍ତି କରିଥିଲେ ଯେ, ମନ୍ଦିରରେ ପ୍ରବେଶ କରିବାକୁ ବାଧ୍ୟ କରିବା ତାଙ୍କ ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଛି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ତାଙ୍କ ଆଚରଣ ଏକ ଆଇନଗତ ଆଦେଶର ଅବମାନନା ସହିତ ସମାନ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜୟମାଲ୍ୟା ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧ରେ ପେନସନ ଓ ଗ୍ରାଚ୍ୟୁଇଟି ବିନା ଭାରତୀୟ ସେନା ଅଧିକାରୀ ସାମୁଏଲ କମଲେଶନଙ୍କୁ ବରଖାସ୍ତ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ମେ ୨୦୨୫ ଆଦେଶକୁ କାଏମ୍ ରଖିଛନ୍ତି।

Shake India: ‘ଭାରତକୁ ଦୋହଲାଇ ଦେବି’

ଅଧିକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍ କହିଥିଲେ ଯେ, ତାଙ୍କ ମହକିଲ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ମନା କରିବାରୁ ତାଙ୍କୁ ବରଖାସ୍ତ କରାଯାଇଥିଲା। ଏହା ତାଙ୍କ ଧର୍ମବିଶ୍ୱାସ ବିରୋଧରେ ଥିଲା। ଅଧିକାରୀ ସେହିସବୁ ସ୍ଥାନକୁ ଯାଆନ୍ତି, ଯେଉଁଠାରେ ସର୍ବଧର୍ମ ସ୍ଥଳ ଥାଏ। ମୋ ମହିକିଲ ଜଣେ ଦେବତାଙ୍କୁ ପୂଜା କରିବାକୁ ବାଧ୍ୟ ନୁହନ୍ତି ଏବଂ ସମ୍ବିଧାନ ତାଙ୍କୁ ସେହି ସ୍ୱାଧୀନତା ଦେଇଛି ବୋଲି ଓକିଲ କହିଥିଲେ। ତେବେ ଓକିଲଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରି ନ ଥିଲେ। ଏକ ଶୃଙ୍ଖଳିତ ବାହିନୀରେ ଏହି ପ୍ରକାରର କଠୋର ମୌଳବାଦୀ ବ୍ୟକ୍ତି ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି। ଯଦି କେହି ଆପଣଙ୍କୁ ଧାର୍ମିକ ରୀତିନୀତି ପାଳନ କରିବାକୁ କୁହନ୍ତି, ତେବେ ଏହା ଏକ ଭିନ୍ନ କଥା। କିନ୍ତୁ ଆପଣ କିପରି ପ୍ରବେଶ କରିବାକୁ ମନା କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।