Advertisment

India Canada Relations: ଉତ୍ଥାନ ଓ ପତନ ପରେ ସମ୍ପର୍କ ନିବିଡ଼ କରିବା ଲକ୍ଷ୍ୟରେ ଭାରତ-କାନାଡା

Advertisment

କାନାଡା ଓ ଭାରତ ମଧ୍ୟରେ ସମ୍ପର୍କ ଉତ୍ଥାନ-ପତନ ଦେଇ ଗତି କରୁଥିବା ସମ୍ପର୍କକୁ ଦୁଇଦେଶ ପକ୍ଷରୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାରତ ଗସ୍ତରେ ଅଛନ୍ତି।

Updated On

କାନାଡା ଓ ଭାରତ ମଧ୍ୟରେ ସମ୍ପର୍କ ଉତ୍ଥାନ-ପତନ ଦେଇ ଗତି କରୁଥିବା ସମ୍ପର୍କକୁ ଦୁଇଦେଶ ପକ୍ଷରୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାରତ ଗସ୍ତରେ ଅଛନ୍ତି।

ଅଦ୍ୟତନ ହୋଇଛି
Untitled-13.jpg

Photograph: (@sambad.in)

ନୂଆଦିଲ୍ଲୀ : କାନାଡା ଓ ଭାରତ ମଧ୍ୟରେ ସମ୍ପର୍କ ଉତ୍ଥାନ-ପତନ ଦେଇ ଗତି କରୁଥିବା ସମ୍ପର୍କକୁ ଦୁଇଦେଶ ପକ୍ଷରୁ ଉନ୍ନତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଭାରତ ଗସ୍ତରେ ଅଛନ୍ତି। ସୋମବାର ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ହୋଇଥିଲା। ସେଠାରେ ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଥିଲେ।

ଅଧିକପଢ଼ନ୍ତୁ:ପଶ୍ଚିମ ଏସିଆକୁ ବିମାନ ଉଡ଼ାଣ ବନ୍ଦ: ଯିବାକୁ ଥିଲା କୁଏତ ୮ ଭାରତୀୟ ପାକିସ୍ତାନରେ ପହଞ୍ଚିଲେ

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରଧାନମନ୍ତ୍ରୀ କାର୍ନି ବାଣିଜ୍ୟ, ଶକ୍ତି ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ଉପରେ ମଧ୍ୟ ଆଲୋଚନା ହୋଇଛି।

ବୈଠକ ପରେ ଦୁଇ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି

ବୈଠକ ପରେ, ଦୁଇ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ଏକ ପ୍ରେସ୍ ବିବୃତି ପ୍ରକାଶ କରାଯାଇଛି। ଏହା ପରେ ଭାରତ ମଣ୍ଡପମରେ ଭାରତ-କାନାଡା ସିଇଓ ଫୋରମ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି। ଏହି ଫୋରମ୍ ବାଣିଜ୍ୟ, ନିବେଶ ଏବଂ ଆର୍ଥିକ ସମ୍ପର୍କକୁ ଆହୁରି ନିବିଡ଼ କରିବା ପାଇଁ ଲକ୍ଷ୍ୟ ରଖିଛି।

ପ୍ରଧାନମନ୍ତ୍ରୀ କାର୍ନି ତାଙ୍କ ଗସ୍ତ ସମୟରେ କୃଷି, ଶିକ୍ଷା, ଶକ୍ତି, ଗବେଷଣା ଏବଂ ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ଚାଲିଥିବା ସହଯୋଗର ସମୀକ୍ଷା କରିଛନ୍ତି। ସେ ଦୁଇ ଦେଶ ମଧ୍ୟରେ ଆଞ୍ଚଳିକ ଏବଂ ବିଶ୍ୱ ବିକାଶ ଉପରେ ମଧ୍ୟ ଆଲୋଚନା କରିଛନ୍ତି।

ଅଧିକପଢ଼ନ୍ତୁ:ଖେମିନିଙ୍କ ମୃତ୍ୟୁକୁ ବିତିଲାଣି ୪୮ ଘଣ୍ଟା; ମୃତଦେହକୁ ନେଇ ବଢ଼ିଚାଲିଛି ଦ୍ବନ୍ଦ୍ବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe