Advertisment

India Israel Defence Deal : ଦୁନିଆଠାରୁ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଭାରତକୁ ଦେବ ଇସ୍ରାଏଲ, ବ୍ରହ୍ମୋସ ଅପେକ୍ଷା ଅଧିକ ବିନାଶ ରଚିବ,ପାକିସ୍ତାନ ହେବ ଥରହର

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଏହି ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଥିଲେ, କିନ୍ତୁ ଇସ୍ରାଏଲ ଏହାକୁ କେବଳ ଭାରତକୁ ଯୋଗାଇବାକୁ ନିଷ୍ପତ୍ତି ନେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଏହି ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଥିଲେ, କିନ୍ତୁ ଇସ୍ରାଏଲ ଏହାକୁ କେବଳ ଭାରତକୁ ଯୋଗାଇବାକୁ ନିଷ୍ପତ୍ତି ନେଇଛି।

India Israel Defence Deal

India Israel Defence Deal Photograph: (SAMBAD .IN)

ଜେରୁସେଲମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ରାଏଲ ଗସ୍ତ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଏହି ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଥିଲେ, କିନ୍ତୁ ଇସ୍ରାଏଲ ଏହାକୁ କେବଳ ଭାରତକୁ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ଏହି ଅସ୍ତ୍ରଶସ୍ତ୍ର ବ୍ରହ୍ମୋସ କ୍ଷେପଣାସ୍ତ୍ର ଅପେକ୍ଷା ଅଧିକ ଘାତକ ତଥା ବିନାଶ ଘଟାଇବ ବୋଲି କୁହାଯାଉଛି।

ଗଭୀର ବଙ୍କର, ପରମାଣୁ ପ୍ରତିଷ୍ଠାନକୁ ମଧ୍ୟ ଲକ୍ଷ୍ୟଭେଦ କରିପାରିବ

ଏହା ହେଉଛି ଗୋଲ୍ଡେନ ହୋରାଇଜନ୍ ନାମକ ଏକ ଏୟାର ଲଞ୍ଚ୍‌ଡ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର। ଏହାକୁ ସୁଖୋଇ ଏସ୍‌ୟୁ-୩୦ ଏମ୍‌କେଆଇ ଭଳି ଲଢ଼ୁଆ ବିମାନରୁ ନିକ୍ଷେପ କରାଯାଇପାରିବ। ରିପୋର୍ଟ ଅନୁସାରେ, ଏହି କ୍ଷେପଣାସ୍ତ୍ର ଶେଷ ପର୍ଯ୍ୟାୟରେ ମାର୍କ ୫ ଠାରୁ ଅଧିକ ବେଗରେ ପହଞ୍ଚି ଳକ୍ଷ୍ୟଭେଦ କରିଥାଏ। ଭାରତର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଗତି ମାର୍କ ୩ ପାଖାପାଖି ରହିଥାଏ। ଏଗୋଲ୍ଡେନ ହୋରାଇଜନ୍‌ର ତୀବ୍ର ଗତି ଯୋଗୁ ଏହାକୁ ଅଟକାଇବା ପ୍ରାୟ ଅସମ୍ଭବ ହୋଇଥାଏ।ଏହା ଗଭୀର ବଙ୍କର, ସୁଦୃଢ଼ ​​ଦୁର୍ଗ ଏବଂ ପରମାଣୁ ପ୍ରତିଷ୍ଠାନକୁ ମଧ୍ୟ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏହାର ଲକ୍ଷ୍ୟଭେଦ ୧,୦୦୦ ରୁ୨,୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଥାଏ। ଏହି କ୍ଷମତା ୮୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ଥିବା ବ୍ରହ୍ମୋସ ଠାରୁ ବହୁ ଅଧିକ। ଏହି କ୍ଷେପଣାସ୍ତ୍ରକୁ ସ୍ୱତନ୍ତ୍ର ଭାବରେ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିବା ପାଇଁ ଡିଜାଇନ୍ କରାଯାଇଛି, ଯେଉଁଠାରେ ବ୍ରହ୍ମୋସ୍ ଭଳି କ୍ରୁଜ୍ କ୍ଷେପଣାସ୍ତ୍ର ପହଞ୍ଚିବା କଷ୍ଟକର ହୋଇଥାଏ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇସ୍ରାଏଲ ଗସ୍ତ ଆଣିପାରେ ଅନେକ ଆଶା  

ଇସ୍ରାଏଲ ଏହି ଉନ୍ନତ ପ୍ରଯୁକ୍ତିବିଦ୍ୟା ଅନ୍ୟ କୌଣସି ଦେଶ ସହିତ ସେୟାର କରିନଥିଲା। ସାରା ବିଶ୍ୱରୁ ବିଭିନ୍ନ ଦେଶ ଏହାକୁ କିଣିବା ପାଇଁ ଚାହୁଁଥିଲେ। କିନ୍ତୁ ଇସ୍ରାଏଲ ଭାରତକୁ ପ୍ରାଥମିକତା ଦେଇଥିଲା। ଏହା ଦୁଇ ଦେଶ ମଧ୍ୟରେ ବଢୁଥିବା ନିବିଡ଼ ପ୍ରତିରକ୍ଷା ସହଭାଗୀତାର ଫଳାଫଳ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲୀ ସଂସଦରେ କହିଛନ୍ତି, ଆଜିର ଅନିଶ୍ଚିତ ବିଶ୍ୱରେ, ଭାରତ ଓ ଇସ୍ରାଏଲ ଭଳି ବିଶ୍ୱସ୍ତ ଅଂଶୀଦାରଙ୍କ ମଧ୍ୟରେ ଏକ ଦୃଢ଼ ପ୍ରତିରକ୍ଷା ସହଭାଗୀତା ଜରୁରୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରେ ଇସ୍ରାଏଲ ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ହେବାର ଆଶା କରାଯାଉଛି। ଅନ୍ୟାନ୍ୟ ପ୍ରତିରକ୍ଷା ପ୍ରଣାଳୀ ଉପରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ସେସବୁ ମଧ୍ୟରେ ୩୦୦ କିଲୋମିଟର ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ଅଟକାଇବା ପାଇଁ ପ୍ରଣାଳୀ ଡେଭିଡ୍ସ ସ୍ଲିଙ୍ଗ ରହିଛି। ଆଇରନ୍ ବିମ୍ ଭଳି ଲେଜର-ଆଧାରିତ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ରହିଛି। ଏହାର ପ୍ରତ୍ୟେକ ସଟ୍‌ର ମୂଲ୍ୟ କେବଳ ୨ ଡଲାର। ଏହା ଶସ୍ତା ଓ ପ୍ରଭାବଶାଳୀ। ଏହା ସହିତ ଆଇସ୍ ବ୍ରେକର ଭଳି ନୌସେନା କ୍ରୁଜ୍ କ୍ଷେପଣାସ୍ତ୍ର ଓ ଏୟାର ଲୋରା ଭଳି ସୁପରସୋନିକ୍ ଆକାଶ-ରୁ-ଭୂମିକୁ ନି‌କ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ନେଇ ଚୁକ୍ତି ମଧ୍ୟ ହୋଇପାରେ।

ଆହୁରି ପଢନ୍ତୁ - Tamil Nadu Cricket Association: କାକର ସମସ୍ୟା ଦୂର କରିବାକୁ ଚିପକ୍‌ରେ ଛିଞ୍ଚା ହେଲା ସ୍ବତନ୍ତ୍ର ରାସାୟନିକ ଦ୍ରବଣ

ଏସୀୟ ଦେଶଗୁଡ଼ିକ  କ୍ଷେପଣାସ୍ତ୍ର ଶିଲ୍ଡ ସୁଦର୍ଶନ ଚକ୍ର ବିକଶିତ କରିବାକୁ  କରୁଛନ୍ତି ଯୋଜନା

ଭାରତ ୨୦୩୫ ସୁଦ୍ଧା ନିଜର ବହୁସ୍ତରୀୟ କ୍ଷେପଣାସ୍ତ୍ର ଶିଲ୍ଡ ସୁଦର୍ଶନ ଚକ୍ର ବିକଶିତ କରିବାକୁ ଯୋଜନା କରୁଛି। ଏଥିରେ ପୂର୍ବରୁ ରୁଷିଆ ଏସ୍-୪୦୦, ଇସ୍ରାଏଲୀ ବାରାକ ଓ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ପ୍ରଣାଳୀ ଅନ୍ତର୍ଭୁକ୍ତ ରହିଛି। ଏହି ନୂତନ ଚୁକ୍ତିଗୁଡ଼ିକ ଭାରତର ୧୫,୧୦୬ କିଲୋମିଟର ସ୍ଥଳ ସୀମା ତଥା ୭,୫୧୬ କିଲୋମିଟର ଉପକୂଳକୁ ଆହୁରି ସୁଦୃଢ଼ ​​କରିବ। ଏହି ଚୁକ୍ତି ଭାରତ ଓ ଇସ୍ରାଏଲ ମଧ୍ୟରେ ଏକ ନୂତନ ସୁରକ୍ଷା ମେଣ୍ଟ, ହେକ୍ସାଗନ ଆଲାଏନ୍ସ ଆଡ଼କୁ ଇଙ୍ଗିତ କରୁଛି। ଏଥିରେ ଭାରତ, ଆରବ-ଆଫ୍ରିକୀୟ ଦେଶ, ଗ୍ରୀସ୍, ସାଇପ୍ରସ୍ ଓ ଏସୀୟ ଦେଶଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରନ୍ତି। ଏହା ମୌଳବାଦୀ ଶକ୍ତି ତଥା ଅସ୍ଥିରତା ବିରୋଧରେ ଏକ ସୁଦୃଢ଼ ପ୍ରତିରୋଧ ହେବ ବୋଲି କୁହାଯାଉଛି।

ଆହୁରି ପଢନ୍ତୁ - NCERT: ପୁସ୍ତକ ବିବାଦ ନେଇ ଏନ୍‌ସିଇଆର୍‌ଟିକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe