ବାତ୍ୟା ‘ଫେଙ୍ଗଲ୍’ର ପ୍ରଭାବ: ମାରିନା ବିଚ୍ ଅଶାନ୍ତ

ସାମୁଦ୍ରିକ ଝଡ଼ ଫେଙ୍ଗଲ୍ ଗଭୀର ଅବପାତରେ ପରିଣତ ହୋଇଛି। ତାମିଲନାଡୁର ନାଗାପଟ୍ଟିନମ୍ ଅଞ୍ଚଳରେ ଫେଙ୍ଗଲ ପ୍ରଭାବରେ କୋଡିକକାରାଇରେ ସମୁଦ୍ର ଆଶାନ୍ତ ରହିଛି। ମାରିନା ବିଚ୍‌ରେ ପବନର ବେଗ ଅଧିକ ରହିଛି। ଆଇଏମଡି ଅନୁଯାୟୀ, ଗଭୀର ଅବପାତ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି...

1122122

ନୂଆଦିଲ୍ଲୀ:  ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଫେଙ୍ଗଲ୍ ଅଧିକ ଘନୀଭୁତ ହେବାର ସମ୍ଭାବନା ଅଛି।  

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଚାପ କ୍ଷେତ୍ର ଗଭୀର ଅବପାତରେ  ପରିଣତ ହୋଇଛି। ଏହା ଏକ ଘୂର୍ଣ୍ଣିବଳୟ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି।

ତାମିଲନାଡୁର ନାଗାପଟ୍ଟିନମ୍ ଅଞ୍ଚଳରେ ବାତ୍ୟା ଫେଙ୍ଗଲ୍ ପ୍ରଭାବରେ କୋଡିକକାରାଇରେ ସମୁଦ୍ର ଆଶାନ୍ତ ରହିଛି। ବିଶେଷକରି ମତ୍ସ୍ୟଜୀବୀ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ବାତ୍ୟା ସମସ୍ୟା ସୃଷ୍ଟି କରିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଗଭୀର ଅବପାତ ଆଗକୁ ବଢ଼ିବାର ସମ୍ଭାବନା ଅଧିକ ରହିଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ତାମିଲନାଡୁର ମାରିନା ବିଚ୍‌ରେ ପବନର ବେଗ ଅଧିକ ରହିଛି। ଆଇଏମଡି ଅନୁଯାୟୀ, ଗଭୀର ଅବପାତ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। 

ଆସନ୍ତା ୨ ଦିନ ମଧ୍ୟରେ ଏହା ଶ୍ରୀଲଙ୍କା ଉପକୂଳ ଦେଇ ତାମିଲନାଡୁ ଉପକୂଳ ଆଡକୁ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ  ଉପକୂଳବର୍ତ୍ତୀ ରାଜ୍ୟଗୁଡିକରେ ପ୍ରବଳ ବର୍ଷା ହେବ। 

ପ୍ରବଳ ବର୍ଷା ନେଇ ଆଇଏମଡି ପକ୍ଷରୁ ଅରେଞ୍ଜ ଏବଂ ରେଡ୍ ଆଲର୍ଟ ଜାରି କରାଯାଇଛି। ବାତ୍ୟା ଫେଙ୍ଗଲ୍ ଯୋଗୁ ବର୍ଷା ଏବଂ ପବନ ବହିବା ଆରମ୍ଭ ହୋଇଛି। ୩୦ ନଭେମ୍ବର ପର୍ଯ୍ୟନ୍ତ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଫେଙ୍ଗଲ୍ ‌ପ୍ରଭାବରେ କେରଳ ଏବଂ ମାହେରେ ବର୍ଷା ଆରମ୍ଭ ହୋଇଛି।  

ଅଧିକ ପଢ଼ନ୍ତୁ: ନଡ୍ଡାଙ୍କ ପରେ କିଏ ଚର୍ଚ୍ଚା ମଧ୍ୟରେ ବିନୋଦ ତାୱଡେଙ୍କୁ ଗୁରୁଦାୟିତ୍ବ

ନଭେମ୍ବର ୨୮ ରୁ୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶ ଏବଂ ୟନମ, ରାୟଲସୀମା ଉପରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନଭେମ୍ବର ୨୮ରେ ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳରେ  ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରିଛି।  ବେଗ ଘଣ୍ଟା ପ୍ରତି ୭୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

୨୯ ନଭେମ୍ବର ସନ୍ଧ୍ୟା ପର୍ଯ୍ୟନ୍ତ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳରେ ଘଣ୍ଟା ପ୍ରତି ୬୦ ରୁ ୭୦  କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଯାହା ୮୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଫେଙ୍ଗଲ୍ ପ୍ରଭାବରେ  ୨୯ ନଭେମ୍ବର ପର୍ଯ୍ୟନ୍ତ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି। ଯାହାର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଅଧିକ ପଢ଼ନ୍ତୁ: ସିନ୍ଦେଙ୍କ ବଡ଼ ଘୋଷଣା: ମୋଦୀ-ଶାହଙ୍କ ନିଷ୍ପତ୍ତି ଗ୍ରହଣ କରିବି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe