ଅହମଦାବାଦ: ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ରେ ରବିବାର ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ। ଏଥିପାଇଁ ଦୁଇ ଦଳ ଜୋର୍ଦାର୍ ପ୍ରସ୍ତୁତି ଜାରି ରଖିଛନ୍ତି। ନ୍ୟୁଜିଲାଣ୍ଡ୍ ତୁଳନାରେ ଭାରତୀୟ ଦଳ ଶକ୍ତିଶାଳୀ ମନେହେଉଥିଲେ ବି ଅତୀତର ରେକର୍ଡ ଆୟୋଜକ ଦଳକୁ ଚିନ୍ତାରେ ପକାଇଛି। କାରଣ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ନ୍ୟୁଜିଲାଣ୍ଡ୍ ସବୁବେଳେ ଭାରତକୁ ସମସ୍ୟାରେ ପକାଇଆସିଛି। ଏପରିକି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନ୍ୟୁଜିଲାଣ୍ଡକୁ ଆଦୌ ଜିତିପାରିନାହିଁ ଭାରତ।
ଅର୍ଥାତ୍ ସାମଗ୍ରିକଭାବେ ରେକର୍ଡ ଭାରତ ସପକ୍ଷରେ ରହିଛି
ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୩୦ଟି ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଥିବାବେଳେ ଭାରତ ୧୮ଟିରେ ଓ ନ୍ୟୁଜିଲାଣ୍ଡ ୧୧ଟିରେ ବିଜୟ ହାସଲ କରିଛି। ଅର୍ଥାତ୍ ସାମଗ୍ରିକଭାବେ ରେକର୍ଡ ଭାରତ ସପକ୍ଷରେ ରହିଛି। କିନ୍ତୁ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ରେକର୍ଡ ନ୍ୟୁଜିଲାଣ୍ଡ୍ ସପକ୍ଷରେ ରହିଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଉଭୟ ଦଳ ପରସ୍ପରକୁ ତିନିଥର ଭେଟିଛନ୍ତି, ପ୍ରତିଥର ଭାରତ ପରାଜିତ ହୋଇଛି। ଏଣୁ ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ୍ ଖେଳିବାକୁ ଓହ୍ଲାଇବା ପୂର୍ବରୁ ଏହି ରେକର୍ଡ ଭାରତୀୟ ଦଳକୁ ଚିନ୍ତିତ କରିବା ସ୍ବାଭାବିକ। ଦିନିକିଆ ବିଶ୍ବକପ୍ରେ କିନ୍ତୁ ଉଭୟ ଦଳର ସ୍ଥିତି ବରାବର ରହିଛି।
ଅଧିକପଢ଼ନ୍ତୁ:ଉପାନ୍ତ ଅଞ୍ଚଳରେ ସଚେତନତାର ଅଭାବ; ପାଠପଢ଼ା ବୟସରେ ଦିଆଯାଉଛି ସାଂସାରିକ ବୋଝ
ଦିନିକିଆ ବିଶ୍ବକପ୍ରେ ଭାରତ ଓ ନ୍ୟୁଜିଲାଣ୍ଡ୍ ମଧ୍ୟରେ ଏପର୍ଯ୍ୟନ୍ତ ୧୧ ମ୍ୟାଚ୍ ଖେଳ ହୋଇଥିବାବେଳେ ଉଭୟ ଦଳ ୫ ଲେଖାଏଁ ମ୍ୟାଚ୍ରେ ବିଜୟ ହାସଲ କରିଛନ୍ତି ଓ ଗୋଟିଏରୁ ଫଳାଫଳ ବାହାରି ନାହିଁ। ବିଶ୍ବକପ୍ର ନକ୍ଆଉଟ୍ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ସବୁବେଳେ ଭାରତକୁ ସମସ୍ୟାରେ ପକାଇଆସିଛି। ୨୦୧୯ ବିଶ୍ବକପ୍ ସେମିଫାଇନାଲ୍ ପରାଜୟ କଥା ଏବେ ବି ଭାରତୀୟ କ୍ରିକେଟ୍ପ୍ରେମୀ ଭୁଲିପାରିନାହାନ୍ତି। ତେବେ ୨୦୨୩ ଦିନିକିଆ ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ସେହି ପରାଜୟର ପ୍ରତିଶୋଧ ନେଇଥିଲା। ସାମଗ୍ରିକଭାବେ ଦିନିକିଆ, ଟ୍ବେଣ୍ଟି-୨୦ ଓ ଚାମ୍ପିୟନ୍ସ ଟ୍ରଫିରେ ଦୁଇ ଦଳ ଏପର୍ଯ୍ୟନ୍ତ ମୋଟ ୧୭ ଥର ମୁହାଁମୁହିଁ ହୋଇଥିବାବେଳେ ଭାରତ ୮ ଓ ନ୍ୟୁଜିଲାଣ୍ଡ୍ ୯ ବିଜୟ ହାସଲ କରିଛି। ଏସବୁ ଅତୀତ ରେକର୍ଡକୁ ଦେଖିଲେ ଫାଇନାଲ୍ରେ ସୂର୍ଯ୍ୟକୁମାରଙ୍କ ବାହିନୀ ମିଚେଲ୍ ସାଣ୍ଟନରଙ୍କ ଦଳକୁ ଆଦୌ ହାଲ୍କାରେ ନେବ ନାହିଁ। ତେବେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ପରି ଏଥରର ଫାଇନାଲ୍ରେ ମଧ୍ୟ ଭାରତୀୟ ଦଳ ନିଜ ସଫଳତା ଦୋହରାଇବା ଆଶା କରାଯାଉଛି।
ଅଧିକପଢ଼ନ୍ତୁ:ୟୁପିଏସ୍ସି ଟପର ଅନୁଜ ଅଗ୍ନିହୋତ୍ରୀ, ମେଡିସିନରୁ ସାଧାରଣ ପ୍ରଶାସନକୁ ଯାତ୍ରା
Follow Us