୨୦୨୩ ବ୍ୟାଚ୍‌ର ଆଇଏଏସ୍‌ ଅନିମେଶ ପ୍ରଧାନଙ୍କୁ ମିଳିଲା ଓଡ଼ିଶା କ୍ୟାଡର

Advertisment

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି।

Updated On

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି।

ଅଦ୍ୟତନ ହୋଇଛି
1f3f3208-8da1-4a2e-9edf-efb4f42f8d31

ଭୁବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସିନକ ଏକାଡେମୀରେ ଅନିମେଶ ପ୍ରଧାନ ନିକଟରେ ଫାଉଣ୍ଡେସନ୍‌ କୋର୍ସ ସାରିବା ପରେ ୬ମାସ ‌ଆଇଏଏସ୍‌ ଟ୍ରେନିଂ ନେଉଛନ୍ତି। ଏହି ଟ୍ରେନିଂ ସରିଲା ପରେ ଅନିମେଶ ପ୍ରଧାନ ଓଡ଼ିଶା ଆସି କାର୍ଯ୍ୟରେ ଯୋଗଦେବେ।

ଏହି ଖବର ପଢ଼ନ୍ତୁ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ

ସେହିପରି ୨୪ ନଂ ରାଙ୍କରେ ଥିବା ପ୍ରଜ୍ଞାନନ୍ଦନ ଗିରି ମଧ୍ୟ ଓଡ଼ିଶାରେ ତାଙ୍କର ପ୍ରଶାସନିକ ସେବା ଦେବେ। ତାଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ୪୦୯ ନଂ ରାଙ୍କରେ ଥିବା ସନ୍ତୋଷ କୁମାର ପାତ୍ର, ୫୪ ନଂ ରାଙ୍କରେ ଥିବା ହରିୟାଣାର କଶିସ୍‌ ବକ୍ସି, ୬୮ ନଂ ରାଙ୍କରେ ଥିବା କେରଳର କସ୍ତୁରୀ ସା', ୭୧ ନଂ ରାଙ୍କରେ ଥିବା କେରଳର ଫବି ରସିଦ, ୧୨୫ନଂ ରାଙ୍କରେ ଥିବା ରାଜସ୍ଥାନର ମୃଣାଳିକା ରାଠୋର, ୨୦୪ ନଂ ରାଙ୍କରେ ଥିବା ଦିଲ୍ଲୀର ଶୁଭ୍ରା ପଣ୍ଡା, ୨୩୯ନଂ ରାଙ୍କରେ ଥିବା ଉତ୍ତରପ୍ରଦେଶର ପୱନ କୁମାର ଓ ୨୫୮ନଂ ରାଙ୍କର ମହାରାଷ୍ଟ୍ରର ବି.ଏସ୍ କଲ୍ୟାଣରାଓଙ୍କୁ ଓଡ଼ିଶା କ୍ୟାଡର ମିଳିଛି।

ଏହି ଖବର ପଢ଼ନ୍ତୁ: ଆଇଏଏସ୍ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ବାଜିମାତ୍

ଅନିମେଶଙ୍କ ବାପା ସ୍ବର୍ଗତ ପ୍ରଭାକର ପ୍ରଧାନ ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ। ପ୍ରଭାକରଙ୍କ ୨୦୧୭ରେ ପରଲୋକ ହୋଇଯାଇଛି। ତାଙ୍କ ମା’ ଅରୁଣା ପାତ୍ର ଏମ୍‌ସିଏ୍‌ର କର୍ମଚାରୀ ଥିଲେ। ତାଙ୍କର ଗତ ଜାନୁଆରି ମାସରେ ପରଲୋକ ହୋଇଯାଇଛି। ଭଉଣୀ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାସ୍ଥିତ ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଅନିମେଷ ତାଳଚେରସ୍ଥିତ କଳିଙ୍ଗ ଡିଏଭି ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ। ଏଠାରେ ସେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହା ପରେ ସେ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନ୍‌ଆଇଟି)ରେ ଇଂଜିନିୟରିଂ ପାଠ ପଢ଼ିଥିଲେ। ଦଶମ ଶ୍ରେଣୀରେ ଭଲ ନମ୍ବର ରଖିଥିଲେ। ସେହିପରି ଯୁକ୍ତ ୨ରେ ୯୮.୪ ପ୍ରତିଶତ ନମ୍ବର ରଖିଥିଲେ।

ଏହି ଖବର ପଢ଼ନ୍ତୁ: ୟୁପିଏସ୍‌ସି ପରୀକ୍ଷାରେ ଚମକିଲେ ଅନୁଗୁଳର ପୁଅ ଅନିମେଶ

ଆଇଏଏସ୍ ପରୀକ୍ଷା-୨୦୨୩ରେ ଆଦିତ୍ୟ ଶ୍ରୀବାସ୍ତବ ଏବଂ ଓଡ଼ିଶାର ଅନିମେଷ ପ୍ରଧାନ ଯଥାକ୍ରମେ ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ। ସେହିପରି ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ ଥିଲେ। ୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଅନୁଗୁଳ ଜିଲ୍ଲା ତାଳଚେର ଭାଲୁଗଡ଼ିଆରେ ଅନିମେଶଙ୍କ ଘର। ବାପ-ମା’ ହରାଇଥିଲେ ମଧ୍ୟ ଅନିମେଶ ନିଜ ଲକ୍ଷ୍ୟ ପୂରଣ କରିପାରିଛନ୍ତି।

ଏହି ଖବର ପଢ଼ନ୍ତୁ: ୩ ଅଭିଯୁକ୍ତଙ୍କୁ ଧରାଇ ଦେଲା ୟୁପିଆଇ ପେମେଣ୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe