ମୋର କାହାକୁ ଭୟ ନାହିଁ, ଭାରତୀୟ କନସୁଲେଟ ପାଲଟିଛି ଗୁପ୍ତଚର କେନ୍ଦ୍ର: ପନ୍ନୁଙ୍କ ବିବାଦୀୟ ମନ୍ତବ୍ୟ

କାନାଡାର ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାର ଦେଇ ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଭାରତ ବିରୋଧରେ ଜହର ଓଗାଳିଛନ୍ତି। ସେ ଖାଲିସ୍ତାନୀ ଏଜେଣ୍ଡା ଚଳାଇବାକୁ ଧମକ ଦେଇ କହିଛନ୍ତି। କାନାଡାର ଭାରତୀୟ କନସୁଲେଟ୍ ବନ୍ଦ କରିବାକୁ ଦାବି କରିବା ସହ ଏହାକୁ ସେ ଗୁପ୍ତଚର କେନ୍ଦ୍ର ବୋଲି କହିଛନ୍ତି...

WhatsApp Image 2024-10-22 at 4.27.51 PM

ଅଟୱା: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଭାରତକୁ ଧମକ ଦେଇଛନ୍ତି। ପନ୍ନୁ କହିଛନ୍ତି ଯେ ସେ ଖାଲିସ୍ତାନ ଜନମତ ପାଇଁ ଅଭିଯାନ ଜାରି ରଖିବେ।  କୌଣସି ବିପଦକୁ ସେ ଭୟ କରିବେ ନାହିଁ।

କାନାଡାର ସିଟିଭି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ କହିଛନ୍ତି ଯେ ତାଙ୍କ ଏବଂ ନିଜ୍ଜର ମାମଲାକୁ ନେଇ ଅଧିକ ପ୍ରମାଣ ମିଳିବ ବୋଲି ସେ ନିଶ୍ଚିତ ଅଛନ୍ତି। ସାକ୍ଷାତକାର ସମୟରେ ପନ୍ନୁ କାନାଡାର ଭାରତର ପୂର୍ବତନ ହାଇ କମିଶନର ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ କଡ଼ା ମନ୍ତବ୍ୟ ମଧ୍ୟ ଦେଇଥିଲେ।

ଭାରତ କାନାଡାର ସର୍ବୋଚ୍ଚ କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ପରେ ପନ୍ନୁଙ୍କର ଏହି ସାକ୍ଷାତକାରର ଭିଡିଓ  ଆସିଛି। ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଘଟଣାର ତଦନ୍ତରେ କାନାଡାର ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମାଙ୍କୁ 'ପର୍ସନ ଅଫ୍ ଇଣ୍ଟ୍ରେଷ୍ଟ' ଘୋଷିତ କରାଯିବା ପରେ ଏହି ବିବାଦ ବଢ଼ିଛି। ହାଇ କମିଶନରଙ୍କ ସମେତ ଭାରତ ଏହାର ୬ ଜଣ କୂଟନୀତିଜ୍ଞଙ୍କୁ ଫେରାଇ  ଆଣିଛି।  ଏହା ସହିତ ୬ଜଣ କାନାଡିୟ କୂଟନୀତିଜ୍ଞଙ୍କୁ ଦେଶ ଛାଡିବାକୁ ମଧ୍ୟ କୁହାଯାଇଥିଲା।

ପନ୍ନୁ ସିଟିଭି ନ୍ୟୁଜକୁ କହିଛନ୍ତି ଯେ ମୁଁ କାହାର କୌଣସି ଧମକକୁ ନେଇ ଭୟଭୀତ ହେବି ନାହିଁ। ମୁଁ ବିଶ୍ୱସ୍ତରୀୟ ଖାଲିସ୍ତାନ ଜନମତ ପାଇଁ ପ୍ରଚାର ବନ୍ଦ କରିବି ନାହିଁ।

ସାକ୍ଷାତକାର ସମୟରେ  ପନ୍ନୁ ଭାରତୀୟ କୂଟନୀତିଜ୍ଞ ସଞ୍ଜୟ ବର୍ମାଙ୍କ ବିଷୟରେ  କହିଥିଲେ ଯେ ସେ କୂଟନୀତିଜ୍ଞ ନୁହଁନ୍ତି। ସେ ଜଣେ  କପଟୀ ଅଟନ୍ତି। ଭିତ୍ତିହୀନ ଅଭିଯୋଗ କରି ସେ କହିଛନ୍ତି  ଭାରତୀୟ ହାଇ କମିଶନର ସଞ୍ଜୟ ବର୍ମାଙ୍କ  ଦ୍ବାରା ସୃଷ୍ଟି ହୋଇଥିବା ଗୁପ୍ତଚର ନେଟୱାର୍କକୁ ଭାଙ୍ଗିବା ଆବଶ୍ୟକ।

ପନ୍ନୁ ଭାନକୋଭର ଏବଂ ଟରୋଣ୍ଟୋରେ ଥିବା ଭାରତୀୟ କନସୁଲେଟକୁ ଗୁପ୍ତଚର ନେଟୱାର୍କର କେନ୍ଦ୍ର ବୋଲି କହିଛନ୍ତି।  ଯେ ଯେପର୍ଯ୍ୟନ୍ତ ଏହି ଦୁଇଟି କନସୁଲେଟ୍ ସବୁଦିନ ପାଇଁ ବନ୍ଦ ନ ହେବ ସେପର୍ଯ୍ୟନ୍ତ ସେମାନେ କାନାଡାର ସାର୍ବଭୌମତ୍ୱକୁ ହତ୍ୟା କରାଯାଉଥିବ ଏବଂ ଏଥିପ୍ରତି ଆହ୍ବାନ ସୃଷ୍ଟି ହେଉଥିବ।

ଏହାପୂର୍ବରୁ ଅକ୍ଟୋବର ୨୦ରେ ପୂର୍ବତନ ହାଇ କମିଶନର ସଞ୍ଜୟ କୁମାର ବର୍ମା ମଧ୍ୟ ସିଟିଭିକୁ ଏକ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ ଯେ  ଜଷ୍ଟିନ ଟ୍ରୁଡୋ ସରକାର ସବୁବେଳେ ଖାଲିସ୍ତାନୀ ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଛନ୍ତି।

ଅଧିକ ପଢ଼ନ୍ତୁ:

୭ ଦିନରେ ୯୦ ବିମାନକୁ ଉଡ଼ାଇବା ଧମକ

ଆମେରିକା ୟୁକ୍ରେନ ସହିତ ଛିଡା ହୋଇଛି: ଅଷ୍ଟିନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe